
Winter will continue for 5 days in the state
ରାଜ୍ୟରେ ଏବେ ଶୀତ ଲହର( cold wave ) ଜାରି ରହିଛି। ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ଫୁଲବାଣୀରେ ୯.୫ ଡିଗ୍ରି ଓ କିରେଇରେ ୯.୪ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି। ଦାରିଙ୍ଗବାଡ଼ି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀରାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
କନ୍ଧମାଳ ଜି.ଉଦୟଗିରିରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସୁନ୍ଦରଗଡ କିରେଇରେ ୯.୪, କନ୍ଧମାଳର ଫୁଲବାଣୀରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮, କେନ୍ଦୁଝରରେ ୧୦ ଓ ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୦ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ୧୦.୬, ରାଣୀତାଳରେ ୧୧, ଦେବଗଡ଼ରେ ୧୧.୫, ହୀରାକୁଦରେ ୧୧.୮, ସୁନ୍ଦରଗଡରେ ୧୨, ବରଗଡ଼ରେ ୧୨.୪, କୋରାପୁଟରେ ୧୨.୬, ଅନୁଗୁଳରେ ୧୨.୬,
ଭବାନୀପାଟଣାରେ ୧୩, ସମ୍ବଲପୁରରେ ୧୩.୫, ବଲାଙ୍ଗୀରରେ ୧୩.୫, ବାଲେଶ୍ୱରରେ ୧୩.୯, ଟିଟିଲାଗଡ଼ରେ ୧୪, ବୌଦ୍ଧରେ ୧୪, ଭଦ୍ରକରେ ୧୪ ଓ କଟକରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ହୋଇଛି।
ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ( cuttack and bhubaneswar ) ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି। ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରହିଥିଲା। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ।
ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍ ରହିବ ବୋଲି ଆଞ୍ଚଳିକ ପାଣିାପଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ରବିବାର ଦିନ ରାଜ୍ୟର କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଆଦି ଜିଲ୍ଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି
Share your comments