1. କୃଷି ଖବର

ବିଶ୍ୱ ମୃତ୍ତିକା ଦିବସ ୨୦୨୨

ମୁଠାଏ ମାଟି ତିଆରି ହେବା ପାଇଁ ହଜାର ହଜାର ବର୍ଷ ଲାଗୁଥିବାବେଳେ ପ୍ରତିବର୍ଷ ଯେତେ ପରିମାଣରେ ମୃତ୍ତିକା କ୍ଷୟ ହେଉଛି ତାହା ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବ । ପ୍ରକୃତିର ଅନବଦ୍ୟ ଅବଦାନ ପାଣି, ପବନ, ଆଲୋକ ଓ ମାଟି ।

Tanushree Mahapatra
Tanushree Mahapatra
world  soil  day 2022

world soil day 2022

ମୁଠାଏ ମାଟି ( soil ) ତିଆରି ହେବା ପାଇଁ ହଜାର ହଜାର ବର୍ଷ ଲାଗୁଥିବାବେଳେ ପ୍ରତିବର୍ଷ ଯେତେ ପରିମାଣରେ ମୃତ୍ତିକା କ୍ଷୟ ହେଉଛି ତାହା ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବ । ପ୍ରକୃତିର ଅନବଦ୍ୟ ଅବଦାନ ପାଣି, ପବନ, ଆଲୋକ ଓ ମାଟି । ପୃଥିବୀର ମାନବଜଗତ ସମେତ ସଂ ପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତର ଆଧାର ମାଟି ହୋଇଥିବାବେଳେ ମାଟିର ସୁରକ୍ଷା ଆଜି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ l ପ୍ରତି ବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୭୫ ବିଲିୟନ୍‌ ଟନ୍‌ ମୃତ୍ତିକା କ୍ଷୟ ଘଟିଥାଏ ।

ମୃତ୍ତିକା କ୍ଷୟ ଉଭୟ ପ୍ରାକୃତିକ ଓ ମାନବକୃତ ହୋଇଥିବାରୁ ମାଟିର ଦୁରୁ ପଯୋଗ ଓ ଅବିଚାରିତ ଭାବେ ମାଟିର ବ୍ୟବହାର ଦିଗରେ ସତର୍କ ହେବାକୁ ପଡ଼ିବ । ମାଟିରେ ବିଭିନ୍ନ ଖଣିଜ ଲବଣ, ଜୈବିକ ତତ୍ତ୍ୱ, ବାୟୁ ସମେତ ୧୮ ପ୍ରକାର ଗୁଣ ରହିଛି, ଯାହା ଖାଦ୍ୟ ଉତ୍ପାଦନରେ ସହାୟକ ହୋଇଥାଏ । ଚାଷୀମାନେ ସଚେତନ ହୋଇ ନିଜ ଆଡୁ ମୃତ୍ତିକାର ପରୀକ୍ଷା କରାଇ ଚାଷ କାର୍ଯ୍ୟ କରିବା ଦିଗରେ ଆଗଭର ହେବା ଉଚିତ ।

ଯେପରି ଜଳ ବିନା ଜୀବନ ଅସମ୍ଭବ ସେପରି ମୃତ୍ତିକା ବିନା ମଧ୍ୟ ବଞ୍ଚିବା କଳ୍ପନା କରିହେବ ନାହିଁ । ବିଶେଷକରି ଭାରତ ପରି ଦେଶରେ ଏହାର ମହତ୍ତ୍ୱ ଆହୁରି ଅଧିକ । କାରଣ ଆମ ଦେଶର ବଡ଼ ଭାଗ ଆୟ କୃଷି ଉପରେ ନିର୍ଭରଶୀଳ । କିନ୍ତୁ ଜଙ୍ଗଲନଷ୍ଟ, କଂକ୍ରିଟ ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ ଯୋଗୁ କ୍ରମାଗତ ମୃତ୍ତିକା ନଷ୍ଟ ହେବାରେ ଲାଗିଛି । ଜବୀଜଗତ ପାଇଁ ଆବଶ୍ୟକ ମୃତ୍ତିକା ନ ରହିଲେ ଏଥିଯୋଗୁ ସମଗ୍ର ବିଶ୍ୱ କେଉଁଭଳି ଆହ୍ୱାନର ସମ୍ମୁଖୀନ ହେବା ତାହା ମଧ୍ୟ ସମସ୍ତଙ୍କୁ ଜଣା । ଏ ଦିଗରେ ଅଧିକ ଚିନ୍ତନ ଏବଂ ମୃତ୍ତିକା ସୁରକ୍ଷା ପାଇଁ ସଚେତନତା ବାଣ୍ଟିବା ଉପଲକ୍ଷେ ପ୍ରତିବର୍ଷ ଡିସେମ୍ବର ୫କୁ ବିଶ୍ୱ ମୃତ୍ତିକା ଦିବସ ( world soil day ) ଭାବେ ପାଳନ କରାଯାଏ ।

୨୦୦୨ରେ ଆନ୍ତର୍ଜାତୀୟ ମୃତ୍ତିକା  ସଙ୍ଗଠନ ବିଶ୍ୱ ମୃତ୍ତିକା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୩ରେ ଜାତିସଂଘ ସାଧାରଣ ସଂଘ ସ୍ୱୀକୃତ  ଦେବା ପରେ ଡିସେମ୍ବର ୫ତାରିଖରେ  ବିଶ୍ୱ ମୃତ୍ତିକା ଦିବସ ପାଳନ  କରାଯିବ ବୋଲି ଘୋଷଣା କରାଗଲା । ଆମ  ପରିବେଶ  ପ୍ରଦୂଷଣ ଅନ୍ୟତମ କାରଣ ହେଉଛି ମୃତ୍ତିକା କ୍ଷୟ । ମାଟି ବିନା ଚାଷ ମଧ୍ୟ ସମ୍ଭବପର ନୁହେଁ  । ଏହା ଜାଣିବା ସତ୍ତ୍ୱେ ଦେଶବିଦେଶରେ ମାଟି ସ୍ଥାନକୁ ଲୋକମାନେ ପକ୍କା କରି ଚାଲିଛନ୍ତି । ଜନସାଧାରମ ଓ ଆଗାମୀ ପିଢି ମୃତ୍ତିକା କ୍ଷୟ ଦିଗରେ ବିଶେଷ  ଭାବେ ସଚେତନ ହେବା ଦରକାର । ସେଥିପାଇଁ ସମଗ୍ର ବିଶ୍ୱରେ ଡିସେମ୍ବର ୫ରେ ମୃତ୍ତିକା ଦିବସ  ପାଳନ କରାଯାଉଛି ।

ଦୀର୍ଘ ବର୍ଷ ହେଲା କେବଳ ଭାରତ ନୁହେଁ ପୁରା ବିଶ୍ୱରେ ବିକାଶ ନାମରେ ଆଖିବୁଜା ଜଙ୍ଗଲ ନଷ୍ଟ କରାଯାଉଛି । ଏଥିଯୋଗୁ ଗଛ ସହ ଏହାର ମୂଳ ବାନ୍ଧି ରଖୁଥିବା ମାଟି ମଧ୍ୟ ନଷ୍ଟ ହେଉଛି । ବର୍ଷା, ବନ୍ୟା ଭଳି ପ୍ରାକୃତି ବିପର୍ଯ୍ୟୟରେ ମୃତ୍ତିକା କ୍ଷୟ ହେଉଛି । ଭବିଷ୍ୟତରେ ମୃତ୍ତିକା ସଂରକ୍ଷଣ ନିମନ୍ତେ ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚର ଅର୍ଗାନାଇଜେଶନ (ଏଫ୍‌ଆଣ୍ଡ୍‌ଓ) ୨୦୧୩ ଡିସେମ୍ବର ୨୦ରେ ଜାତିସଂଘ ମହାସଭାର ୬୮ତମ ଅଧିବେଶନରେ ଡିସେମ୍ବର ୫କୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରିବା ପାଇଁ ଔପଚାରିକ ଭାବେ ଘୋଷଣା କରିଥିଲା । ୨୦୧୪ ଡିସେମ୍ବର ୫ରେ ପ୍ରଥମ କରି ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଏଫ୍‌ଆଣ୍ଡ୍‌ଓ ଦ୍ୱାରା ବୈଶ୍ୱିକ ସ୍ତରରେ ମୃତ୍ତିକା ସଂରକ୍ଷଣ ପାଇଁ ସଚେତନତା ବାଣ୍ଟିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ବିଶ୍ଵ ମୃତ୍ତିକା ଦିବସ"ମୃତ୍ତିକା ପ୍ରଦୂଷଣ ର ସମାଧାନ ହୁଅ"

ଓଡ଼ିଶାର ମାଟି, ଆମରି ମାଟି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments