1. କୃଷି ଖବର

Yellow Alert: କମୁଛି ପାରଦ, ବଢୁଛି ଶୀତ

୫ ତାରିଖରୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବା ନେଇ ସୂଚନା ରହିଛି । ସେହିପରି ଆଜି ସକାଳେ ଅନୁଗୁଳ, କନ୍ଧମାଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡି ହେବା ନେଇ ସତର୍କତା ଜାରି କରାଯାଇଥିଲା ।

Tanushree Mahapatra
Tanushree Mahapatra
yellow alert issued for three districts

yellow alert issued for three districts

ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧ ରୁ ୪ ଡିଗ୍ରୀ ସେଲସିୟସ୍ କମିଛି ତାପମାତ୍ରା ପୂର୍ବ ରାତି ତୁଳନାରେ । ସେହିପରି ଇସ୍ପାତ ସହରର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଅନ୍ୟପଟେ ରାଜ୍ୟରେ ଅଚାନକ ତାପମାତ୍ରା ଖସିଥିବାରୁ ଥଣ୍ଡା ଅନୁଭବ ଅଧିକ ହେଉଛି ।

ରାତି ତାପମାତ୍ରା ଅସ୍ବାଭିକ ଭାବେ କମିଥିବାର ଦେଖୁବାକୁ ମିଳିଛି । ସେହିପରି ରାଉରକେଲା ପରେ ଝାରସଗୁଡାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି l କେନ୍ଦୁଝର ୯.୫ ଓ ଫୁଲବାଣୀ ୯.୫ ଏବଂ  ଦାରିଙ୍ଗିବାଡି ୯.୫ ରହିଛି l ଅନ୍ୟପଟେ ଗତ ବୁଧବାର ଦିନ ସୁନ୍ଦରଗଡ ୯.୭, ଅନୁଗୁଳ ୧୦, ସୋନପୁର ୧୦ ଡିଗ୍ରୀ ରହିଥିଲା।

କିଛିଦିନ ହେବ ରାଜ୍ୟ ତମାମ୍ ବର୍ତ୍ତମାନ ପାଗ ଶୁଖିଲା ରହିବ। ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ମଧ୍ୟ ନାହିଁ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ।

୫ ତାରିଖରୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବା ନେଇ ସୂଚନା ରହିଛି । ସେହିପରି ଆଜି ସକାଳେ ଅନୁଗୁଳ, କନ୍ଧମାଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡି ହେବା ନେଇ ସତର୍କତା ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା ।

ସେହିପରି ଆସନ୍ତାକାଲି ସକାଳେ ଗଂଜାମ , ଗଜପତି, ଯାଜପୁର, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର,ମୟୂରଭଂଜ ଏବଂ ସୁନ୍ଦରଗଡ ଜିଲ୍ଲାରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିପାରେ । ଯାହାକି ଥଣ୍ତା ପବନ ଜନ ଜୀବନକୁ ପ୍ରଭାବିତ କରିବ ।

READ MORE:

Fenugreek farming: ଆଧୁନିକ ପ୍ରଣାଳୀରେ ମେଥି ଶାଗ

ଜୈବିକ ଉତ୍ପାଦ ଓ ବିହନ ପାଇଁ ହେବ ପ୍ୟାକ୍ସ କେନ୍ଦ୍ର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ