
yellow warning continues for heavy rain in odisha
ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ସଂଲଗ୍ନ ଅଞ୍ଚଳ ଉପରେ ରବିବାର ରହିଥିବା ଲଘୁଚାପ ବଳୟ ସୋମବାର ଦିନ ଓଡ଼ିଶା ଉପକୂଳସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା (RAIN) ଜାରି ରହିଛି । ଆସନ୍ତା ୪ ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା (RAIN)ହେବ । ୧୪ ତାରିଖ ଓ ୧୫ ତାରିଖ ରାଜ୍ୟରେ ବର୍ଷା (RAIN) ବିତ୍ପାତ କରିବ । ଆଜି ରାଜ୍ୟର ୧୫ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା (RAIN) ହେବ ।
ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday)ରାଜ୍ୟର ୧୫ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା (RAIN) ହେବ । ବିଶେଷ କରି କଟକ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ନୟାଗଡ଼ ଜିଲ୍ଲା, ଭଦ୍ରକ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା (RAIN)ର ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ସେହିଭଳି ୧୫ ତାରିଖ ଯାଏଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବର୍ଷା (RAIN) ସମ୍ଭାବନାକୁ ନେଇ ୱାର୍ଣ୍ଣିଂ (Warning) ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ର (IMD) କହିଛି ଯେ ଆସନ୍ତା ୧୩ ତାରିଖ ଦିନ ବର୍ଷା (RAIN)ର ପ୍ରଭାବ କମିବ । ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଯାଜପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, କେନ୍ଦୁଝର ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଯାଜପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଆଦି ଜିଲ୍ଲାର କେତେକ ସ୍ଥାନ ପ୍ରବଳ ବର୍ଷା (RAIN)ହେବ । ୧୪ ତାରିଖରୁ ବର୍ଷା (RAIN)ର ବିସ୍ତୃତି ଓ ପରିମାଣ ବଢ଼ିବ । ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ସେଦିନ ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ବର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଜପତି ଜିଲ୍ଲା ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା (RAIN) ସମ୍ଭାବନା ରହିଛି ।
ପ୍ରକାଶ ଥାଉ ଯେ, ସେହିଭଳି ୧୫ ତାରିଖ ଦିନ ମଧ୍ୟ ଭୀଷଣ ବର୍ଷିବାର ସମ୍ଭାବନା ରହିଛି । ଆଜି ରାଜଧାନୀର ଆକାଶ ମେଘାଚ୍ଛନ୍ନ ଥିବା ବେଳେ ବର୍ଷା (RAIN) ମଧ୍ୟ ହୋଇଥିଲା । ଆସନ୍ତାକାଲି ମଧ୍ୟ ରାଜଧାନୀର ପାଗ ମେଘୁଆ ରହିବ ଓ ମଝିରେ ମଝିରେ ବର୍ଷା (RAIN)ର ବି ସମ୍ଭାବନା ରହିଛି ।
Share your comments