1. କୃଷି ଖବର

Yellow warning: ୫ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଶୀତ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଘନ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡି ଯୋଗୁଁ ଯାତାୟାତରେ ଅନେକ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି ।

Tanushree Mahapatra
Tanushree Mahapatra
yellow warning for 5 districts, image source - pexels.com

yellow warning for 5 districts, image source - pexels.com

ରାଜ୍ୟରେ ୫ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା l ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଭୋର୍‍ ସମୟରେ ଘନ କୁହୁଡ଼ି ହେବା ନେଇ ସୂଚନା ଦିଆଯାଇଛି । ସେହିଭଳି ଉପକୂଳ ଓଡ଼ିଶା ସମେତ କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାରେ ଘନକୁହୁଡ଼ି ଅନୁଭୂତ ହେବା ନେଇ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଏହି ସମୟରେ ଦୃଶ୍ୟମାନ ଦୂରତା କମ୍‍ ରହିବା ନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ମଧ୍ୟ ସମ୍ପୃକ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ମାନଙ୍କୁ ସତର୍କ କରାଯାଇଛି । ବୁଧବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି l ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି l ତେଣୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ଜିଲ୍ଲା ମାନଙ୍କରେ । ଅନ୍ୟପଟେ ଶୀତ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଘନ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡି ଯୋଗୁଁ ଯାତାୟାତରେ ଅନେକ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ୧୦୦ ମିଟର ଆଗକୁ ରାସ୍ତା କିଛି ଦେଖାଯାଉନାହିଁ । ସେହିପରି ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଶୀତ ଅଧିକ ଅନୁଭୂତ ହେବା ଯୋଗୁଁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ ଘନ କୁହୁଡ଼ି । ଘନକୁହୁଡି ନେଇ କିଛି ଜିଲ୍ଲାଗୁଡିକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

ସୂଚନା ଅନୁଯାୟୀ, ଏଥର ବିଳମ୍ବରେ ଶୀତ ପଡ଼ିଥିଲା । କିନ୍ତୁ ରାଜ୍ୟରେ ଜଲ୍‌ଦି ତାତି ଫେରୁଥିବା ଦେଖିବାକୁ ମିଳୁଛି । ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪.୫ଡିଗ୍ରି ଟିଟିଲାଗଡ଼ରେ ରେକର୍ଡ କରାଯାଇଛି l କେବଳ ଟିଟିଲାଗଡ଼ ନୁହେଁ, ଭବାନୀପାଟଣାରେ, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ମଧ୍ୟ ପାରଦ ୩୪ଡିଗ୍ରି ଉପରକୁ ଛୁଇଁଥିବା ନଜିର ରହିଛି ।

ସେହିପରି ରିପୋର୍ଟ ଅନୁସାରେ ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ସକ୍ରିୟ ରହୁଥିବାରୁ ରାଜ୍ୟରେ ଦିନ ସମୟରେ ଗରମ ଅନୁଭୂତ ହେଉଛି । ଆଗକୁ ରାଜ୍ୟରେ ଅସହ୍ୟ ଗରମ ‌ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସ୍ପଷ୍ଟ କରିଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଖରା, ଗୁଳୁଗୁଳି ହେବ । ଏପରିକି ଏଲ୍‌ନିନୋ ପ୍ରଭାବରେ ରାଜ୍ୟରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ମଧ୍ୟ ପଡ଼ିପାରେ । ଯାହା ଚାଷ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments