1. କୃଷି ଖବର

Weather Update: ୧୧ ଜିଲ୍ଲାକୁ ଆଲର୍ଟ ଜାରି

ପାଣିପାଗ ଯୋଗୁଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦେଶ ଦିଆଯାଇଛି । ତେଣୁ କୁହୁଡି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Tanushree Mahapatra
Tanushree Mahapatra
Yellow warning for dense fog, image source - pexels.com

Yellow warning for dense fog, image source - pexels.com

ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଏକ ପ୍ରକାର ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଗଞ୍ଜାମ, ବୌଦ୍ଧ, ଅନୁଗୁଳ ଭଳିଆ ୧୧ଟି ଜିଲ୍ଲାଗୁଡ଼ିକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ପାଣିପାଗ ବିଭାଗ ଦ୍ୱାରା  ।

ଏହା ସହ ରାଜ୍ୟରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହା ସହ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ତେଣୁ ରାଜ୍ୟବାସୀଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । ଏବେ ରାଜ୍ୟରେ ଫସଳ ଅମଳ ଚାଲିଥିବାରୁ ବର୍ଷା ଯୋଗୁଁ ଅମଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି । ତେଣୁ ଶୀଘ୍ର ଅମଳ କରିନେବା ପାଇଁ ପରାମର୍ଶ ଦିଆଯାଇଛି l

ସେହିପରି ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି କିଛିଦିନ ହେବ । ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ଥିଲେ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି ରାଜ୍ୟରେ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବ ବୋଲି କୁହାଯାଉଛି । ସେହିପରି ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ । ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୨୨ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଏଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍‌ଆରସି) ଙ୍କ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦିଆଯାଇଛି l

ରାଜ୍ୟରେ ଧୀରେ ଧୀରେ ଶୀତ କମିଛି । କିନ୍ତୁ କୁହୁଡି କରୁଛି କଲବଲ ରାଜ୍ୟବାସୀଙ୍କୁ । କୁହୁଡି ପାଇଁ ଗତକାଲି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ତେବେ କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ,କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଟକ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ପାଣିପାଗ ବିଭାଗ ଦ୍ୱାରା । ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଆଶଙ୍କା ରହିଛି । ରବିବାର ଅର୍ଥାତ ଆଜି ୧୯ଟି ଓ ସୋମବାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ଯୋଗୁଁ ଏଥିପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦେଶ ଦିଆଯାଇଛି । ତେଣୁ କୁହୁଡି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments