
yellow warning for fog in odisha
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶା (Odisha)ର ଅଧିକାଂଶ ଜିଲ୍ଲାରେ କୁହୁଡ଼ି (Fog)ଅନୁଭୂତ ହେବ । ସୋମବାର (Monday) ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି (Fog) ପଡ଼ିବ । ଏଥିପାଇଁ ଆଜି ପାଇଁ ଘନକୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)।
ଏହି ସମୟ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଅନୁଗୁଳ ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଥଣ୍ଡା (Cold)ଅନୁଭୂତ ହେବ ।
ତେବେ ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି (Fog)ପଡ଼ିବ । ରାସ୍ତା ଘାଟ ଠିକ୍ ଭାବେ ଦୃଶ୍ୟମାନ ହେବ ନାହିଁ ।
ବିଶେଷକରି ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲାରେ କୁହୁଡ଼ି (Fog)ର ପ୍ରଭାବ ଅଧିକ ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ (Yellow warning) ଜାରି ହୋଇଛି ।
ପ୍ରକାଶ ଥାଉ ଯେ, ଫେବୃଆରି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା (Rain)ହେବା ନେଇ ପାଣିପାଗ କେନ୍ଦ୍ର (IMD) ପକ୍ଷରୁ ଆକଳନ କରାଯାଇଛି ।
Share your comments