News

ପାଣିପାଗ ବିଭାଗର ଅନୁମାନ ,ରେକର୍ଡ କରିବ ବର୍ଷା

ଜୁନ୍‌ ୧୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି | ଯାହା ଏହି ସମୟ ପରିଧି ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪% ଅଧିକ |

26 June, 2022 10:16 AM IST By: Rajashree

ଆଜି ଠୁ ରାଜ୍ୟରେ ପ୍ରବଳ ବର୍ଷୀବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ | ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଏବେ ମେଘୁଆ ରହିଛି(Rain weather) | କିଛି ଅଂଚଳରେ ବର୍ଷା ମଧ୍ୟ ଜାରି ରହିଛି | ଜୁନ୍‌ ୧୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି | ଯାହା ଏହି ସମୟ ପରିଧି ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪% ଅଧିକ |

ଅର୍ଥାତ ୧୬ ଜୁନରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା (Monsoon) ସ୍ୱାଭାବିକ ରହିଛି | ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା (Rain)ସମ୍ଭାବନା ଥିବା ଅନୁମାନ କରାଯାଇଛି | ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ଜାରି ହେବାର ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି |


ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ (Monsoon) ଜନିତ ବର୍ଷା ଆହୁରି ସକ୍ରିୟ ହେବ | ଫଳରେ ଆଜି କିଛି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା (Heavy rain) ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ‌ହେବ | ସେହିଭଳି ୨୬ ତାରିଖ ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି |

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ଜାରି ହେବାର ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି |

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)