1. ଅନ୍ୟାନ୍ୟ

ମଳରୁ ପ୍ରସ୍ତୁତ ହେଉଛି ବିଶ୍ବର ମହଙ୍ଗା କଫି

କଫି କେବଳ ଏକ ପେୟ ପଦାର୍ଥ ନୁହେଁ ବରଂ ଏକ ଅନୁଭୂତି । କଫିର ବାସନା ହିଁ ଅନେକ ଲୋକଙ୍କ ମନ ମୋହିଥାଏ । ବହୁ ଲୋକ କଫି ବାସନାର ଦିୱାନା ।

Sudesna Nayak
Sudesna Nayak
expensive coffee made from elephant dung

expensive coffee made from elephant dung

କଫି କେବଳ ଏକ ପେୟ ପଦାର୍ଥ ନୁହେଁ ବରଂ ଏକ ଅନୁଭୂତି । କଫିର ବାସନା ହିଁ ଅନେକ ଲୋକଙ୍କ ମନ ମୋହିଥାଏ । ବହୁ ଲୋକ କଫି ବାସନାର ଦିୱାନା ।

ଶୀତୁଆ ସକାଳ ହେଉ କିମ୍ବା ବର୍ଷା ଭିଜା ଦିନ କପେ କଫି ମନ ଆଉ ଶରୀରରେ କିଛି ଅଲଗା ପ୍ରକାରର ଫୁର୍ତ୍ତି ଆଣିଦିଏ । ଅନୁରୂପ ଭାବେ କର୍ମ କ୍ଲାନ୍ତ ଦିନର ଶେଷରେ ଟିକେ ଆରାମ ପାଇଁ ମଧ୍ୟ ମନ ଖୋଜୁଥାଏ ଗୋଟେ କପ୍ କଫି । କଫି ପିଇବା କାହା ପାଇଁ ସଉକ ହୋଇଯାଇଛି ତ କାହା ପାଇଁ ଅଭ୍ୟାସ । କେଉଁ ଆବହମାନ କାଳରୁ କଫିକୁ ନେଇ ମଣିଷ ଭିତରେ ରହିଛି ସ୍ବତନ୍ତ୍ର ଆକର୍ଷଣ ।

expensive coffee made from elephant dung

expensive coffee made from elephant dung

କୋପି ଲୁବାକ କଫି ଦୁନିଆର ସବୁଠାରୁ ମହଙ୍ଗା କଫି ମଧ୍ୟରୁ ଗୋଟିଏ । ଏହା ସିଭିଟ ବିଲେଇ (civet cats)ଗୋବରରୁ ବାହାର କରାଯାଇଥାଏ । ଏଥିପାଇଁ ବିଲେଇକୁ କଫି ବିନ୍ସ ଖାଇବାକୁ ଦିଆଯାଏ । ସେ ଯେତେବେଳେ ଝାଡା କରେ ସେହି କଫି ଫାଇନ କଫି ହୋଇଥାଏ । ଏହି କଫି ପ୍ରଡକ୍ସନ ମୁଖ୍ୟତଃ ଇଣ୍ଡୋନେସିଆର ଜାଭା, ବାଲି ଏବଂ ସୁଲାୱେସି ଦ୍ୱୀପରେ ହୋଇଥାଏ । ୧ ପାଉଣ୍ଡ କଫିର ମୂଲ୍ୟ ୭ ହଜାର ୩୬୦ ଟଙ୍କାରୁ ୪୪ ହଜାର ୧୫୭ ଟଙ୍କା ଯାଏଁ ଥାଏ । ଏହି କଫି ପିଇବା ଦ୍ୱାରା ଆମ ଶରୀରର ହଜମ ପ୍ରକ୍ରିୟା ଭଲ ରହିଥାଏ, ଯାହା ପେଟକୁ ସଫା ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏହା ଆମ ଶରୀରର ରକ୍ତକୁ ପରିଷ୍କାର କରିବାରେ ମଧ୍ୟ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି ।

ବ୍ଲାକ ଆଇଭରୀ କଫିକୁ ହାତୀ ଗୋବରରୁ ତିଆରି କରାଯାଇଥାଏ । ଏଥିପାଇଁ ଉତ୍ତର ଥାଇଲାଣ୍ଡରେ ଅରେବିକା କଫି ବିନ୍ସକୁ ହାତୀଙ୍କୁ ଖାଇବାକୁ ଦିଆଯାଇଥାଏ । ପରେ ହାତୀଙ୍କ ଗୋବର ଏକତ୍ର କରାଯାଇଥାଏ । ଏହି କଫି କେବଳ ଉତ୍ତର ଥାଇଲାଣ୍ଡରେ ହିଁ ତିଆରି ହୋଇଥାଏ । ଏହି କଫିକୁ ଧନିକ ଶ୍ରେଣୀରେ ଲୋକମାନେ ପିଇ ଥାଆନ୍ତି ବୋଲି ଶୁଣିବାକୁ ମିଳିଥାଏ। ଏହା ଦୁନିଆର ମହଙ୍ଗା କଫି ମଧ୍ୟରୁ ଗୋଟିଏ । ଏହି କଫିକୁ ପିଇବା ଦ୍ବାରା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ନିୟମିତ କଫି ପିଇବା ଦ୍ୱାରା ଡାଇବେଟିସ୍‌, ହୃଦ୍‌ଘାତ ହେବାର ଆଶଙ୍କା ହ୍ରାସ ପାଇଥାଏ।

ବାସି ଚା’ଗରମ କରି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments