1. ଅନ୍ୟାନ୍ୟ

ମକର ସଂକ୍ରାନ୍ତି ପଛର ଇତିହାସ, ଜାଣନ୍ତୁ କଣ...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟି ଆମ ଓଡିଶା ରାଜ୍ୟ । ଏଠାରେ ୧୨ ମାସରେ ୧୩ ପର୍ବ ପାଳନ ହୁଏ । ଯାହା ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଅନ୍ୟ ପର୍ବପର୍ବାଣୀ ତୁଳନାରେ ମକର ପର୍ବ ରାଜ୍ୟରେ ବେଶ ଗୁରୁତ୍ବ ବହନ କରିଥାଏ । କାରଣ ଆଜି ଦିନରୁ ଦିନ ବଡ ହେବା ଆରମ୍ଭ ହୁଏ ।

Sudesna Nayak
Sudesna Nayak
History behind the Makar Sankranti,@JagannathaDhaam

History behind the Makar Sankranti,@JagannathaDhaam

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟି ଆମ ଓଡିଶା ରାଜ୍ୟ । ଏଠାରେ ୧୨ ମାସରେ ୧୩ ପର୍ବ ପାଳନ ହୁଏ । ଯାହା ମଧ୍ୟରୁ ମକର ସଂକ୍ରାନ୍ତି (Makar Sankranti) ଅନ୍ୟତମ । ଅନ୍ୟ ପର୍ବପର୍ବାଣୀ ତୁଳନାରେ ମକର ପର୍ବ ରାଜ୍ୟରେ ବେଶ ଗୁରୁତ୍ବ ବହନ କରିଥାଏ । କାରଣ ଆଜି ଦିନରୁ ଦିନ ବଡ ହେବା ଆରମ୍ଭ ହୁଏ ।

ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜାନୁଆରୀ ୧୪ (January 14)କିମ୍ବା ୧୫ରେ ପଡିଥାଏ ମକର ସଂକ୍ରାନ୍ତି (Makar Sankranti) । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ ଧୂମଧାମରେ ହିଁ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଇଥାଏ ।

ସୌର ଗଣନା ଅନୁସାରେ, ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରିଥାନ୍ତି । ଏହି ଦିନ ଠାରୁ ହିଁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ସୂଚନା ଅନୁଯାୟୀ, ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରିଥାନ୍ତି । ମକର ସଂକ୍ରାନ୍ତି (Makar Sankranti) ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।

ଓଡ଼ିଆ ପ୍ରବାଦ ଅନୁଯାୟୀ, 'ମକର ଠାରୁ ଦିନ ବକର ହୁଏ', ଅର୍ଥାତ ଏହି ଦିନ ଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରିଥାନ୍ତି ।

ମକର ସଂକ୍ରାନ୍ତି (Makar Sankranti) ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ ।

ଆଜି ପଢୁଆଁ ହେବେ ବଡଠାକୁର

ବାଡ଼ିରେ ଲଗାନ୍ତୁ ତୁଳସୀ ଗଛ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments