1. ଅନ୍ୟାନ୍ୟ

ଖାଉଟିଙ୍କୁ କନ୍ଦାଉଛି ପିଆଜ, ଦୀପାବଳି ସୁଦ୍ଧା ୧୦୦ ଛୁଇଁବ

କେତେବେଳେ କଞ୍ଚା ପରିବା ଦର ବୃଦ୍ଧି ପାଉଛି ତ ଆଉ କେତେବେଳେ କନ୍ଦାଇଲାଣି ପିଆଜ ଦର । ସପ୍ତାହକ ମଧ୍ୟରେ ପିଆଜ ଦର ବଢିଛି ୩ ଗୁଣ । ଗତ ସପ୍ତାହରେ ପିଆଜ ଦର ୨୦ ଟଙ୍କା ଥିବାବେଳେ ଏବେ ଖୁଚୁରା ବଜାରରେ ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଫଳରେ ଖାଉଟିଙ୍କୁ ଲାଗିଛି ଚିନ୍ତା ।

Tanushree Mahapatra
Tanushree Mahapatra
Onion price increased , image source - pexels.com

Onion price increased , image source - pexels.com

କେତେବେଳେ କଞ୍ଚା ପରିବା ଦର ବୃଦ୍ଧି ପାଉଛି ତ ଆଉ କେତେବେଳେ କନ୍ଦାଇଲାଣି ପିଆଜ ଦର । ସପ୍ତାହକ ମଧ୍ୟରେ  ପିଆଜ ଦର ବଢିଛି ୩ ଗୁଣ । ଗତ ସପ୍ତାହରେ ପିଆଜ ଦର ୨୦ ଟଙ୍କା ଥିବାବେଳେ ଏବେ ଖୁଚୁରା ବଜାରରେ ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଫଳରେ ଖାଉଟିଙ୍କୁ ଲାଗିଛି ଚିନ୍ତା । ଆଗକୁ ଦୀପାବଳି ଆସୁଥିବାରୁ ପିଆଜ ଦର ୧୦୦ ଛୁଇଁବ ବୋଲି କହିଲେଣି ବ୍ୟବସାୟୀ ସଂଘ ।

ତେବେ ଏଥିପାଇଁ ବ୍ୟବସାୟୀ ସଂଘ କେନ୍ଦ୍ର ସରକାରଙ୍କ  ନୀତିର ତ୍ରୁଟି ପାଇଁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ପିଆଜ ଦର ବୃଦ୍ଧି ପାଇଥିବା ନେଇ ଅଭିଯୋଗ କରିଛନ୍ତି l ପିଆଜ ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନଥିବା ବେଳେ ସେପଟେ କର୍ପୋରେଟ ବ୍ୟବସାୟୀ ମାଲାମାଲ ହେଉଥିବା ଅଭିଯୋଗ କରାଯାଉଛି ।

ଗତ ସପ୍ତାହରେ ପିଆଜ ଦର ୨୦ ରୁ ୨୫ଟଙ୍କା ଥିବାବେଳେ ଏବେ ହୋଲସେଲ୍ ଦର ୫୫ ଟଙ୍କାରେ ପହଞ୍ଚିଛି । ସେପଟେ ଖୁଚୁରା ମାର୍କେଟରେ ପିଆଜ ୭୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀମାନେ । ଆଉ ଏବେ ଏହି ପିଆଜ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ରୋଷେଇ ଘରେ ପଡିଛି । ଅନିୟମିତ ବର୍ଷା ଯୋଗୁଁ ସଠିକ ପିଆଜ ଚାଷ ହୋଇପାରିନାହିଁ ଯାହା କାରଣରୁ ପିଆଜ ଦର ବୃଦ୍ଧି ପାଉଛି l ସେପଟେ ଚାଷୀଠାରୁ ବଡ ବଡ କମ୍ପାନୀମାନେ କମ୍ ଦରରେ ପିଆଜ କିଣି ମହଜୁଦ୍ ରଖୁଥିବା ଯୋଗୁଁ ମାର୍କେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ଆବଶ୍ୟକତା ଅନୁସାରେ ଯୋଗାଣ କମିବାରୁ ପିଆଜ ଦର ଆକାଶ ଛୁଆଁ ହେଉଛି ।

କେବଳ ଓଡ଼ିଶା ନୁହେଁ, ଏବେ ସାରା ଦେଶରେ ବଢ଼ିଛି ପିଆଜ ଦର । ପିଆଜ ଦର ବୃଦ୍ଧି ଏବେ ଏକ ପ୍ରକାର ଜାତୀୟ ପ୍ରସଙ୍ଗ ପାଲଟିଛି । ତେଣୁ ପିଆଜ ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଉଛି । ଏ ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ନେବା ପରେ ଏହି ଦର ନିୟନ୍ତ୍ରଣକୁ ଆସିବ । ନାସିକ, ଯେଉଁଠାରେ ପିଆଜ ଅଧିକ ଚାଷ ହୁଏ ସେଠାରେ ମଧ୍ୟ ପିଆଜ ବାହାରିନଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତେବେ ଓଡ଼ିଶାକୁ ପ୍ରତିବର୍ଷ ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ତାଡ଼ାପଲ୍ଲୀଗୁଡ଼ମ୍ ଓ ମଧ୍ୟପ୍ରଦେଶରୁ ପିଆଜ ଆମଦାନୀ ହୋଇଥାଏ । ସେଠାରେ ଅଦିନିଆ ବର୍ଷା ଯୋଗୁଁ କିଛି ଚାଷ ନଷ୍ଟ ହୋଇଛି । ଯାହାଦ୍ୱାରା ପିଆଜ ଦର ବୃଦ୍ଧି ପାଉଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments