ଜୈବିକ ଚାଷକୁ ସରକାର ଉତ୍ସାହିତ କରୁଛନ୍ତି l ଜୈବିକ ଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି l ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରାଯାଉଛି ଚାଷୀଙ୍କୁ l ନାବାର୍ଡ ମଧ୍ୟ ଚାଷୀଙ୍କୁ ଜୈବିକ ଚାଷ କରିବାକୁ ଉତ୍ସାହିତ କରୁଛି l ଜୈବିକ ଚାଷକୁ ଗୁରୁତ୍ତ୍ଵ ଦେଇ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଓ ନାବାର୍ଡ ତରଫରୁ ମିଳିତ ଉଦ୍ୟମରେ ନୂଆ ଦିଲ୍ଲୀ ଭାରତ ମଣ୍ଡପମ ଠାରେ ଗ୍ରାମୀଣ ଭାରତ ମହୋତ୍ସବ ଆୟୋଜନ କରାଯାଇଛି l ଏହି ମେଳାରେ ଗ୍ରାମୀଣ ଦ୍ରବ୍ୟକୁ ଗୁରୁତ୍ତ୍ଵ ଦିଆଯାଇଛି l
ଦେଶର ବିଭିନ୍ନ ରାଜ୍ୟରୁ ଚାଷୀ ନିଜ ନିଜର ଷ୍ଟଲ ପ୍ରଦର୍ଶନ କରିଛନ୍ତି l ଯେଉଁଠି ଏଫପିଓ, ଏଫପିସି ଏବଂ ଏସ.ଏଚ.ଜି ସଂସ୍ଥା ନିଜର ଜୈବିକ ପ୍ରକ୍ରିୟାରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ରୁ ବସ୍ତ୍ର ଏବଂ ଘର ସାଜସଜ୍ଜା ଉପସ୍ଥାପନା କରାଯାଇଛି l ଏହି ପରିପ୍ରେକ୍ଷୀରେ ଓଡିଶାରୁ ମଧ୍ୟ ବିଭିନ୍ନ ଜିଲ୍ଲାରୁ ଷ୍ଟଲ ରହିଛି l ସେହିପରି ଵାଣିଶ୍ରୀ କୃଷକ ଏଫପିସି,ବୌଧ ତରଫରୁ ଷ୍ଟଲ ରହିଛି l ଯେଉଁଠି ମାଁ ମାନେ ମାଣ୍ଡିଆ , ଝୁଣା, ମହୁ , ଦେଶୀ ବୁଟ , ବିଭିନ୍ନ ପ୍ରକାର ଡାଲି ଭଳି ଖାଦ୍ୟ ଜିନିଷ ବିକ୍ରି କରୁଛନ୍ତି l ସମ୍ପୂର୍ଣ୍ଣ ଜୈବିକ ଚାଷ ପ୍ରଣାଳୀରେ ପ୍ରସ୍ତୁତ ହେଉଥିବା ଏହି ସବୁ ଖାଦ୍ୟ ଜିନିଷ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ l
ଵାଣିଶ୍ରୀ ଏଫପିସି ର ସଦସ୍ୟ କୃଷି ଜାଗରଣକୁ ନିଜର ସାକ୍ଷାତକାର ଦେଇଥିଲେ l ଏହି ସମୟରେ ଏହି ସଂସ୍ଥାର ସଦସ୍ୟ ରଶ୍ମିତା ମହାକୁଡ଼ କହିଥିଲେ, " ତାଙ୍କ ଏଫପିସିରେ ସମ୍ପୂର୍ଣ୍ଣ ଜୈବିକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୁଏ l ଜୈବିକ ପ୍ରଣାଳୀରେ ସମସ୍ତ ଚାଷ କରାଯାଉଛି l ହଳଦୀ ଚାଷକୁ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି l ଯାହା ଏପରି ଏକ କିସମ ଅନେକ ବର୍ଷରୁ ଧରି ଚାଷ କରାଯାଉଛି l ଜୈବିକ ଚାଷ ହେତୁ ଭଲ ଅମଳ ଦେବା ସହିତ ତାହାର ସ୍ୱାଦ ମଧ୍ୟ ବେଶ ଭଲ " l ଏହି ଏଫପିସି ରେ ଏ ପର୍ଯ୍ୟନ୍ତ ୫୪୭ ସଦସ୍ୟ ସାମିଲ ହୋଇଛନ୍ତି l ଅମଳ ହେଉଥିବା ପ୍ରତିଟି ଶସ୍ୟକୁ ନିଜର କ୍ଲଷ୍ଟର ମାଧ୍ୟମରେ ପ୍ୟାକଟ କରାଯାଉଛି l ତାଙ୍କ ଏଫପିସି ଅଧୀନରେ ୩ ଟି କ୍ଲଷ୍ଟର ରହିଛି ଯାହା ସହାୟତରେ ସମସ୍ତ କାମ କରାଯାଉଛି l
ନାବାର୍ଡ ତରଫରୁ ବୌଧ ଜିଲ୍ଲାରେ ରୁରଲ ମାର୍ଟ କରାଯାଇଛି l ଯେଉଁଠି ସମସ୍ତ ଜିନିଷ ସିଧାସଳଖ ବଜାରରେ ବିକ୍ରି କରାଯାଉଛି l ନାବାର୍ଡର ଏହି ସୁବିଧା ସମସ୍ତ ଚାଷୀଙ୍କୁ ଭଲ ରୋଜଗାର ଦେଇ ପାରୁଛି l ବୌଧ ଜିଲ୍ଲାରେ ଵାଣିଶ୍ରୀ ଏଫପିସି ୨୦୧୮ ମସିହାରେ ସ୍ଥାପନ କରାଯାଇଥିଲା l ଏଥିରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଉଛି l ନିଜେ ସିଧାସଳଖ ସମସ୍ତ ଦ୍ରବ୍ୟ ବିକ୍ରି କରୁଥିବାବେଳେ ମେଳା ମାନଙ୍କରେ ଷ୍ଟଲ ଜରିଆରେ ମଧ୍ୟ ବିକ୍ରି କରାଯାଉଛି l ଏହା ଗ୍ରାହକଙ୍କୁ ମଧ୍ୟ ବେଶ ଆକର୍ଷଣ କରୁଛି l
Share your comments