1. ସଫଳ କାହାଣୀ

ଏହି ବିଜନେସ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...

ଆପଣ ସମସ୍ତେ ଫୁଲକୋବି ଦେଖିଥିବେ, ଖାଇଥିବେ ବି । ହେଲେ କେବେ ରଙ୍ଗୀନ କୋବି ଦେଖିଛନ୍ତି କି ? ଆଉ କେଉଁ ରଙ୍ଗର ନୁହେଁ ବାଇଗଣି ଓ ହଳଦିଆ ରଙ୍ଗର ଫୁଲ କୋବି । ଏପରି ରଙ୍ଗବେରଙ୍ଗର କୋବି ଆଉ କେଉଁଠି ନୁହେଁ ଆମ ଓଡ଼ିଶାରେ ମିଳୁଛି ।

Sudesna Nayak
Sudesna Nayak
colourfull Cauliflower in odisha know all the details

colourfull Cauliflower in odisha know all the details

ଆପଣ ସମସ୍ତେ ଫୁଲକୋବି (Cauliflower) ଦେଖିଥିବେ, ଖାଇଥିବେ ବି । ହେଲେ କେବେ ରଙ୍ଗୀନ କୋବି ଦେଖିଛନ୍ତି କି ? ଆଉ କେଉଁ ରଙ୍ଗର ନୁହେଁ ବାଇଗଣି ଓ ହଳଦିଆ ରଙ୍ଗର ଫୁଲ କୋବି । ଏପରି ରଙ୍ଗବେରଙ୍ଗର କୋବି ଆଉ କେଉଁଠି ନୁହେଁ ଆମ ଓଡ଼ିଶା (Odisha)ରେ ମିଳୁଛି ।

ଏହି ରଙ୍ଗବେରଙ୍ଗର କୋବି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେମିତି ସୁଆଦିଆ । ସମ୍ୱଲପୁର ଜିଲ୍ଲା ଠାକୁରମାଲ ଗାଁରେ ଫଳୁଛି ଏହି କୋବି (colourfull Cauliflower)। ସମ୍ୱଲପୁର ଜିଲ୍ଲା ତଥା ଜିଲ୍ଲା ବାହାରେ ଏହାର ଚାହିଦା ଢେର ଅଧିକ ବି ରହିଛି ।

ସୂଚନା ଅନୁୟାୟୀ, ରଙ୍ଗୀନ କୋବି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ସମ୍ୱଲପୁରର (Sambalpur) ଜଣେ ମହିଳା ଚାଷୀ । ଠାକୁରମାଲ ଗାଁର ମହିଳା ଚାଷୀ ଶଙ୍ଖଜିନି ପ୍ରଧାନ ରଙ୍ଗୀନ ଫୁଲ କୋବି ଚାଷ କରି ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି । ଖାଲି ଚାଷ କରୁନାହାଁନ୍ତି, କୋବିକୁ ବିକ୍ରି କରି ଭଲ ଲାଭ କରୁଛନ୍ତି । ଏଥିସହ ଭଲ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ଶଙ୍ଖଜିନି ।

ସାଧରଣ ଫୁଲକୋବି (Cauliflower) ର ସ୍ୱାଭାବିକ ରଙ୍ଗଠାରୁ ଟିକେ ଭିନ୍ନ । ଏପରି ବାଇଗଣି ଓ ହଳଦିଆ ରଙ୍ଗର ଫୁଲ କୋବି ଚାଷ କରି ଶଙ୍ଖଜିନୀ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ରଙ୍ଗୀନ ଫୁଲକୋବି କିଣିବାକୁ ତାଙ୍କୁ କେଉଁଆଡ଼େ ଯିବାକୁ ମଧ୍ୟ ପଡୁନାହିଁ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀ ଆସି ତାଙ୍କ କ୍ଷେତ ପାଖରୁ କିଣି ନେଇଯାଉଛନ୍ତି । ସାଧରଣ ଫୁଲକୋବି ଠାରୁ ଏହି ରଙ୍ଗିନ ଫୁଲକୋବି (colourfull Cauliflower) ୩୦ ପ୍ରତିଶତ ଅଧିକ ରେଟରେ ବିକ୍ରି ହେଉଛି ।

ଯାହାର ମୂଲ୍ୟ ମାର୍କେଟରେ ୬୦ ରୁ ୭୦ ଟଙ୍କା ରହିଛି । ଏହି ରଙ୍ଗୀନ ଫୁଲ (colourfull Cauliflower) କୋବି ଚାଷ କରିବାର ସବୁଠାରୁ ବଡ଼ ଲାଭ ହେଉଛି, ଏହା ଶୀଘ୍ର ଖରାପ ହୋଇ ନଥାଏ । ଅଧିକ ଦିନ ସତେଜ ରହୁଛି ଏହି କୋବି । ଶଙ୍ଖଜିନୀ ପ୍ରଥମେ ରଙ୍ଗୀନ ଫୁଲକୋବି (colourfull Cauliflower)ଚାଷ ବିଷୟରେ ସୋସିଆଲ ମିଡିଆ ୟୁଟ୍ୟୁବରୁ ଜାଣିବାକୁ ପାଇଥିଲେ । ୟୁଟ୍ୟୁବ (YouTube) ରୁ ଦେଖି ପ୍ରେରଣା ପାଇ ଦୋକାନରୁ ମଞ୍ଜି କିଣିଆଣି ରଙ୍ଗୀନ ଫୁଲକୋବି ଫୁଟାଇବାରେ ସେ ସଫଳ ହୋଇ ପାରିଛନ୍ତି । ତାଙ୍କୁ ଚାଷରେ ପରିବାର ଲୋକେ ମଧ୍ୟ ବହୁତ ସହଯୋଗ କରିଥାନ୍ତି ।

ପ୍ରକାଶ ଥାଉ ଯେ, ଶଙ୍ଖଜିନୀଙ୍କ ଅକ୍ଲାନ୍ତ ପରିଶ୍ରମ ତାଙ୍କ ଫୁଲକୋବି ବାଡ଼ିରେ ପ୍ରତିଫଳିତ ହେଉଛି । ଏହି ରଙ୍ଗୀନ ଫୁଲକୋବି (colourfull Cauliflower) ଫଳିବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି । ଶଙ୍ଖଜିନୀଙ୍କୁ ସରକାରୀ ସ୍ତରରେ ଅନେକ ପ୍ରକାର ସହାୟତା ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଭିଏଡବ୍ଲ୍ୟୁ । ଯେଉଁ ଚାଷୀମାନେ ଲାଭ ହେଉ ନଥିବାରୁ ଚାଷରୁ ମୁହଁ ଫେରାଇ ନେଉଛନ୍ତି ସେମାନେ ଏବେ ଶଙ୍ଖଜିନୀଙ୍କ ଉଦ୍ୟମରୁ ପ୍ରେରଣା ପାଇବେ ନିଶ୍ଚିତ ।

ବିଲାତି ଚାଷ କରି ୫ ମହିଳା ଲକ୍ଷପତି,ଜାଣନ୍ତୁ...

ଉଚ୍ଚ ଶିକ୍ଷିତ ଯୁବକଙ୍କ ଚାଷ ନିଶା : ବାଡ଼ିରେ ଫଳେଇଛନ୍ତି ଲାଲ ଟହଟହ ରେଡ ବେରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments