Success Stories

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ଲାଭବାନ

ମହାମାରୀ କୋରୋନା Corona ସମୟରେ ୟ୍ୟୁଟୁବ ଚାଷ ଆରମ୍ଭ କଲେ ଯୁବଚାଷୀ । ଆଉ ଏବେ ହୋଇଛନ୍ତି ଲାଭବାନ ।

16 February, 2022 4:22 PM IST By: Sudesna Nayak

ମହାମାରୀ କୋରୋନା Corona ସମୟରେ ୟ୍ୟୁଟୁବ ଚାଷ ଆରମ୍ଭ କଲେ ଯୁବଚାଷୀ । ଆଉ ଏବେ ହୋଇଛନ୍ତି ଲାଭବାନ । ଥାଇଲାଣ୍ଡ ଆପେଲ ବରକୋଳି Thailand Apple Ber fruit ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯୁବଚାଷୀ ରଞ୍ଜନ ।

ନିଜ ବାଡିରେ ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଆଳି, ନିମାପଡା ପରେ ଏବେ କେନ୍ଦ୍ରାପଡାରେ ଫଳିଛି ଏହି ରେଡ ଆପେଲ ବରକୋଳି ।

ପସ୍ତା ଗାଁର ରଞ୍ଜନ କୁମାର ପରିଡା ନିଜ ଜମିରେ ଏବେ ଏହି ଚାଷ କରିଛନ୍ତି । ଖାଲି ଥାଇଲାଣ୍ଡ ଆପୋଲ ବରକୋଳି ବରଂ ଗ୍ରିନ ଆପେଲ ବରକୋଳି ଓ ଅଷ୍ଟ୍ରିଆନ ବରକୋଳି ମଧ୍ୟ ସେ ଚାଷ କରିଛନ୍ତି ରଞ୍ଜନ ।

ପ୍ରଥମେ କଲିକତାର ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଥାଇଲାଣ୍ଡ ଆପେଲ ବରକୋଳି Thailand Apple Ber fruit ଚାରା ମଗାଇଥିଲେ । ଏହା ପରେ ନିଜ ବାଡିରେ ଥିବା ୧୨ ଡିସିମିଲ ଜାଗାରେ ଲଗାଇଥିଲେ । ଗୋଟିଏ ଥାଇଲାଣ୍ଡ ଆପେଲ ବରକୋଳି Thailand Apple Ber fruit ଗଛକୁ ୧୦୦ ଟଙ୍କା ମୂଲ୍ୟରେ ୫୬ଟି ଗଛ ଆଣି ଲଗାଇଥିଲେ ରଞ୍ଜନ । ଯେଉଁ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ପ୍ରତ୍ୟେକ ଗଛରେ ୧୦ କେଜିରୁ ଅଧିକ ଫଳ ଫଳୁଥିବା ଦେଖିବାକୁ ମିଳୁଛି ।

ଏହି ଥାଇଲାଣ୍ଡ ଆପେଲ କୋଳି Thailand Apple Ber fruit ଗୋଟିଏ ଗଛରୁ ପ୍ରଥମ ବର୍ଷ ୨୦ରୁ ୨୫ କେଜି ଫଳିବ । ସେହିପରି ଦ୍ବିତୀୟ ବର୍ଷ ୪୦ରୁ ୫୦ କେଜି ଏବଂ ତୃତୀୟ ବର୍ଷ ୧ କୁଇଣ୍ଟାଲରୁ ଅଧିକ ଫଳ ଫଳିବ ବୋଲି କହିଛନ୍ତି ରଞ୍ଜନ । ଥାଇଲାଣ୍ଡ ଆପେଲ ଚାଷରେ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି କୋଳି ଗଛରୁ କମଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଯୁବଚାଷୀ ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଥାଇଲାଣ୍ଡ କୋଳି ଠିକ୍ ଭାବରେ ଫଳିବ କି ଫଳିବ ନାହିଁ ସ୍ଥାନୀୟ ବାସିନ୍ଦା ଆଶଙ୍କା ରଖିଥିଲେ । ଅଳ୍ପ ପାଣି ସହିତ ଅଳ୍ପ ସାର ମସଲାରେ ଏହି ଗଛ ଗୁଡିକ ବଢିପାରୁଛି ଏବଂ ସୁନ୍ଦର ଫଳ ମଧ୍ଯ ଫଳୁଛି । ଏହି ଥାଇଲାଣ୍ଡ ଆପେଲ ବରକୋଳି Thailand Apple Ber fruit ଗୁଡିକ ସେଓ ପରି ଦେଖାଯାଉଥିବାବେଳେ କିନ୍ତୁ ଏହା ସେଓ ଠାରୁ ବହୁତ ଛୋଟ ଓ ମିଠା ମଧ୍ୟ ।

ଏହି ଥାଇଲାଣ୍ଡ କୋଳି ଚାଷ Thailand Apple Ber fruit କରି ଅନ୍ୟ ଯୁବକଙ୍କ ପାଇଁ ରଞ୍ଜନ ଉଦାହରଣ ପାଲଟିଛନ୍ତି । ଏହି ଚାଷ ପାଇଁ ଯୁବଚାଷୀ ଯାହା ସହଯୋଗ ଆବଶ୍ୟକ କରିବେ, ସେଗୁଡିକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ।

ଆରମ୍ଭ କରନ୍ତୁ ଏହି ବିଜନେସ,ହେବେ ମାଲାମାଲ

ଏହି ବିଦେଶୀ ଫଳ ଚାଷ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)