ସଫଳ ଚାଷୀ ଶିବରାଜ l ଯାହାଙ୍କ ମାସକୁ ହେଉଛି ଲକ୍ଷାଧିକ ଟଙ୍କା l ଯାହା ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରୁଛି ଚାଷ କାମ କରିବା ପାଇଁ l ବର୍ତ୍ତମାନ ଅନେକ ଯୁବପିଢ଼ି ଚାଷକାମରେ ନିଜକୁ ନିୟୋଜିତ କରୁଛନ୍ତି l ଲକ୍ଷାଧିକ ରୋଜଗାର ମଧ୍ୟ କରୁଛନ୍ତି l ବିଭିନ୍ନ ପ୍ରଣାଳୀରେ ଚାଷକାମ କରି ଅର୍ଥ ଉପାର୍ଜନ କରୁଛନ୍ତି l ନିଜେ ସଫଳ ହେବା ପରେ ଅନ୍ୟ ଚାଷୀଙ୍କୁ ଟ୍ରେନିଂ ମଧ୍ୟ ପ୍ରଦାନ କରୁଛନ୍ତି l ଆମେ ଏହି ଆର୍ଟିକଲରେ ଯେଉଁ ସଫଳ ଚାଷୀଙ୍କ କଥା ଆଲୋଚନା କରୁଛି ସେ ହେଉଛନ୍ତି ଉତ୍ତରପ୍ରଦେଶର ଜଣେ ସଫଳ କୃଷି ବ୍ୟବସାୟକ l ଯିଏକି ନୂତନ ଜ୍ଞାନକୌଶଳ ବ୍ୟବହାର କରି ମାସକୁ ୧ ଲକ୍ଷ ରୁ ୪ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଅର୍ଥ l ଫୁଲ, ଯାହା କିଛି ସମୟ ପରେ ଅଦରକାରୀ ମାନେ ହୁଏ l କାରଣ ଫୁଲ ଗୁଡ଼ିକ ପୁରୁଣା ହେବା ପରେ ଗଛରୁ ଝଡ଼ିଯାଏ l ତେବେ ଏହି ବର୍ଜ୍ୟବସ୍ତୁ ଫୁଲ ବ୍ୟବହାର କରି ନିଜ ଜୀବନକୁ ପରିବର୍ତ୍ତନ କରିଛନ୍ତି ଶିବରାଜ l
ଶିବରାଜ ନିଶାଦ ୩୦ ବର୍ଷରୁ ଅଧିକ ସମୟ ପାଇଁ ଫାର୍ମାସ୍ୟୁଟିକାଲ୍ ପ୍ରତିନିଧୀ ଭାବରେ କାର୍ଯ୍ୟ କରିଥିଲେ l ଯେଉଁଥିରୁ ସେ କୌଣସି ବିଶେଷ ଲାଭ ପାଇ ନଥିଲେ । ଫୁଲ ନଷ୍ଟ ହେବାର ସମସ୍ୟାକୁ ବୁଝି କିପରି ତାହାକୁ କାର୍ଯ୍ୟକ୍ଷମ କରିହେବ ତାହା ଜାଣିବାକୁ ଚେଷ୍ଟା କରିଥିଲେ । ଯାହା ଦ୍ୱାରା ସେଗୁଡିକ ଦୀର୍ଘ ସମୟ ପାଇଁ ବ୍ୟବହୃତ ହୋଇପାରିବ l ବର୍ତ୍ତମାନ ଜସ୍ମିନ୍ ଏବଂ ଗୋଲାପ ଫୁଲକୁ ଶୁଖାଇବା ପାଇଁ ଏକ ସୌର ଚଳିତ ମେସିନ ବ୍ୟବହାର କରନ୍ତି, ଯାହା ଚା' ପତ୍ର ତିଆରିରେ ବ୍ୟବହୃତ ହୁଏ l ବର୍ଜ୍ୟ ଫୁଲର ଏହି ଉତ୍କୃଷ୍ଟ ବ୍ୟବହାର ସହିତ ଶିବରାଜ କେବଳ ଫୁଲର ଭଲ ବ୍ୟବହାରକୁ ଅଧିକ କରିନାହାଁନ୍ତି l ବାସ୍ତବରେ, ବଜାରରେ ଫୁଲର ବ୍ୟବସାୟକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିବାରେ ସେ ସଫଳ ହୋଇଛନ୍ତି l
ଶୁଖିଲା ଫୁଲର ବିଭିନ୍ନ ବ୍ୟବହାର :-
ଫୁଲ ଶୁଖାଇ ସେମାନଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇ ରଖିପାରିବ l ଫୁଲଗୁଡିକ ଶୁଖିବା ପରେ ମଧ୍ୟ ସେମାନଙ୍କର ରଙ୍ଗ, ସୁଗନ୍ଧ ଏବଂ ଔଷଧୀୟ ଲାଭ ଅକ୍ଷୁର୍ଣ୍ଣ ରହିଥାଏ l ନୀଳ ମଟର ଫୁଲ, ଯାହା ନୀଳ ଚା' ପରି ହର୍ବାଲ୍ ଚା' ତିଆରି କରିବାରେ ବ୍ୟବହୃତ ହୁଏ l ଏହାର ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ରହିଛି l ଯେପରିକି ଆଣ୍ଟି-ଏଜିଙ୍ଗ୍, ଆଣ୍ଟି-ଡାଇବେଟିସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏଥିରେ ଭରପୁର l ଏହା ସଫଳ ଚାଷୀ ନିଶାଦଙ୍କର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ରହିଥିଲା କୃଷି କ୍ଷେତ୍ରରେ l ସେମାନଙ୍କର ଉତ୍ପାଦକୁ ବିସ୍ତାର କରିବାକୁ, ଚା', ସିରପ, ଏବଂ ସଂରକ୍ଷଣରେ ବ୍ୟବହାର ପାଇଁ ମନ୍ଦାର ଫୁଲ ଏବଂ କାମୋମାଇଲ ଫୁଲ ସମେତ ଅନ୍ୟ ଫୁଲ ଶୁଖାଇବା ଆରମ୍ଭ କଲେ l ଯାହା ଧୀରେ ଧୀରେ ତାଙ୍କୁ ରୋଜଗାରର ବାଟ ଦେଖାଇଥିଲା l ବେବେଳେ ଫୁଲ ଚାଷୀ ଅମଳ ଫୁଲ ବିକ୍ରି ନ ହେବାରୁ ନଷ୍ଟ ଫୁଲକୁ ଗଙ୍ଗାରେ ବିସର୍ଜନ କରିଦେଉଥିଲେ l ତେବେ ପରେ ଏହାର କିପରି ସଂରକ୍ଷଣ କରି ଭବିଷ୍ୟତରେ କାର୍ଯ୍ୟରେ ବ୍ୟବହାର କରିହେବ ତାହା ପାଇଁ ବାଟ ଫିଟାଇଥିଲେ ଶିବରାଜ l ତେବେ ଆଜି ଏହି ଅଞ୍ଚଳର ଚାଷୀଙ୍କ ଫୁଲ ଆଉ ନଷ୍ଟ ହେଉନାହିଁ l
କିପରି ବଦଳିଲା ଶିବରାଜଙ୍କ ଜୀବନଶୈଳୀ :-
ବ୍ୟବସାୟ ପ୍ରୟାସରେ ସୌର ଚାଳିତ ଡ୍ରାୟରର ବ୍ୟବହାର ଏକ ବଡ ପରିବର୍ତ୍ତନ ଆଣିଥିଲା l ପ୍ରାରମ୍ଭରେ, ସେ ଖୋଲା ପରିବେଶରେ ଫୁଲ ଶୁଖାଇଲେ, ଯେଉଁ ପଦ୍ଧତି ଦ୍ୱାରା ଧୂଳି, ପକ୍ଷୀ ଫୁଲ ନଷ୍ଟ କରିଦେବା ଭୟ ଏବଂ ପାଣିପାଗ ପରିସ୍ଥିତି ଉତ୍ପାଦକୁ ନଷ୍ଟ କରିପାରେ ବୋଲି ଭାବିଲେ l ପରେ ସେ ସୋଲାର କିମ୍ବା ସୌର ଡ୍ରାୟର୍ ଏହି ସମସ୍ୟାରୁ ବଞ୍ଚିତ କରି ଏକ ସୁନ୍ଦର ନିୟନ୍ତ୍ରିତ ପରିବେଶ ଯୋଗାଇଲା l ସୋଲାର ମେସିନରେ ଧୂଳି ପ୍ରବେଶ ହୁଏ ନାହିଁ। ଏଥିରେ ଶୁଖାଯାଇଥିବା ଦ୍ରବ୍ୟ ଖାଦ୍ୟ ଗ୍ରେଡ୍ ୧୦୦% ଶୁଦ୍ଧ ଅଟେ ମଧ୍ୟ । ଡ୍ରାୟର୍ ସୁନିଶ୍ଚିତ କରିଥିଲା ଫୁଲଗୁଡିକ ୪୦ ରୁ ୪୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ତାପମାତ୍ରାକୁ ସ୍ଥିର କରି ଗୁଣବତ୍ତା ଉପରେ କୌଣସି ଅସୁବିଧା ନକରି ଫୁଲଗୁଡିକ ମୂଳ ରଙ୍ଗ ଏବଂ ସୁଗନ୍ଧକୁ ବଜାୟ ରଖିଥାଏ l ଏହି କୌଶଳରେ ଉତ୍ପାଦର ଉଭୟ ବ୍ୟବସାୟିକ ଏବଂ ସେଲ ଲାଇଫକୁ ମଧ୍ୟ ବଢ଼ାଇଥିଲା l ଧୀରେ ଧୀରେ ସେ ଅନ୍ୟାନ୍ୟ ଫୁଲ ମଧ୍ୟ ଶୁଖାଇବା ଆରମ୍ଭ କରିଥିଲେ l
ବର୍ତ୍ତମାନ ଫୁଲ ବ୍ୟବସାୟରୁ ମାସକୁ ୫୦୦- ୧,୦୦୦ କିଲୋଗ୍ରାମ ଫୁଲ ବିକ୍ରି କରି ପ୍ରାୟ ୧,୦୦,୦୦୦ ଟଙ୍କା ଏବଂ ସର୍ବାଧିକ ୪,00,000 ଟଙ୍କା ଲାଭ କରୁଛନ୍ତି ଶିବରାଜ। ଏହି ବ୍ୟବସାୟ ଅନେକ କ୍ଷୁଦ୍ର ଏବଂ ନିମ୍ନ ଚାଷୀଙ୍କ ପାଇଁ ଆୟର ଉତ୍ସ ହୋଇପାରେ l ଏହି କାର୍ଯ୍ୟ ୪୦୦ ରୁ ୫୦୦ କୃଷକଙ୍କ ନେଟୱାର୍କ ସହିତ ଏକ ସାମୂହିକ ପ୍ରୟାସ ମଧ୍ୟ l କୃଷି କ୍ଷେତ୍ରକୁ ସଂପୂର୍ଣ୍ଣ ରୂପାନ୍ତରିତ କରିଛନ୍ତି ଯେ ସେମାନଙ୍କର ଉତ୍ପାଦ ଉଚିତ ମୂଲ୍ୟରେ କିଣାଯିବ l ସେ କହିଛନ୍ତି, “ବର୍ତ୍ତମାନ କୌଣସି କୃଷକ ୬ ରୁ ୭ କିଲୋଗ୍ରାମରୁ କମ୍ ଜିନିଷ ବିକ୍ରି କରନ୍ତି ନାହିଁ, ଯାହା ସ୍ଥାନୀୟ ବଜାରର ଗତିଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରିଥାଏ ।
ପ୍ରତ୍ୟେକ ଉଦ୍ୟୋଗୀ ଯାତ୍ରା ପରି ଚାଷୀ ଶିବରାଜଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା l ଚାଷ ଏବଂ ଚାକିରିରୁ ପରେ, ସେ ନିଜର ବ୍ୟବସାୟ ଉତ୍ପାଦକୁ ବିକ୍ରୟ ଏବଂ ବିସ୍ତାର କରିବାକୁ ସଂଘର୍ଷ କଲେ l ତାଙ୍କ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ ରହିଥିଲା କୃଷକମାନଙ୍କୁ ଫୁଲ ଶୁଖାଇବାର ଉପକାରିତା ବୁଝାଇବା ଏବଂ ସେମାନଙ୍କୁ ସୌର ଡ୍ରାୟର ପରି ନୂତନ ଜ୍ଞାନକୌଶଳ ବ୍ୟବହାର କରିବାକୁ ଶିଖାଇବା l କିନ୍ତୁ ନିରନ୍ତର ପରିଶ୍ରମ କରି ନିଜର ଦକ୍ଷତା ପ୍ରମାଣ କରି ଆଜି ସେ କୃଷକଙ୍କ ସମର୍ଥନ ଏବଂ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲେ। ୫୦ କିଲୋଗ୍ରାମ ଫୁଲ ଶୁଖାଇବା ଠାରୁ ଆରମ୍ଭ କରି ୨୦୦୦ କିଲୋଗ୍ରାମ ଫୁଲ ଶୁଖାଇବା ପାଇଁ ଆଶାବାଦୀ ରହିଛନ୍ତି ସେ l ଆଗକୁ ନିଜର ଏବଂ ଚାଷୀଙ୍କ ସହଯୋଗୀତାରେ ଏକ ବ୍ରାଣ୍ଡ ଲଞ୍ଚ କରିବାକୁ ଆଶା ରଖିଛନ୍ତି ଯାହାଦ୍ୱାରା ଚାଷୀ ନିଜ ଉତ୍ପାଦ ସଠିକ ଦରରେ ବିକ୍ରି କରିପାରିବ l ବଜାରର ଚାହିଦା ଦେଖି ଆଗକୁ ଅଧିକ ରୁ ଅଧିକ ଉତ୍ପାଦ ବଢାଇବାକୁ ଇଛା ରହିଛି ତାଙ୍କର l
ଅଧିକ ପଢ଼ନ୍ତୁ
Share your comments