
From successful farmer to OUAT professor
ଜୈବିକ ଚାଷ l ଜୈବିକ ଚାଷ ଯାହା ଚାଷରେ ଆଣିଛି ଏକ ବଡ଼ ପରିବର୍ତ୍ତନ l ଜୈବିକ ଚାଷ କରିବା ଦ୍ୱାରା ମାଟି ଉନ୍ନତ ହେବା ସହିତ ଉତ୍ପାଦିତ ଫସଲ ମଧ୍ଯ୍ୟ ଉନ୍ନତ ହୋଇପାରୁଛି l ଅନେକ ରାଜ୍ୟରେ ଅଧିକାଂଶ ଚାଷୀ ଜୈବିକ ପ୍ରଣାଳୀରେ ଚାଷ କାମ କରି ଲାଭ କମାଉଛନ୍ତି l ତେବେ ଏହି ଆର୍ଟିକଲରେ ଆମେ ଏପରି ଏକ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରିଛୁ ଯିଏକି ଚାଷକାମରେ ସଫଳ ହୋଇ OUAT ପ୍ରଫେସର ହୋଇଛନ୍ତି l ଓଡ଼ିଶା ସରକାର ତାଙ୍କୁ ପ୍ରଫେସର ପ୍ରାକଟିସ ଭାବେ ନିଯୁକ୍ତି ଦେଇଛନ୍ତି l
ନା ତାଙ୍କର ଗଜେନ୍ଦ୍ର ପ୍ରସାଦ ବେହେରା l ଭଦ୍ରକ ଜିଲ୍ଲା ମଇତାପୁର ବାସିନ୍ଦା l ଆଜିକୁ ୪୦ ବର୍ଷ ହେବ ସେ ଚାଷ କାମ କରୁଛନ୍ତି l ପ୍ରଥମେ ନିଜ ଜମିରେ ଚାଷ କରିବା ସହିତ ଗାଁ ର ଅନ୍ୟ ଚାଷୀଙ୍କ ଜମିରେ ଭାଗ ଚାଷ ମଧ୍ୟ କରିଛନ୍ତି l ବାପା ଓ ଜେଜେବାପାଙ୍କ ଠାରୁ ପ୍ରେରଣା ପାଇ ସେ ଜୈବିକ ଚାଷ ଆରମ୍ଭ କରିଥିଲେ l ୧୯୯୯ ମସିହାରୁ ଜୈବିକ ଚାଷ ପ୍ରତି ଧ୍ୟାନ ଦେବା ଆରମ୍ଭ କଲେ l ଚାଷ କ୍ଷେତ୍ରରେ ଜୈବିକ ଚାଷ କରିବା ପରେ ପରେ ସେ ପରିବର୍ତ୍ତନ ଦେଖିବାକୁ ପାଇଲେ ଯାହା ତାଙ୍କୁ ଆହୁରି ଅଧିକ ଉତ୍ସାହିତ କରିଥିଲା ଜୈବିକ ଚାଷ କରିବାକୁ l
ଜୈବିକ ଚାଷ ପାଇଁ ବ୍ୟବହାର କରୁଥିବା ଜିଆଖତ ଆଜି ତାଙ୍କୁ ତାଙ୍କ ଜିଲ୍ଲାର ସଫଳ ଚାଷୀ ପ୍ରମାଣିତ କରିଛି l ନିଜ ଜିଲ୍ଲା ସହିତ ଅନ୍ୟ ଜିଲ୍ଲା ର ଚାଷୀଙ୍କୁ ସେ ଜିଆଖତ ଦେଉଛନ୍ତି l ୧୯୯୯ ମସିହାରୁ ଜିଆଖତ ଆରମ୍ଭ କରିଥିଲେ l ଅନେକ ଲୋକ ତାଙ୍କୁ ତାତ୍ସଲ୍ୟ କରିଥିଲେ ଜିଆଖତ ପ୍ରସ୍ତୁତ କରୁଥିବା ଦେଖି l କିନ୍ତୁ, ପରେ ଜିଆଖତ ଗଜେନ୍ଦ୍ରଙ୍କୁ ଆଣି ଦେଇଥିଲା ସଫଳତା l ତାଙ୍କ କହିବା କଥା ହେଉଛି ଜିଆଖତ ବ୍ୟବହାର କରିବା ଦ୍ୱାରା ବାୟୁ ପ୍ରଦୂଷଣ ହେବ ନାହିଁ , ମାଟି ଓ ଉତ୍ପାଦିତ ଫସଲ ଦୁଇଟି ଉନ୍ନତ ହେବ ଯାହା ଆମ ଯୁବପିଢ଼ିଙ୍କୁ ଅନେକ ରୋଗରୁ ମଧ୍ୟ ମୁକ୍ତ କରିବ l
ନିଜ ଜିଲ୍ଲାର ପ୍ରାୟ ୫୦ ଟି ସ୍କୁଲରେ ସେ ଜୈବିକ ଚାଷ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି l ଧୀରେ ଧୀରେ ଅନେକ ଜିଲ୍ଲାକୁ ଯାଇ ଅନ୍ୟ ଚାଷୀଙ୍କୁ ମଧ୍ୟ ଜିଆଖତ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ l ଯାହାଦ୍ୱାରା ସେ ଚାଷୀ ମଧ୍ୟ ଜିଆଖତ ବ୍ୟବହାର କରି ଆଜି ସଫଳ ଭବେ ଚାଷ କାମ କରୁଛନ୍ତି l ଯାହା ତାଙ୍କୁ ଅନେକ କ୍ଷତି ହେବାରୁ ମଧ୍ୟ ରକ୍ଷା କରିଛି l ଗଜେନ୍ଦ୍ର କହନ୍ତି ଜିଆଖତ ପ୍ରସ୍ତୁତ କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ୨ ରୁ ୩ ଲକ୍ଷ ଟଙ୍କା ଲାଭ କମାଇପାରିବ ଜଣେ ଚାଷୀ l
ଜୈବିକ ଚାଷକାର୍ଯ୍ୟ କରି ସେ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି l ଏ ପର୍ଯ୍ୟନ୍ତ ଅନେକ ଚାଷରେ ପରୀକ୍ଷଣ ଜାରି ରଖିଛନ୍ତି ସେ l ଭୁବନେଶ୍ୱର ଇମେଜ ରୁ ପ୍ରଥମ ମାଷ୍ଟର ଟ୍ରେନର ଭାବେ ସେ ସାର୍ଟିଫିକେଟ ପାଇଥିଲେ l ଆତ୍ମା, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ଏହିଭଳି ଅନେକ ପ୍ରତିଷ୍ଠାନରୁ ସେ ସାର୍ଟିଫିକେଟ ପାଇଛନ୍ତି l ଢେଙ୍କାନାଳ ଜିଲ୍ଲାରେ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟାନାୟକଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ l ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କ ଠାରୁ ମଧ୍ୟ ସେ ପ୍ରେରଣା ପାଇଥିବା କହିଛନ୍ତି l ଜିଆଖତ ପାଇଁ ଓଡ଼ିଶା କୃଷି ବିଦ୍ୟାଳୟ(OUAT)ରୁ ତାଙ୍କୁ ଲେଟର ମିଳିବା ପରେ ଆଜି ସେ ସେଠାରେ ପ୍ରଫେସର ପ୍ରାକ୍ଟିସ ଭାବେ ନିଯୁକ୍ତ ହୋଇଛନ୍ତି l ସେଠାରେ ସେ କୃଷି ଛାତ୍ରଛାତ୍ରୀଙ୍କୁ ଜୈବିକ ଚାଷ ପ୍ରଣାଳୀ ବିଷୟରେ ପାଠ ପଢ଼ାଉଛନ୍ତି l
Read more
ରାମ ସନ୍ତୋଷଙ୍କ ସଫଳ କାହାଣୀ: କାହିଁକି ମହିନ୍ଦ୍ରା ୨୭୫ ଡିଆଇ ଟିୟୁ ପିପି ତାଙ୍କର ପ୍ରଥମ ପସନ୍ଦ ?
Share your comments