1. ସଫଳ କାହାଣୀ

ପ୍ରେରଣା ପାଲଟିଛନ୍ତି ସଫଳ କଦଳୀ ଚାଷୀ ଧୀରେନ୍ଦ୍ର

ଚାଷରେ ସେ ନିଜ ସଫଳ କାହାଣୀ ନିଜେ ଲେଖିଛନ୍ତି ଯାହା ଅନ୍ୟ ଚାଷୀଙ୍କୁ ଯୋଗାଉଛି ପ୍ରେରଣା l

Tanushree Mahapatra
Tanushree Mahapatra
innovative banana farmer dhirendra desai

innovative banana farmer dhirendra desai

ପ୍ରେରଣା ପାଲଟିଛନ୍ତି ସଫଳ କଦଳୀ ଚାଷୀ ଧୀରେନ୍ଦ୍ର ଦେଶାଇ l ଗୁଜୁରାଟର ଭାରୁଚ ସହରର ଧୀରେନ୍ଦ୍ର ଆଜି କଦଳୀ ଚାଷ କରି ସଫଳତା ସାଉଁଟିଛନ୍ତି l ଚାଷ ତାଙ୍କର ନିଶା ଓ ପେସା l ବିଭିନ୍ନ ସ୍ତରରେ କଦଳୀ ଚାଷ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି l କେବଳ ନିଜ ରାଜ୍ୟ ନୁହେଁ ଅନ୍ୟ ରାଜ୍ୟକୁ ମଧ୍ୟ କଦଳୀ ରପ୍ତାନି କରିଥାନ୍ତି ସେ l ଅନ୍ୟ ରାଜ୍ୟ ସହିତ ବିଦେଶକୁ ମଧ୍ୟ କଦଳୀ ରପ୍ତାନି କରିଥାନ୍ତି ସେ l

ଓମାନ , ଗଲ୍ଫ , ଦୁବାଇ ଭଳି ଦେଶକୁ ସେ କଦଳୀ ରପ୍ତାନି କରିଥାନ୍ତି ସେ l ସଫଳ କଦଳୀ ଚାଷୀ ଧୀରେନ୍ଦ୍ର ଆଜି କୃଷି ଜାଗରଣ କେଜେ ଚୌପାଲରେ ସାମିଲ ହୋଇଥିଲେ l କୃଷି ଜାଗରଣ କର୍ମଚାରୀଙ୍କ ସହିତ କଦଳୀ ଚାଷ ସମ୍ପର୍କରେ ଆଲୋଚନା କରିବା ସହିତ ସ୍ୱତନ୍ତ୍ର ସାକ୍ଷାତକାର ମଧ୍ୟ ଦେଇଥିଲେ କର୍ମଚାରୀଙ୍କୁ l ଯେଉଁଥିରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଧୀରେନ୍ଦ୍ର l ପ୍ରଥମେ ଦେଶରେ ପ୍ରଚଳିତ ଏମଏସପି ବିଷୟରେ ଚର୍ଚ୍ଚା କରିଥିଲେ l

ଗ୍ରାମ ପାନେଥାରୁ ଧିରେନ୍ଦ୍ର କୁମାର ଭାନୁଭାଇ ଦେଶାଇ, ତାଙ୍କର ବୃତ୍ତି ହେଉଛି କୃଷି l ସେ ଗତ ୨୮ ବର୍ଷ ଧରି ନିଜକୁ ଚାଷରେ ସାମିଲ କରିଛନ୍ତି ଏବଂ ମୁଖ୍ୟ ଚାଷ ଫସଲ ହେଉଛି କଦଳୀ l ସାଧାରଣତ ଏହି ଫସଲ ୧୪ ରୁ ୧୬ ମାସ ମଧ୍ୟରେ ଥରେ ଅମଳ କରେ l ଅମଳ ରପ୍ତାନି ଗୁଣବତ୍ତା କଦଳୀ ୨୬ ମାସ ଅବଧିରେ ବିହନ ବୁଣିବା ପାଇଁ ସର୍ବନିମ୍ନ ଖର୍ଚ୍ଚ ସହିତ, କମ୍ ସମୟ ମଧ୍ୟରେ ଏବଂ ସୀମିତ ପ୍ରାକୃତିକ ସମ୍ପଦ ବ୍ୟବହାର କରି, ଯାହାକୁ ଆପଣ ଭାରତର କୌଣସି ସ୍ଥାନରେ ଦେଖି ନଥିବେ ସେହିଭଳି ଚାଷ କରି ଆଜି ସଫଳ ସେ l କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, କୃଷି ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସମ୍ମାନିତ ହୋଇଥିବାବେଳେ ପ୍ରଶଂସା ମଧ୍ୟ ପାଇଛନ୍ତି । ସେ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ଯେଉଁଥିରେ ରାଜ୍ୟ ସ୍ତରରେ ୬ ଏବଂ ୧୦ ଟି ଜାତୀୟ ପୁରସ୍କାର ଅନ୍ତର୍ଭୁକ୍ତ l

G -9 କଦଳୀ ଭେରାଇଟି ଚାଷ କରୁଛନ୍ତି l ବାୟୋ ଅର୍ଗାନିକ ସାର ବ୍ୟବହାର କରିବା ସହିତ ଜୈବିକ ଏବଂ ରାସାୟନିକ ସାର ମଧ୍ୟ ବ୍ୟବହାର କରିଥାନ୍ତି l ଅନ୍ତର୍ଜାତୀୟ ପୁରସ୍କାର ଗୌରୀ ହାଇଟେକ ବନାନା ଆୱାର୍ଡରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନ ଗ୍ରହଣ କରିଛନ୍ତି ସେ l ଶ୍ରୀ ରେୱା ବଗାୟତ ମଣ୍ଡଳ ନାମକ ଏଫପିଓ ସଂସ୍ଥରେ ୧୯୯୧ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଛନ୍ତି l ବାର୍ଷିକ ୭୦ ରୁ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସେ ଆୟ କରିଥାନ୍ତି l କେବଳ ଏତିକି ନୁହେଁ ସେ ଉତ୍ତର ପ୍ରଦେଶ , ଗୁଜରାଟ , ବିହାର ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ଚାଷୀଙ୍କୁ ମାଗଣା ଟ୍ରେନିଂ ପ୍ରଦାନ କରିଥାନ୍ତି l ସମ୍ପୂର୍ଣ୍ଣ ମାଗଣାରେ ସେ ଟ୍ରେନିଂ ପ୍ରଦାନ କରିଥାନ୍ତି l ଚାଷୀଙ୍କୁ କଦଳୀ ଚାରା ମଧ୍ୟ ବିକ୍ରି କରିଥାନ୍ତି ଧୀରେନ୍ଦ୍ର l ଚାଷରେ ସେ ନିଜ ସଫଳ କାହାଣୀ ନିଜେ ଲେଖିଛନ୍ତି ଯାହା ଅନ୍ୟ ଚାଷୀଙ୍କୁ ଯୋଗାଉଛି ପ୍ରେରଣା l

ଅଧିକ ପଢ଼ନ୍ତୁ

ଅଳ୍ପ ଖର୍ଚ୍ଚ ଓ ଅଳ୍ପ ଦିନରେ କିପରି ଅଧିକ ରୋଜଗାର କରିବେ!

Dairy Farming: ବର୍ଷକୁ ରୋଜଗାର କରୁଛନ୍ତି ୧.୫ କୋଟି ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ