1. ସଫଳ କାହାଣୀ

ଗୋଟିଏ ଗଛରେ ଫଳୁଛି ୩୦୦ ପ୍ରଜାତିର ଫଳ....

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ କିସମର ଫଳ(Fruits) ଫଳିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ଯିବ ଗୋଟିଏ ଗଛରେ ୩୦୦ କିସମର ଫଳ ଫଳୁଛି ତେବେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । ତେବେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନିକଟରେ । ଜଣେ ୮୩ ବର୍ଷୀୟ ବୃଦ୍ଧ ଚାଷୀ(Farmer) ଏହି ଅବିଶ୍ୱସନୀୟ କାର୍ଯ୍ୟ କରି ଦେଖାଇଛନ୍ତି । ଏହି ପ୍ରୟାସ ପାଇଁ ପୂର୍ବରୁ ଏହି ଚାଷ ଜଣଙ୍କ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Priyambada Rana
Priyambada Rana
300 varieties of mango in one tree

ଜଣାପଡ଼ିଛି, ଲକ୍ଷ୍ନୌ ନିକଟସ୍ଥ ମଲିହାବାଦ ନିକଟରେ ରହିଥିବା ଏକ ବୃକ୍ଷରେ ୩୦୦ରୁ ଅଧିକ କିସମର ଆମ୍ବ ଫଳୁଛି । ପ୍ରତି ଆମ୍ବର ରଙ୍ଗ, ରୂପ, ଆକାର ଓ ସ୍ୱାଦ ପରସ୍ପରଠାରୁ ଅଲଗା ଅଟେ । ମାତ୍ର ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା କାଜି କଲିମ ଉଲ୍ଲାହ ଖାନ ବଳଲଧ ୧୭ ବର୍ଷ ବୟସରେ ପ୍ରଥମେ ଗ୍ରାଫ୍ଟିସ ଜରିଆରେ ଏକ ଗଛରେ ୭ କିସମର ଆମ୍ବ ଫଳାଇଥିଲେ । ପରେ ସେ ୧୯୮୭ରେ ଏକ ଗଛ ଲଗାଇ ସେଥିରେ ୧୩ କିସମର ଆମ୍ବ ଫଳାଇଥିଲେ, ଯାହାକୁ ନେଇ କାଜି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିଲେ ।

ତେବେ ଏନେଇ କାଜି କହିଛନ୍ତି, ଦୀର୍ଘବର୍ଷ ହେଲା ଉକ୍ତ ବୃକ୍ଷରେ ୩୦୦ରୁ ଅଧିକ କିସମର ଆମ୍ବ ଫଳୁଛି । ଏହି ଚମତ୍କାର ବିଷୟରେ ଜାଣିବା ପାଇଁ ତାଙ୍କ ପାଖକୁ ଜାପାନର ଏକ ଟିମ୍ ଆସି ତଥ୍ୟ ହାସଲ କରିଥିଲା । ଏଥିସହିତ ଆମେରିକାର ଏକ ଟିମ୍ ମଧ୍ୟ ବୃକ୍ଷ ସମ୍ପର୍କରେ ଅନେକ ଡାଟା ନେଇଛି । ଏହି ଗଛରେ ଯେଉଁ ସବୁ ଆମ୍ବ ଫଳିଥାଏ ତାହାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଏହି ଆମ୍ବ କ୍ୟାନସର, ଏଡସ୍ ଭଳି ଭୟଙ୍କର ରୋଗର ଚିକିତ୍ସା ଦିଗରେ ଉପଯୋଗୀ ହୋଇପାରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଆସନ୍ତା ଜୁଲାଇ ମାସ ବେଳକୁ ଏହି ଗଛରେ ଆଉ ୨୦ରୁ ୨୫ କିସମର ଆମ୍ବ ଫଳିବ ବୋଲି କାଜି କହିଛନ୍ତି ।

ଏହି ଗଛ ପାଇଁ କଲିମ ସରକାରୀ ଓ ବେସରକାରୀ ସ୍ତରରେ ଖୁବ୍ ପ୍ରଶଂସିତ ହୋଇଛନ୍ତି । ଏଥି ସହିତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଏହି ଉଦ୍ୟୋଗୀ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି ।

ଜାଣନ୍ତୁ ବିଭିନ୍ନ କିଟନାଶକର ନାଁ ଓ ତା’ର ବ୍ୟବହାର..

Indian Mango Man

Indian Mango Man

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments