Success Stories

କ୍ୟାପସିକମ୍ ଚାଷକରି ଏବେ ଧନୀବ୍ୟକ୍ତିଙ୍କ ତାଲିକାରେ କୃଷକ ପୃଥିବୀ ସିଂ

ରାଜସ୍ଥାନର ଜଣେ କୃଷକ ତାଙ୍କ ବନ୍ଧୁଙ୍କଠାରୁ ଉଦ୍ୟାନ କୃଷିର ଉପକାରିତା ବିଷୟରେ ଜାଣିବାକୁ ପାଇଲେ ଏବଂ ତାଙ୍କ ବନ୍ଧୁଙ୍କ ସାହାଯ୍ୟରେ ସେ କ୍ୟାପସିକମ୍ ଚାଷ (capsicum farming)​​କରିବା ଆରମ୍ଭ କଲେ | ଆଜି ସେ ପ୍ରତିବର୍ଷ ପ୍ରାୟ 20 ଲକ୍ଷ ଟଙ୍କା କିପରି ରୋଜଗାର କରୁଛନ୍ତି ଆସନ୍ତୁ ଜାଣିବା ।

27 April, 2023 9:00 PM IST By: Omkar Mohanty

ଏହି ପରିବର୍ତ୍ତନ ସମୟରେ କୃଷକମାନେ ପାରମ୍ପାରିକ ଚାଷ ପରିବର୍ତ୍ତେ ଉଦ୍ୟାନ କୃଷି ଆଡକୁ ମୁହାଁଉଛନ୍ତି। ବୈଜ୍ଞାନିକ ଭାବରେ ବଗିଚାଚାଷ , କୃଷକଙ୍କ ଅମଳ ବୃଦ୍ଧି ସହିତ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି କରିବାରେ ବହୁ ସାହାର୍ଯ୍ୟ କରିବ | ଏହି ଆର୍ଟିକିଲରେ ରାଜସ୍ଥାନରେ ରହୁଥିବା ଜଣେ କୃଷକ ଉଦ୍ୟାନ କୃଷି ମାଧ୍ୟମରେ ଚାଷ ଆରମ୍ଭ କରିଛନ୍ତି ଏବଂ ବର୍ତ୍ତମାନ କିପରି ସେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

କୃଷକ ପୃଥିବୀ ସିଂ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ସେ ଉତ୍ତରପ୍ରଦେଶରେ ରହୁଥିବା ସମୟରେ କ୍ୟାପସିକମ୍ ଚାଷ (capsicum farming)​​ ​​କରୁଥିବା ତାଙ୍କ ବନ୍ଧୁଙ୍କ ସ୍ଥାନକୁ ଯାଇଥିଲେ ଏବଂ ସେଠାରୁ କ୍ୟାପସିକମ୍ ଚାଷ (capsicum farming)​​ ​​ବିଷୟରେ ସୂଚନା ପାଇବା ପରେ ସେ ଏହାକୁ ଚାଷ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଆରମ୍ଭରେ ଏହାର ଚାଷ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ଜିଲ୍ଲାର କୃଷି ବିଭାଗର ସହାୟତାରେ (Agriculture Department) ବହୁ ସୂଚନା ପାଇବା ପରେ କ୍ୟାପସିକମ୍ ଚାଷ ​​କରିବା ଅତି ସହଜ ହୋଇଗଲା | ସମୟ ସମୟରେ ସେ କୃଷି ବିଭାଗକୁ ଯାଇ ମାଟି, ମଞ୍ଜି ଏବଂ ସାର ବିଷୟରେ ସୂଚନା ପାଇଥିଲେ , ଏହି କାରଣରୁ ତାଙ୍କ ଚାଷର ଉର୍ବରତା ମଧ୍ୟ ବହୁତ ବୃଦ୍ଧି ପାଇବାରେ ଲାଗିଲା |

ପୃଥିବୀ ସିଂଙ୍କର ଏହି ପଦକ୍ଷେପରେ ତାଙ୍କ ଗାଁର ଚାଷୀମାନେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ସେମାନେ ଅନ୍ୟ ଫସଲର ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ | ଏହାର ଅଧିକ କାରବାର ହେତୁ ଗାଁରେ ପରିବହନ କାର୍ଯ୍ୟ ମଧ୍ୟ ବହୁତ ବୃଦ୍ଧି ପାଇଥିଲା | ଗାଁର ଏକ ଅଂଶ ଏହି ଉତ୍ପାଦଗୁଡ଼ିକୁ ନିକଟ ବଜାରକୁ ନେବା ପାଇଁ କାମ କରେ | ଏଭଳି ପରିସ୍ଥିତିରେ ପୃଥିବୀ ସିଂଙ୍କର ଏହି ପଦକ୍ଷେପ ସହିତ କେବଳ ତାଙ୍କର ନୁହେଁ ସମଗ୍ର ଗାଁର ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇଥିଲା ।

ପୃଥିବୀ ସିଂ କହିଛନ୍ତି ଯେ ବର୍ଷକୁ 8 ରୁ 9 ଥର କ୍ୟାପସିକମ୍ ଅମଳ କରିଥାନ୍ତି । ଆମର ଏକ ଏକର ଚାଷରେ 15,000 କିଲୋଗ୍ରାମ କ୍ୟାପସିକମ୍ ଉତ୍ପାଦିତ ହୁଏ ଏବଂ ବଜାର ମୂଲ୍ୟ ଅନୁଯାୟୀ କ୍ୱିଣ୍ଟାଲ ପିଛା 1500 ରୁ 2000 ଟଙ୍କା ମୂଲ୍ୟରେ ଆମେ ଏହାକୁ ମାଣ୍ଡିରେ ବିକ୍ରି କରୁଛୁ | ଯେଉଁଥିପାଇଁ ଆମେ ପ୍ରତିବର୍ଷ ଆରାମରେ 20 ରୁ 25 ଲକ୍ଷ ଟଙ୍କା ସହଜରେ ରୋଜଗାର କରିବାରେ ସମର୍ଥ ହୋଇପରିଛେ |

 

ସବଜି ଲଙ୍କା ଚାଷ

ଏହି ସବୁ ସମସ୍ୟାରୁ ମୁକ୍ତି ଦେବ କ୍ୟାପ୍ସିକମ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)