1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ସମସ୍ୟାରୁ ମୁକ୍ତି ଦେବ କ୍ୟାପ୍ସିକମ

ନୀଳ, ନାଲି, ହଳଦୀ ଓ କମଳା ସବୁ ରଂଗର କ୍ୟାପ୍ସିକମ ବଜାରରେ ଉପଲବ୍ଧ ରହିଥିବା ବେଳେ କ୍ୟାପ୍ସିକମରେ ଭର୍‌ପୂର ପରିମାଣର ଭିଟାମିନ୍‌ ସି ରହିଥାଏ |

Rajashree
Rajashree
health benefits of capsicum

health benefits of capsicum


ସାଧାରଣତଃ କ୍ୟାପ୍ସିକମ (capsicum) ଅନେକ ଲୋକଙ୍କର ପସନ୍ଦ | ବିଭିନ୍ନ ପ୍ରକାର ଖାଇବାର ସ୍ୱାଦକୁ ଦ୍ବିଗୁଣିତ କରିବା ପାଇଁ ଲୋକମାନେ ଏହାକୁ ବ୍ୟବହାର କରନ୍ତି | ଏହା ଏପରି ଏକ ପରିବା ଯାହା ବହୁତ ଅଞ୍ଚଳରେ ଚାଷ କରାଯାଏ | ବଜାରରେ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଓଡିଶାରେ ମଧ୍ୟ ଅନେକ ଲୋକ କ୍ୟାପ୍ସିକମ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ କରୁଛନ୍ତି | ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରାଯାଏ |

କ୍ୟାପ୍ସିକମ (capsicum)ଦକ୍ଷିଣ ଓ କେନ୍ଦ୍ର ଆମେରିକାର ପରିବା ହୋଇଥିଲେ ବି ଧୀରେ ଧୀରେ ଏହାକୁ ସବୁ ଅଞ୍ଚଳ‌ର ଲୋକେ ଚାଷ କରିବା ଆରମ୍ଭ କରିଦେଲେଣି | କ୍ୟାପ୍ସିକମରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଛି | ନୀଳ, ନାଲି, ହଳଦୀ ଓ କମଳା ସବୁ ରଂଗର କ୍ୟାପ୍ସିକମ ବଜାରରେ ଉପଲବ୍ଧ ରହିଥିବା ବେଳେ କ୍ୟାପ୍ସିକମରେ(capsicum) ଭର୍‌ପୂର ପରିମାଣର ଭିଟାମିନ୍‌ ସି ରହିଥାଏ | ସବୁଜ କ୍ୟାପ୍ସିକମ ପାଟିକୁ ସାମାନ୍ୟ ପିତା ଲାଗିଥାଏ | ପାଚି ଯାଇଥିବା କ୍ୟାପ୍‌ସିୟମ୍‌ ଆଦୌ ବି ପିତା ହୋଇନଥାଏ | ରଙ୍ଗ ଅଲଗା ହେଲେ ବି ସବୁ ରଂଗର କ୍ୟାପ୍‌ସିକମ୍‌ର ଗୁଣ ସମାନ |

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କ୍ୟାପ୍ସିକମ ସ୍ବା‌ସ୍ଥ୍ୟ ପକ୍ଷେ ଖୁବ୍‌ ଉପକାରୀ | ଏଥିରେ ଥିବା ଆଣ୍ଟି ଅକ୍ସିିଡାଣ୍ଟ୍‌ ଆପଣଙ୍କୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ | ଏହି ପରିବାରେ କ୍ୟାଲୋରି ଖୁବ୍ କମ୍‌ ପରିମାଣର ଥାଏ | କ୍ୟାପ୍ସିକମ (capsicum)ଶରୀର ସହ ଆଖି ପାଇଁ ଖୁବ୍‌ ଭଲ | ନିୟମିତ କ୍ୟାପ୍‌ସିକମ୍‌ ଖାଇଲେ ଆଖି ରୋଗ କମ୍‌ ହୋଇଥାଏ ବୋଲି ଗବେଷକମାନେ ମତ ଦିଅନ୍ତି |

କେବଳ ସେତିକି ନୁହେଁ, ଏହାକୁ ଖାଇବା ଦ୍ବାରା ଶରୀରରେ କର୍କଟ ରୋଗ ହେବାର ସମ୍ଭାବନା କମ୍‌ ହୋଇଥାଏ | କ୍ୟାପ୍ସିକମ (capsicum)ବହୁତ ଜଲ୍ଦି ଖାଦ୍ୟ ହଜମ କରିଥାଏ | | ଏହା ପେଟ ପାଇଁ ଖୁବ୍‌ ଭଲ | ଏହାକୁ ଖାଇବା ଦ୍ବାରା ପେଟଜନୀତ ସମସ୍ୟା ଦୂର ହୋଇଥାଏ , ଏହା ତ୍ବଚା ପାଇଁ ମଧ୍ୟ ଖୁବ୍ ଭଲ | କ୍ୟାପ୍ସିକମ ଖାଇବା ଦ୍ବାରା ତ୍ବଚା ଚିକ୍କଣ ହୋଇଥାଏ | ତ୍ୱଚା ସହ କେଶ ପାଇଁ ମଧ୍ୟ ଏହା ବହୁତ ଉପକାରୀ |

ରାଜ୍ୟ ମସଲାକୁ ଆହୁରି ମହକାଇବାକୁ ପ୍ରୟାସ

ଡାଏଟ ସମୟରେ ଶରୀର ପାଇଁ କ୍ଷତିକାରକ ଏହି ଫଳ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments