1. ସଫଳ କାହାଣୀ

ହାଇଡ୍ରୋପୋନିକ୍ସ ପଦ୍ଧତିରେ ଚାଷ କେଶର

ରୋଜଗାର କରିବା ପାଇଁ ସମସ୍ତଙ୍କୁ ଇଚ୍ଛା l କିଏ ବ୍ୟବସାୟ କରି ତ ଆଉ କିଏ ଚାଷ କାମ କରି ଟଙ୍କା ରୋଜଗାର କରୁଛନ୍ତି l ହେଲେ ଭଲ ଚାକିରୀ ଛାଡ଼ି ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଚାଷକରି କିପରି ସଫଳ ହୋଇଛନ୍ତି ଆସନ୍ତୁ ସେ ସମ୍ପର୍କରେ ଜାଣିବା l ପୁଣେର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଶୈଲେଶ ମୋଦକ ଏକ ନିଆରା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶକରି ହାଇଡ୍ରୋପୋନିକ୍ସ (hydroponics) ପଦ୍ଧତି ମାଧ୍ୟମରେ ସାଫ୍ରନ୍ ଚାଷ କରିବାକୁ ମନବଳାଇଥିଲେ l

Omkar Mohanty
Omkar Mohanty
Saffron is grown in shipping containers by a Pune engineer using hydroponics

Saffron is grown in shipping containers by a Pune engineer using hydroponics

ରୋଜଗାର କରିବା ପାଇଁ ସମସ୍ତଙ୍କୁ ଇଚ୍ଛା l କିଏ ବ୍ୟବସାୟ କରି ତ ଆଉ କିଏ ଚାଷ କାମ କରି ଟଙ୍କା ରୋଜଗାର କରୁଛନ୍ତି l ହେଲେ ଭଲ ଚାକିରୀ ଛାଡ଼ି ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଚାଷକରି କିପରି ସଫଳ ହୋଇଛନ୍ତି ଆସନ୍ତୁ ସେ ସମ୍ପର୍କରେ ଜାଣିବା l ପୁଣେର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଶୈଲେଶ ମୋଦକ ଏକ ନିଆରା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶକରି ହାଇଡ୍ରୋପୋନିକ୍ସ (hydroponics) ପଦ୍ଧତି ମାଧ୍ୟମରେ ସାଫ୍ରନ୍ ଚାଷ କରିବାକୁ ମନବଳାଇଥିଲେ l

ଯଦିଓ କର୍ପୋରେଟ୍ ଦୁନିଆରେ ଭଲ ଭାବରେ ସ୍ଥାୟୀ ଦରମା ସହିତ ଖୁସି ଥିଲେ , ତଥାପି ଶୈଳେଶ ଏପରି କିଛି କରିବାକୁ ଇଚ୍ଛା କରିଥିଲେ ଯାହା ତାଙ୍କୁ କୃଷି ପ୍ରତି ତାଙ୍କର ଆଗ୍ରହକୁ ଅନୁସରଣ କରିବାରେ ସକ୍ଷମ ହୋଇଥିଲା | କୃଷିକ୍ଷେତ୍ରରେ କିଛି ନୂଆ କରିବା ପାଇଁ ତାଙ୍କର ସବୁବେଳେ ଇଚ୍ଛା ରହିଆସିଥିଲା l

“କୃଷି କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟା ହେଉଛି ଜଳବାୟୁ ଏବଂ ପାଣିପାଗ ,ଯାହା ଉପରେ ଦେଶର ପ୍ରତେକ କାର୍ଯ୍ୟ ନିର୍ଭରଶୀଳ | ବିଶ୍ୱ ତାପମାତ୍ରା (global warming) ହେତୁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ସହିତ ଫସଲ ବିଫଳ ହେବାର ସେ ଅଧ୍ୟୟନ କରିଥିଲେ । ଇଣ୍ଟରନେଟରୁ ଅନୁସନ୍ଧାନ ସହିତ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଶିକ୍ଷlଦାନ ଶିବିର (workshops) ମାଧ୍ୟମରେ ହାଇଡ୍ରୋପୋନିକ୍ସର ବିଷୟରେ ଶୈଲେଶ ଜ୍ଞାନ ଆରୋହଣ କରିଥିଲେ l

ହାଇଡ୍ରୋପୋନିକ୍ସ ହେଉଛି ମାଟି ପରିବର୍ତ୍ତେ ଜଳ ଭିତ୍ତିକ ପୁଷ୍ଟିକର ତରଳ ପଦାର୍ଥ ବ୍ୟବହାର କରି ଉଦ୍ଭିଦ ବୃଦ୍ଧି କରିବାର କୌଶଳ , ଏବଂ ଏକ ଏଗ୍ରିଗେଟ୍ ସବଷ୍ଟ୍ରେଟ୍, କିମ୍ବା ଭର୍ମିକୁଲାଇଟ୍ (vermiculite), ନଡ଼ିଆ କୋଏର (coconut coir), କିମ୍ବା ପରଲାଇଟ (perlite) ପରି ମିଡିଆକୁ ବ୍ୟବହାର କରାଯାଇଥାଏ | ହାଇଡ୍ରୋପୋନିକ୍ ଉତ୍ପାଦନ ପ୍ରଣାଳୀ କୃଷକ,ବିଭିନ୍ନ ସଂସ୍ଥା ଏବଂ ବାଣିଜ୍ୟିକ ଉଦ୍ୟୋଗ ଦ୍ୱାରା ବ୍ୟବହୃତ ହୋଇପାରେ | ମୁଖ୍ୟ କଥା ହେଉଛି ଗଛକୁ ଆବଶ୍ୟକ ପ୍ରତେକ ଖଣିଜ ପଦାର୍ଥ ସହଜରେ ମିଳିବା ସହିତ ଜଳବାୟୁକୁ ମଧ୍ୟ ନିୟନ୍ତ୍ରଣ କରିହୁଏ ଯାହାକି ଅମଳରୁ ଅଧିକ ଲାଭ କରିବାର ପ୍ରମୁଖ୍ୟ କାରଣ ହୋଇଥାଏ l

ସେ ଏକ ଅନନ୍ୟ ଫସଲ ଛାଡି ସାଫ୍ରନ୍ ବା କେଶର ଉପରେ ଧ୍ୟାନ ଦେବାକୁ ସ୍ଥିର କଲେ ଯାହା ସେହି ସମୟରେ କେବଳ ଭାରତର କିଛି ବେଲ୍ଟରେ ସୀମିତ ଥିଲା | ଆଜି,ଶୈଳେଶଙ୍କ ଉଦ୍ୟମ ଦ୍ୱାରା , ସିପିଂପାତ୍ର ମଧ୍ୟରେ ଚାଷ କରାଯାଇଥିବା ସାଫ୍ରନ୍ ଉପରେ ଧ୍ୟାନ ଦେଇଥାଏ, ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି |

ପାତ୍ରଗୁଡିକ ଇନସୁଲେଟ୍ ହୋଇ 8 ରୁ 40 ବର୍ଗଫୁଟ ମାପ ସହିତ ସଂସ୍ଥାପିତ କରାଯାଇଥିଲା , ଯାହାକି ବିହନ ଠାରୁ ଚୂଡ଼ାନ୍ତ ଅମଳ ପର୍ଯ୍ୟନ୍ତ ଚାଷ ପାଇଁ ଆବଶ୍ୟକ କରୁଥିବା ସମସ୍ତ ପ୍ରଣାଳୀକୁ ନେଇ ସଂଗଠିତ କରାଯାଇଥିଲା | ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ 160 ବର୍ଗଫୁଟ କଣ୍ଟେନରରୁ ଶୈଳେଶ ଅମଳ କରୁଥିବା ସାଫ୍ରନ୍ ବା କେଶରର (saffron ) ପରିମାଣ ଅଧା ଏକର ଜମିରୁ ମଧ୍ୟ ଅଧିକ ଥିଲା |

ପ୍ରଥମ ବ୍ୟାଚରେ ଶୈଳେଶ 875 ଗ୍ରାମ ସାଫ୍ରନ୍ ବା କେଶର ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ,ସେ ଏହାକୁ ପ୍ରତି ଗ୍ରାମ 500 ଟଙ୍କା ମୂଲ୍ୟରେ ବିକ୍ରି କରିଥିଲେ। ଏହି ଉଦ୍ୟୋଗରେ 5 ଲକ୍ଷ ଟଙ୍କା ଲାଭ ପାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

 

ଚିନିର ମୂଲ୍ୟବୃଦ୍ଧି ଖାଦ୍ୟ ସୁରକ୍ଷା ପାଇଁ ନୂଆ ବିପଦ

ଭାରତର ଯୁବପିଢିକୁ ସଶକ୍ତ କରିବ ଅଟଳ ଇନୋଭେସନ୍ ମିଶନ୍

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments