1. ସଫଳ କାହାଣୀ

ଛତୁଚାଷ କରି ମହିଳା ହେଲେ ଆତ୍ମନିର୍ଭରଶୀଳ !

ନିକଟରେ କୃଷି ଜାଗରଣର ଏକ ସଫଳ ମହିଳା ଚାଷୀଙ୍କ ସାକ୍ଷାତକାର ନେଇଥିଲା l ଯେଉଁଥିରେ ମହିଳା ଜଣକ କିପରି ଛତୁ ଚାଷ ସହିତ ଅନ୍ୟାନ୍ୟ ଚାଷକାମ କରି ଅର୍ଥ ରୋଜଗାର କରୁଛନ୍ତି ତାହା ଆଲୋଚନା କରିଥିଲେ l

Tanushree Mahapatra
Tanushree Mahapatra
success woman farmer of mushroom

success woman farmer of mushroom

ମହିଳା ବିଭିନ୍ନ କ୍ଷେତ୍ରରେ ଆଜି ସଫଳ ହୋଇଛନ୍ତି l ବ୍ୟବସାୟିକ କ୍ଷେତ୍ର ସହିତ ଚାଷ କାମରେ ମଧ୍ୟ ନିଜକୁ ସଫଳ କରୁଛନ୍ତି l ସରକାର ମଧ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି l ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ସାମିଲ କରାଯାଉଛି ଯାହାଦ୍ୱାରା ସେମାନେ ଅର୍ଥ ରୋଜଗାର କରୁଛନ୍ତି l ନିଜ ରୋଜଗାର କରିବା ସହିତ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର କରିବାକୁ ବାଟ ଦେଖାଉଛନ୍ତି l

ନିକଟରେ କୃଷି ଜାଗରଣର ଏକ ସଫଳ ମହିଳା ଚାଷୀଙ୍କ ସାକ୍ଷାତକାର ନେଇଥିଲା l ଯେଉଁଥିରେ ମହିଳା ଜଣକ କିପରି ଛତୁ ଚାଷ ସହିତ ଅନ୍ୟାନ୍ୟ ଚାଷକାମ କରି ଅର୍ଥ ରୋଜଗାର କରୁଛନ୍ତି ତାହା ଆଲୋଚନା କରିଥିଲେ l ଯାହା ଅନ୍ୟ ମହିଳାଙ୍କୁ ପ୍ରେରଣା ପ୍ରଦାନ କରେ l ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର କସ୍ତୁରୀବାଳା ପାତ୍ର l କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଛତୁ ଚାଷ କରିବା ସହିତ ଅନ୍ୟ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି l

କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ନେବାପରେ ସାର୍ଟିଫିକେଟ ଗ୍ରହଣ କରି ଛତୁ ଚାଷ ଆରମ୍ଭ କରିଥିଲେ l ଛତୁ ଚାଷ ପାଇଁ ୫ ଲକ୍ଷ ଋଣ ନେଇଥିଲେ l ଏହି ଚାଷରୁ ପ୍ରତିଦିନ ୧୦ ରୁ ୧୫ କେଜି ଛତୁ ଅମଳ କରନ୍ତି l ଯାହାକୁ ପାଖ ବଜାରରେ ବିକ୍ରି କରନ୍ତି l ବଜାରର ଚାହିଦାକୁ ନଜରରେ ରଖି ବିକ୍ରିରେ ଲାଭ ମିଳିଥାଏ l ୫ ବର୍ଷରୁ ଛତୁ ଚାଷ କରି ପ୍ରତିବର୍ଷ ୧ ଲକ୍ଷ ତାଙ୍କ ଲାଭ କମାଉଛନ୍ତି l ତାଲିମ ନେବା ସମୟରେ ଅନ୍ୟ ଛତୁଚାଷୀଙ୍କ ଫାର୍ମ ଦେଖି ଛତୁଚାଷ କରିବାକୁ ଉତ୍ସାହିତ ହୋଇଥିଲେ l 

ଛତୁ ଚାଷରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ l ସରକାରୀ ସହାୟତା ୧ ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା l ପାଳ ଛତୁ ସହିତ ଧିଙ୍ଗିରି ଛତୁ ଚାଷ କରନ୍ତି l ଛତୁ ପାଇଁ ୟୁନିଟ କୁଟାରୁ ପ୍ରସ୍ତୁତ କରୁଛନ୍ତି l ଇଟା ଉପରେ ୟୁନିଟ ପ୍ରସ୍ତୁତ କରୁଛନ୍ତି l ଛତୁ କୁ ପଲିଥିନ ପ୍ୟାକିଂ କରି ବଜାରରେ ବିକ୍ରି କରୁଛନ୍ତି l ଛତୁ ଚାଷ ସହିତ ଅର୍ଗାନିକ ଫିନାଇଲ ସହ ଗୁଆ ଗଛ ଚାରା ଏବଂ ଅନ୍ୟାନ୍ୟ ପନିପରିବା ଚାରା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି l ଆଜି ସେ ନିଜେ ଚାଷକାମ କରୁଥିବାବେଳେ ଅନ୍ୟ ମହିଳାଙ୍କୁ ମଧ୍ୟ ଚାଷ କାମ ପାଇଁ ତାଲିମ ପ୍ରଦାନ କରୁଛନ୍ତି ସେ l

Read more:

ଲଘୁଚାପ ପ୍ରଭାବ: ଆଜି ୧୦ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!

୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ବରିଷ୍ଠ ନାଗରିକ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ