1. ସଫଳ କାହାଣୀ

ଆଦର୍ଶ ଚାଷୀ: ନୂଆପଡ଼ା ଜିଲ୍ଲାର ସରୋଜ ପାଣିଗ୍ରାହୀ

ସାଧନା ଥାଇ ମଧ୍ୟ ଚାଷ ପାଇଁ ଅକ୍ଷମ ଥିଲେ ସରୋଜ l କିନ୍ତୁ ସରକାରଙ୍କ ଏହି ଯୋଜନା ତାଙ୍କୁ ଆଜି ଆଣି ଦେଇଛି ସଫଳତା

Tanushree Mahapatra
Tanushree Mahapatra
successful farmer saroj panigrahi, image source - @OLICLTD

successful farmer saroj panigrahi, image source - @OLICLTD

ଥିଲା ଇଛା , ଥିଲା ସାଧନ କିନ୍ତୁ ପାଣି ସାଜିଥିଲା ବାଧକ l ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସଫଳତା ଯେପରି ପାଦ ଛୁଏଁ । ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ ଗଭୀର ନଳକୂପ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବ୍ରାହ୍ମଣପଡା ଗାଁ ର ଶୁଷ୍କ ମାଟିରେ ଭରିଦେଇଛି ଜୀବନ ।

ସଜନା, ଫଳ ଚାଷରେ ହସୁଛି ତାଙ୍କ ଜମି l  ନୂଆ ପରିଚୟ ପାଇଛନ୍ତି ସଫଳ ଚାଷୀ ସରୋଜ ପାଣିଗ୍ରାହୀ । ସରକାରଙ୍କ ସାହାଯ୍ୟ ଆଦର୍ଶ ଚାଷୀର ପରିଚୟ ଦେଇଛି ସରୋଜଙ୍କୁ l ନଥିଲା ପାଣିର ସୁବିଧା ଇଚ୍ଛା ଥାଇ ମଧ୍ୟ ଚାଷକାର୍ଯ୍ୟ କରିବା ପାଇଁ ଯେମିତି ଏକ ପ୍ରକାର ଅକ୍ଷମ ହୋଇପଡିଥିଲେ ସେ l ଏବେ ସେ ଏକର ଏକର ଜମିରେ ଚାଷ କରୁଛନ୍ତି l ଗାଁ ମାଟିରେ ସମୃଦ୍ଧ ଓଡ଼ିଶାର ଚିତ୍ର ଦେଖିବାକୁ ମିଳୁଛି l

ଅଢେଇ ଏକର ଜମିରେ ଚାଷ କରୁଛନ୍ତି ୧୦୦୦ ସଜନା ଗଛ l ଆଗକୁ ପଣସ , ଲିଚୁ , ଆମ୍ବ , ପିଜୁଳି ଚାଷ କରିବାକୁ ଇଛା ରଖିଛନ୍ତି  l ଏହି ଚାଷରୁ ଉପାର୍ଜିତ ଟଙ୍କାରେ ଘର ତିଆରି କରିବା ସହିତ ପିଲାଙ୍କ ପାଠପଢା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି l ଜମିବାଡିରେ ମଧ୍ୟ ଉନ୍ନତି ଆଣିପାରିଛନ୍ତି ସେ l କେବଳ ଏତିକି ନୁହେଁ ଆଦର୍ଶ ସଜନା ଚାଷ ଜମିରେ ତାଙ୍କର ୮ ଜଣ ସହକର୍ମୀଙ୍କୁ ରୋଜଗାରକ୍ଷମ କରିଛନ୍ତି ସେ l ପ୍ରତିଦିନ କାର୍ଯ୍ୟ ମିଳିପାରୁଛି ତାଙ୍କୁ l ମାସକୁ ନିଜେ ଅନେକ ଟଙ୍କା ରୋଜଗାର କରୁଥିବାବେଳେ ତାଙ୍କ ସହକର୍ମୀ ମଧ୍ୟ ଟଙ୍କା ରୋଜଗାର କରିପାରୁଛନ୍ତି l ପାଣି ନଥିବା କାରଣରୁ ସେ ସରକାରଙ୍କୁ ନିବେଦନ କରିଥିଲେ l ସରକାର ମଧ୍ୟ ତାଙ୍କ ନିବେଦନକୁ ରକ୍ଷା କରି ତାଙ୍କୁ ଗଭୀର ନଳକୂପ ପ୍ରକଳ୍ପରେ ସାମିଲ କରିଥିଲେ l ଆଜି ରାଜ୍ୟ ସରକାରଙ୍କ  ଗଭୀର ନଳକୂପ ସେଚନ କାର୍ଯ୍ୟକ୍ରମର ସୁଫଳକୁ ପ୍ରମାଣିତ କରିଛି ସରୋଜ ପାଣିଗ୍ରାହୀଙ୍କ ଅଢେଇ ଏକର ସଜନା ଚାଷ ଜମି l ଏ ନେଇ ସେ କହିଛନ୍ତି "  ଏହି ଯୋଜନା ତାଙ୍କ ପାଇଁ ଇନ୍ଦ୍ର ଭଗବାନ l ଯାହା ପାଇଁ ନୀତିଦିନ ପାଣି ପାଇପାରୁଛି ଏବଂ ଚାଷ କରି ପାରୁଛି " l

ରାଜ୍ୟରେ ଚାଷ ଜମିରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଶେଷକରି ଜଳ ସମ୍ପଦ ବିଭାଗ ପକ୍ଷରୁ ବୃହତ୍‌‌, ମଧ୍ୟମ ଉଠାଜଳସେଚନ ପ୍ରକଳ୍ପ, ଅନ୍ତନଦୀ ଜଳାଶୟ ପ୍ରକଳ୍ପକୁ ଅଧିକରୁ ଅଧିକ ନିର୍ମାଣ ପାଇଁ ଗୁରୁତ୍ୱ କରାଯାଉଛି । ତେବେ ସୂଚନା ଅନୁଯାୟୀ, ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌‌ ୨୦୨୪-୨୫ରେ ଜଳସମ୍ପଦ ବିଭାଗ ରାଜ୍ୟରେ ଏ କ୍ଷେତ୍ରରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିବ ବୋଲି କୁହାଯାଉଛି । ବିଶେଷକରି ପାର୍ବତୀଗିରି ବୃହତ୍‌‌ ଉଠା ଜଳସେଚନ ପ୍ରକଳ୍ପରେ ବିଭାଗ ପ୍ରାୟ ୧୨୨୫ କୋଟି ଟଙ୍କା ଖର୍ଚ୍ଚ କରିବ l ୨୦ ହଜାର ଗଭୀର ନଳକୂପ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଯାହାଦ୍ୱାରା ଚାଷଜମି ଆଉ ଶୁଖିଲା ପଡ଼ିବ ନାହିଁ l

ତେବେ କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ଜଣେ ସଜନା ଛୁଇଁ ଚାଷ କରି ପାରିବ l ଏଥିପାଇଁ ଏକ ଉତ୍ତମ ବିକଳ୍ପ ଯାହା ଆପଣଙ୍କୁ ଅଳ୍ପ ବ୍ୟୟରେ ଅଧିକ ଲାଭ ଦେବ l ସଜନା ଛୁଇଁ ଚାଷ (drumstick farmig)କରୁଥିବା ଚାଷୀମାନେ ପ୍ରତି ମାସରେ ପ୍ରାୟତଃ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳେ l ସଜନା ଚାଷରେ ଅନ୍ୟ ଚାଷ ପରି ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନଥାଏ l ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ପଡେନାହିଁ ଚାଷୀଙ୍କୁ l ଏହି ଚାଷରେ ଥରେ ଗଛ ଲଗାଇଲେ ଜଣେ ଚାଷୀ ଚାରି ବର୍ଷ ପର୍ଯ୍ୟନ୍ତ ଉତ୍ତମ ରୋଜଗାର ପାଇବ  l ଆମ ରାଜ୍ୟରେ ପ୍ରାୟତଃ ଜୁନ-ଜୁଲାଇ (ବର୍ଷା ଦିନେ) ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ସଜନା ଚାରା ରୋପଣ (drumstick plant ) କରାଯାଇଥାଏ l କାରଣ ଏହା ହେଉଛି ଉତ୍ତମ ଋତୁ ଏହି ଚାଷ ପାଇଁ l ତେବେ ସରୋଜଙ୍କ ଚାଷଜମି ସମ୍ପୂର୍ଣ୍ଣ ପଡ଼ିଆ ପରି ଥିବା ଜଳ ଅଭାବ କାରଣରୁ l ତେବେ ଏ ସେହି ଜମିରେ ପାଣି ଉଚିତ ସମୟରେ ମଡ଼ାଇ ପାରୁଛନ୍ତି l

ସଶକ୍ତ ମନୋବଳ ଉପରେ ନିର୍ମିତ ଏକ ଜୀବନ - ସଂଗୀତା ପିଙ୍ଗଲେଙ୍କ ସାହସିକ କାହାଣୀ

ଜୀବନର ସଫଳତା ଆହ୍ୱାନଠାରୁ ସଫଳତା ପର୍ଯ୍ୟନ୍ତ – ସନ୍ତୋଷ କାଇଟଙ୍କର ଆଶ୍ଚର୍ଯ୍ୟଜନକ କାହାଣୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments