1. ସଫଳ କାହାଣୀ

ମହିନ୍ଦ୍ରା ଟ୍ରାକ୍ଟର ସହିତ ପାରସ୍ ରାମ ଯାଦବଙ୍କ ସଫଳତାର କାହାଣୀ

ସଂଘର୍ଷ ଏବଂ ସାହସ ଯୋଗୁଁ ଏକ ପ୍ରଗତିଶୀଳ କୃଷକ ହୋଇପାରିଛନ୍ତି

Tanushree Mahapatra
Tanushree Mahapatra
Successful story of paras ram from maharastra

Successful story of paras ram from maharastra

ମହାରାଷ୍ଟ୍ରର ଛିନ୍ଦୱାଡ଼ାର ଏକ ଛୋଟ ଗାଁରେ ରହୁଥିବା ପାରସ୍ ରାମ ଯାଦବଙ୍କ କାହାଣୀ ଯଦି ଆମେ ଏହାକୁ ଏକ ପ୍ରେରଣାଦାୟୀ କାହାଣୀ ମଧ୍ୟ କହି ପରିବା l ପାରସ୍ ରାମ ତାଙ୍କର ସଂଘର୍ଷ ଏବଂ ସାହସ ଯୋଗୁଁ ଏକ ପ୍ରଗତିଶୀଳ କୃଷକ ହୋଇପାରିଛନ୍ତି ଯାହା ଅନ୍ୟ ଚାଷୀଙ୍କୁ ପ୍ରଭାବିତ କରିଛି ଚାଷ କ୍ଷେତ୍ରରେ l

ପାରସ୍ ରାମ ଜଣେ ସାଧାରଣ କୃଷକ ଥିଲେ । ଚାଷ ତାଙ୍କର ମୁଖ୍ୟ ବ୍ୟବସାୟ ଥିଲା l ସେ ତାଙ୍କର ପୁରୁଣା HMT ଟ୍ରାକ୍ଟର ସହିତ ଚାଷ କରୁଥିଲେ l କିନ୍ତୁ, ସେ କୃଷି ବ୍ୟବସାୟରେ ସନ୍ତୁଷ୍ଟ ହୋଇପାରୁନଥିଲେ l ଚାଷରେ ଅସୁବିଧା ବଢ଼ିବାକୁ ଲାଗିଥିଲା ଏବଂ ପାରସ୍ ରାମଙ୍କ ମନ ନିରାଶାରେ ଢାଙ୍କି ହୋଇ ଯାଉଥିଲା l ସେ ପ୍ରତ୍ୟେକ ଥର ଭାବୁଥିଲେ ବୋଧହୁଏ ସେ HMT ଟ୍ରାକ୍ଟର ବିକ୍ରି କରି ଅନ୍ୟ କିଛି କରିପାରିବେ l

ଦିନେ ପାରସ୍ ରାମ ତାଙ୍କର ନିକଟତମ ଡିଲରଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ କହିଥିଲେ । ସେଠାରେ ଡିଲର ତାଙ୍କୁ ମହିନ୍ଦ୍ରା ଟ୍ରାକ୍ଟର କିଣିବାକୁ ପରାମର୍ଶ ଦେଇଥିଲେ । ସେହି ସମୟରେ ଏକ ନୂଆ ଟ୍ରାକ୍ଟର କିଣିବା ପାଇଁ ପାରସ୍ ରାମଙ୍କ ପାଖରେ ଟଙ୍କା ନଥିଲା l ଡିଲର ତାଙ୍କ ଅବସ୍ଥା ବୁଝିଥିଲେ ଏବଂ ତାଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ଦେଖିବା ପାଇଁ ୧୫ ଦିନ ପାଇଁ ମହିନ୍ଦ୍ରା ଟ୍ରାକ୍ଟର ପ୍ରଦାନ କରିଥିଲେ l ଯାହା ପରେ ପାରସ୍ ରାମ ଏହାକୁ ବ୍ୟବହାର କରି ଏହାକୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ପାରସ୍ ରାମ ଟ୍ରାକ୍ଟରକୁ ଟ୍ରାଏଲରେ ନେଇ ଏହାକୁ ବ୍ୟବହାର କରିବା ଆରମ୍ଭ କଲେ l ମହିନ୍ଦ୍ରା ଟ୍ରାକ୍ଟରର ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ସେ ଦେଖିଲେ ଯେ ଟ୍ରାକ୍ଟରର ଗୁଣ ଏବଂ ଶକ୍ତି ତାଙ୍କ ଚାଷରେ ନୂତନ ପରିବର୍ତ୍ତନ ଆଣୁଛି l ୧୫ ଦିନ ପରେ, ସେ କୌଣସି ପ୍ରକାରେ ଟଙ୍କା ବ୍ୟବସ୍ଥା କରି ମହିନ୍ଦ୍ରା ସେହି ଟ୍ରାକ୍ଟରଟିକୁ କିଣିଥିଲେ l

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପାରସ୍ ରାମ ଯାଦବ ମହିନ୍ଦ୍ରା ଠାରୁ ୧୮ ରୁ ୨୦ ଟି ଟ୍ରାକ୍ଟର କିଣିଛନ୍ତି । ମହିନ୍ଦ୍ରା ଟ୍ରାକ୍ଟର ଯୋଗୁଁ ତାଙ୍କ କୃଷି ବ୍ୟବସାୟରେ ଏକ ନୂତନ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା ଏବଂ ଆଜି ପାରସ୍ ରାମଙ୍କ ପ୍ରାୟ ୯୦ ଏକର ଜମିରେ ଚାଷ କରି ଲାଭ କାମଉଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ମହିନ୍ଦ୍ରା ଟ୍ରାକ୍ଟରର ସହଯୋଗରେ ସେ ୨ କୋଟି ଟଙ୍କା ବ୍ୟୟରେ ବିଳାସପୂର୍ଣ୍ଣ ଘର ମଧ୍ୟ ନିଜ ରହିବା ପାଇଁ ନିର୍ମାଣ କରିଛନ୍ତି । ମହିନ୍ଦ୍ରା ଡିଲର ପ୍ରତ୍ୟେକ ଛୋଟ ଏବଂ ବଡ ସମସ୍ୟାରେ ପାରସ୍ ରାମଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ସମୟ ସମୟରେ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ l ପାରସ୍ ରାମ ୨୨ ବର୍ଷ ଧରି ମହିନ୍ଦ୍ରା ଟ୍ରାକ୍ଟର ବ୍ୟବହାର କରିଆସୁଛନ୍ତି ଏବଂ ତାଙ୍କର ବ୍ୟବସାୟ ସଫଳତାର ଉଚ୍ଚତାକୁ ସ୍ପର୍ଶ କରୁଛି ମଧ୍ୟ  l

ବର୍ତ୍ତମାନ ତାଙ୍କ ପୁଅ ଏବଂ ନାତିମାନେ ମଧ୍ୟ ଏହି ବ୍ୟବସାୟରେ ସକ୍ରିୟ ଭାବରେ ଜଡିତ ଅଛନ୍ତି ଏବଂ ପରିବାରର ଉତ୍ତରାଧିକାରୀ ଭାବେ ସମସ୍ତ ଦାୟିତ୍ତ୍ୱବହନ କରୁଛନ୍ତି l ପାରସ୍ ରାମଙ୍କ ଏହି କାହାଣୀ ମହିନ୍ଦ୍ରା ଟ୍ରାକ୍ଟର ସହିତ ତାଙ୍କ ଯାତ୍ରାର ଏକ ପ୍ରେରଣାଦାୟକ କାହାଣୀ, ଯାହା ଦର୍ଶାଏ ଯେ ସଠିକ ସମ୍ବଳ ଏବଂ ପରିଶ୍ରମ ଦ୍ୱାରା ଯେକୌଣସି ସ୍ୱପ୍ନ ସାକାର ହୋଇପାରେ l ତିନି ପିଢ଼ି ପାରାସ୍ ରାମ ଯାଦବ ମହିନ୍ଦ୍ରା ଟ୍ରାକ୍ଟରରୁ ଉପକୃତ ହେଉଛନ୍ତି ଏବଂ ମହିନ୍ଦ୍ରା ଟ୍ରାକ୍ଟର ତାଙ୍କ କୃଷି ଜୀବନ ଅଗ୍ରଗତିର ସାକ୍ଷୀ ରହିଛନ୍ତି। ମହିନ୍ଦ୍ରା ଟ୍ରାକ୍ଟରଗୁଡିକ କେବଳ ସେମାନଙ୍କର ଚାଷକୁ ସରଳ ଏବଂ ପ୍ରଭାବଶାଳୀ କରିନି ବରଂ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିର ଏକ ନୂତନ ରାସ୍ତା ମଧ୍ୟ ଖୋଲିଛି l

ମହିନ୍ଦ୍ରା ଟ୍ରାକ୍ଟର ପାରସ୍ ରାମଙ୍କ ଜୀବନକୁ ବଦଳାଇ ଦେଇଛି ଏବଂ ତାଙ୍କ ପରିବାର ଆଜି ଏକ ସୁଖୀ ଏବଂ ସମୃଦ୍ଧ ଜୀବନ ବିତାଉଛନ୍ତି । ଏହି ସଫଳତାର କାହାଣୀ ଆମକୁ ଶିକ୍ଷା ଦିଏ ଯେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବା ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରେ l

ଅଧିକ ପଢ଼ନ୍ତୁ

ସଫଳ ଅମଳ ସୁନିଶ୍ଚିତ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର

ସଶକ୍ତ ମନୋବଳ ଉପରେ ନିର୍ମିତ ଏକ ଜୀବନ - ସଂଗୀତା ପିଙ୍ଗଲେଙ୍କ ସାହସିକ କାହାଣୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ