1. କୃଷି ବିଶ୍ବକୋଷ

ଅଗଷ୍ଟ ମାସରେ କରନ୍ତୁ ଏହି ଔଷଧୀୟ ବୃକ୍ଷ ଚାଷ

ବର୍ତମାନ ଔଷଧୀୟ କୃଷିକୁ ନେଇ ଅଧିକାଂଶ ଲୋକଙ୍କର ରୁଚି ରୁଚି ବଢ଼ିବାରେ ଲାଗିଛି | ଯଦି ଔଷଧୀୟ ବୃକ୍ଷର ରୋପଣ ଠିକ ସମୟରେ କରାଯାଏ ଓ ଜଳସେଚନ ଏବଂ କୀଟନାଶକର ପ୍ରୟୋଗ ଠିକ ମାତ୍ରାରେ କରାଯାଏ, ତେବେ ଫସଲରୁ ବହୁତ ଭଲ ଉତ୍ପାଦନ ମିଳିପାରିବ

Rajashree
Rajashree
august month medicinal plant farming

august month medicinal plant farming

ଭଗବାନ ସୃଷ୍ଟିକୁ ଅତି ଭିନ୍ନ ଢଙ୍ଗରେ ଗଢ଼ିଛନ୍ତି | ଭାଗନାନଙ୍କର ସବୁଠୁ ଶ୍ରେଷ୍ଠ ବରଦାନ ପ୍ରକୃତି | ଏଠି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ଆମକୁ ପ୍ରକୃତିରୁ ହିଁ ମିଳିଥାଏ | ଯେମିତି ଶରୀରରେ ବିଭିନ୍ନ ରୋଗ ରହିଥାଏ, ସେମିତି ପ୍ରକୃତିରେ ଅନେକ ଗୁଡିଏ ଔଷଧୀୟ ବୃକ୍ଷ(medicinal plant) ମଧ୍ୟ ରହିଛି ଯାହା ଆମକୁ ରୋଗରୁ ଉପଶମ ଦେଇଥାଏ | ବର୍ତମାନ ଔଷଧୀୟ କୃଷିକୁ ନେଇ ଅଧିକାଂଶ ଲୋକଙ୍କର ରୁଚି ରୁଚି ବଢ଼ିବାରେ ଲାଗିଛି |

ଯଦି ଔଷଧୀୟ ବୃକ୍ଷର (medicinal plant)ରୋପଣ ଠିକ ସମୟରେ କରାଯାଏ ଓ ଜଳସେଚନ ଏବଂ କୀଟନାଶକର ପ୍ରୟୋଗ ଠିକ ମାତ୍ରାରେ କରାଯାଏ, ତେବେ ଫସଲରୁ ବହୁତ ଭଲ ଉତ୍ପାଦନ ମିଳିପାରିବ | ଏବେ ଆଜି ଆସନ୍ତୁ ଏମିତି 2ଟା ଗଛ ବିଷୟରେ ଜାଣିବା ଯାହାର ରୋପଣ ଅଗଷ୍ଟ ମାସରେ ସହଜରେ କରଯାଇ ପାରିବ |

ଦିନକୁ ଦିନ ଆୟୁର୍ବେଦିକ ଔଷଧର ଚାହିଦା ବୃଦ୍ଧି ପାଉଛି l ଏହାକୁ ଦୃଷ୍ଟିରେ ରଖି ଚାଷୀ ଭାଇମାନେ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ଔଷଧୀୟ ଗଛଗୁଡ଼ିକ ଚାଷ କରିଲେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଅଗଷ୍ଟ ମାସରେ ରୋପଣ କରାଯାଉଥିବା 2ଟି ଔଷଧୀୟ ବୃକ୍ଷ ହେଲା

୧. କଲିହାରୀ

୨. ମେଥି

୧.କଲିହାରୀ :

କୃଷକମାନେ ଅଗଷ୍ଟ ମାସରେ କଲିହାରୀ ରୋପଣ(medicinal plant)କରିପାରିବେ l ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ l ବର୍ଷା ହେବା ପରେ ପରେ ସେମାନେ ଏହାକୁ ଲଗାଇ ପାରିବେ l ଯଦି କୃଷକମାନେ ଏକ ହେକ୍ଟର ଜମିରେ ଏହି ଫସଲ କରିବାକୁ ଚାହୁଁଥାଆନ୍ତି ତେବେ ପାଖାପାଖି ୧୦ କୁଇଣ୍ଟାଲ କାଲିହାରୀ ଫଳର (medicinal plant)ଆବଶ୍ୟକତା ହୋଇଥାଏ l ଏହି ଫସଲ ପାଇଁ ମାଟି ପ୍ରସ୍ତୁତ କରିବା ସମୟରେ ଜମିରେ ପ୍ରାୟ ୧୫ ରୁ ୨୦ ଟନ ଗୋବର ଖତ ମିଶେଇଦବା ଆବଶ୍ୟକ l ଏହା ପରେ କଲିହାରୀର ମଞ୍ଜି ଲଗାଯାଇଥାଏ l ଏହା କୃଷକମାନଙ୍କୁ ଆଶାତୀତ ଉତ୍ପାଦନ ସହିତ ଲାଭ ମଧ୍ୟ ଯୋଗାଇପାରିବ | କଲିହାରୀକୁ (medicinal plant) ବିଶ୍ୱର ସବୁଠାରୁ ପ୍ରାଚୀନ ଔଷଧୀୟ ବୃକ୍ଷ କୁହାଯାଏ | ଖଣ୍ଡିଆ ,ଘା ,ରକ୍ତ ବାହାରୁଥିଲେ ,ବା ଜ୍ବଳନ ହେଉଥିଲେ ଆଶୁ ଚିକିତ୍ସା ଲାଗି ଏହାର ବ୍ୟବହାର କରାଯାଏ | ଏହା ବ୍ୟତୀତ କଲିହାରୀ ହେଲଥ ଡ୍ରିଙ୍କ ଭାବେ ପିଇଲେ ଏହା ବହୁ ପ୍ରକାରର ହଜମ ସମସ୍ୟା ଦୂର କରେ | ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ଅନୁଯାୟୀ କଲିହାରୀ ମଧୁମେହ ରୋଗଠୁ ଶରୀରକୁ ଦୂରରେ ରଖିଥାଏ |

୨. ମେଥି :

ମେଥିକୁ (Fenugreek) ବୋଧ ହୁଏ ଆପଣ ନିଜ ହାଣ୍ଡିଶାଳରେ ନିଶ୍ଚିନ୍ତ ସ୍ଥାନ ଦେଇଥିବେ | ମେଥିରେ(Fenugreek) ଔଷଧୀୟ ଗୁଣ ଭରପୁର ରହିଥାଏ | ମେଥିକୁ ସାଧାରଣତଃ ଅଗଷ୍ଟ ମାସରେ ଲଗାଯାଇଥାଏ | ମେଥିଚାଷ (Fenugreek farming) ପାଇଁ ଓଦା ମାଟିର ଆବଶ୍ୟକତା ହୋଇଥାଏ | ଠିକ ଭାବରେ ଖତ ସାରର ପ୍ରୟୋଗ ଏହି ଚାଷରେ ଲାଭ ଦେଇଥାଏ | ଏହାର ଛୋଟ ମଞ୍ଜିରେ ଭରି ରହିଛି କର୍କଟ ପ୍ରତିରୋଧକ ଏବଂ କଲେଷ୍ଟେରୋଲ ହ୍ରାସ ର ଶକ୍ତି | ଏହା ବ୍ୟତୀତ ବିଭିନ୍ନ ହଜମ ସମସ୍ୟା ,ବାନ୍ତି ବା ଗ୍ୟାସ ହେଉଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ | ମାସିକ ଋତୁସ୍ରାବ ର କଷ୍ଟ ରେ ଉପଚାର ମଧ୍ୟ ଏହି ମେଥିରୁ ମିଳିଥାଏ |ମୁଖ ଦୁର୍ଗନ୍ଧ ,କେଶ ର କହରିଆ ରଙ୍ଗ ଇତ୍ୟାଦି ର ସବୁଠାରୁ ଭଲ ଉପଚାର ମେଥି |

ଘରେ ଲଗାନ୍ତୁ ଔଷଧୀୟ ବୃକ୍ଷ !

ଓଡ଼ିଶାରେ ଔଷଧୀୟ ବୃକ୍ଷ ଚାଷ କରି ହୁଅନ୍ତୁ ଲାଭବାନ, ଜାଣନ୍ତୁ...

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments