1. କୃଷି ବିଶ୍ବକୋଷ

ଅର୍ଥକାରୀ ଫସଲ ଶାଗ ଚାଷରେ ସାର ପ୍ରୟୋଗ

Tanushree Mahapatra
Tanushree Mahapatra
Benefits and cultivation of green leafs

Benefits and cultivation of green leafs

ଆମ ରାଜ୍ୟ ଓଡିଶାରେ ଲୋକେ ଶାଗ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି l ଅନ୍ୟପଟେ ଶାଗ ଚାଷ ମଧ୍ୟ ଅଧିକ ହୋଇଥାଏ l ଆମ ରାଜ୍ୟ ଓଡିଶାରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ l ଖରାଦିନ ଆସିଲା ମାତ୍ରେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ସଠିକ ପ୍ରଣାଳୀରେ କରିବା ଶାଗ ଚାଷ ଯାହା ଅଳ୍ପ ଖର୍ଚ୍ଚ ରେ ଅଧିକ ଲାଭ ଦେବ l ଶାଗ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ l ଶାଗ ଖାଇବା ( Green leaf ) ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରରେ ରକ୍ତ ହୀନତା ସମସ୍ୟା ମଧ୍ୟ ଦେଖାଯାଇନଥାଏ l ଆଉ ଯଦି ସ୍ୱତନ୍ତ୍ର ଭାବରେ ଆମ ରାଜ୍ୟ ଓଡିଶା କଥା କହିବା ତେବେ ଓଡିଶାରେ ଶାଗର ଚାହିଦା ଅନ୍ୟ ରାଜ୍ୟ ଅପେକ୍ଷା ଢେର ଅଧିକ ରହିଛି  | ଓଡିଶାରେ ଲୋକ ପଖାଳ ସହ ଶାଗକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ତେଣୁ ଓଡିଶାରେ ଶାଗର ଚାହିଦାକୁ ଦୃଷ୍ଟିରେ ରଖି ଶାଗ ଚାଷ (Benefits f green leaf ) ମଧ୍ୟ ଅଧିକ ହୋଇଥାଏ l

ଢିପ ଓ ନିଗିଡ଼ା ମାଟିରେ ଶାଗ ଚାଷ(Green leaf ) ଭଲ ହୋଇଥାଏ । ଦୋରସା ମାଟି ଶାଗ ପାଇଁ ଖୁବ୍ ଉପଯୁକ୍ତ | ଶାଗ ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା ଉଚିତ୍ । ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ଼ ଚାଷକରି ପରେ ଚକଲଙ୍ଗଳ ସାହାଯ୍ୟରେ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ | ଚାଷ (Green leaf )ସମୟରେ ଜମିରେ ଖତ ଦେଲେ ଏହା ମାଟିରେ ଭଲ ଭାବରେ ମିଶିଯାଏ | ଶାଗ (Green leaf )ବୁଣିବା ପୂର୍ବରୁ ବିଲରେ ମଇ ଦେଇ ମାଟିକୁ ସମତଳ କରିଦେବା ଭଲ ହୋଇଥାଏ , ସୁବିଧା ଦେଖି ପ୍ରତି ୧୦ ଫୁଟ ଚଉଡ଼ାରେ ବିଲ ରେ ସିଆର ଟାଣି ଦିଆଯାଏ କାରଣ ସିଆର ଦେଇ ଶାଗ ଫସଲରେ ପାଣି ଦିଆଯାଇଥାଏ |

ଖଡ଼ା ଶାଗ (Green leaf )ବର୍ଷର ବାରମାସ ଯାକ ଚାଷ କରାଯାଇପାରିବ | ସେହିପରି , ଲେଉଟିଆ ଶାଗ ଖରାଦିନେ ଓ କୋଶଳା ଶାଗ ନଭେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ । ବଥୁଆ, ପାଳଙ୍ଗ, ସୋରିଷ ଶାଗ ନଭେମ୍ବର ଠାରୁ ଜାନୁୟାରୀ ଭିତରେ ବୁଣାଯାଏ | ପୋଇ ସବୁ ଋତୁ ପାଇଁ ଚାଷ ଉପଯୋଗୀ ହୋଇଥାଏ | ତେବେ ଖରାଦିନେ ବିଲରେ ଅଧିକ ପରିମାଣରେ ପୋଇ ଚାଷ କରାଯାଏ ଓ ଏଥିରୁ ଅଧିକ ଲାଭ ମିଳିଥାଏ | ମଞ୍ଜି ବୁଣି ସାରିବା ପରେ ମାଟିକୁ ମଇ ଦେଇ ତାହାକୁ ଘୋଡ଼େଇ ଦିଆଯାଏ | ଗଛ ଉଠିବାର ସପ୍ତାହେ ପରେ ବିଲରୁ ଘାସ ବାଛି ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ୍ | ଶାଗ (Green leaf )ଫସଲ ପାଇଁ ଶୀତ ଓ ଖରାଦିନେ ପ୍ରାୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଦରକାର ହୋଇଥାଏ |

ସାର ପାଇବା ପାଇଁ ଏକର ପିଛା ୪୪ କିଲୋଗ୍ରାମ୍ ୟୁରିଆ, ୧୦୦ କିଲୋଗ୍ରାମ୍ ସିଙ୍ଗଲ୍ ସୁପର ଫସ୍‌ଫେଟ୍ ଓ ୨୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ | ଫସ୍‌ଫରସ୍, ଅଧା ଯବକ୍ଷାର ଓ ଅଧା ପଟାସକୁ ମୂଳସାର ହିସାବରେ ଦେବାକୁ ହେବ । ମାଟିରେ ପାଗ ଦେଖି ଶାଗ (Green leaf )ମଞ୍ଜି ବୁଣିବା ଉଚିତ୍ ପାଗ ନଥିଲେ ବୁଣିବା ପୂର୍ବରୁ ବିଲରେ ପାଣି ମଡ଼େଇ ପାଗ କରି ମଞ୍ଜି ବୁଣିବା ଉଚିତ୍ | ଶାଗ (Green leaf )ମଞ୍ଜି ଛୋଟ ଛୋଟ ହୋଇଥିବା ହେତୁ ତାହାକୁ ଗୁଣ୍ଡ ଖତ ବା ମାଟି ସହିତ ମିଶାଇ କରି ବୁଣାଯାଇପାରେ । ବୁଣିବାର ୧୫ ଦିନ ପରେ ଅବଶିଷ୍ଟ ଯବକ୍ଷାର ଓ ପଟାସ ସାର ପ୍ରୟୋଗ କରିବା ଉଚିତ୍ | ପ୍ରାୟ ୨୫ ରୁ ୩୦ ଦିନ ଭିତରେ ଖଡ଼ା ଓ କୋଶଳା ଶାଗ ଅମଳ ପାଇଁ ଉପଯୁକ୍ତ ହୋଇଥାଏ | ଲେଉଟିଆ ଶାଗ ୨୫ ରୁ ୩୦ ଦିନ ମଧ୍ୟରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ଏହା ପ୍ରତି ୧୦ ରୁ ୧୫ ଦିନରେ ଥରେ ଲେଖାଏଁ କଟାଯାଇପାରେ |

ନାନୋ ୟୁରିଆ ପରେ ନାନୋ ଡିଏପି ଅନୁମୋଦିତ

ଖରାଦିନେ ଏହି ଚାଷ ଦେବ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News