ଓଡିଶା ଏକ ଚାଷ ବହୁଳ ରାଜ୍ୟ l ଅଧିକାଂଶ ଲୋକ ଏଠାରେ ଚାଷ କାର୍ଯ୍ୟ କରୁଛନ୍ତି l ଏବେ ତ ଆହୁରି ଲୋକଙ୍କ ଚାଷ ପ୍ରତି ଆଗ୍ରହ ଧୀରେ ଧୀରେ ବଢ଼ିବାରେ ଲାଗିଛି l ଚାଷ କାର୍ଯ୍ୟ ଆଉ ପୁରୁଷ ମାନେ ଏକାକୀ କରୁନାହାନ୍ତି ଏବେ ଏଥିରେ ମହିଳା ମଧ୍ୟ ସାମିଲ ହେଲେଣି l ରାଜ୍ୟ ସରକାରଙ୍କ ସହଯୋଗ ରେ ଏବେ ମହିଳା ପୁରୁଷ ଙ୍କ ଠାରୁ ଅଧିକ ମାତ୍ରା ରେ ଚାଷ କାର୍ଯ୍ୟ କରୁଛନ୍ତି l ଋଣ ରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ସମସ୍ତ ସୁବିଧା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି l
ଏବେ ବଜାର ରେ ଅନେକ ପ୍ରଣାଳୀ ରେ ଚାଷ କାର୍ଯ୍ୟ କରାଯାଉଛି ଯେଉଁଥିରେ କି ଚାଷୀ ଅଳ୍ପ ସମୟ ମଧ୍ୟରେ ନିଜ ଚାଷ କାମ ସାରିବା ସହିତ ଅଳ୍ପ ଖର୍ଚ୍ଚ ରେ ଅଧିକ ଲାଭ ଉଠାଉଛି l ଏବେ ମହିଳାଙ୍କୁ ଚାଷ କାର୍ଯ୍ୟ ପାଇଁ ତାଲିମ ମଧ୍ୟ ଦିଆଯାଉଛି ଯାହା ଦ୍ୱାରା ସେମାନେ ଚାଷ କାର୍ଯ୍ୟ ବିଷୟରେ ଜାଣି ପାରୁଛନ୍ତି l
ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ । ତା’ପୁଣି ଜୈବିକ ପଦ୍ଧତିରେ । ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ ବର୍ଷାଦିନେ କେବଳ ଧାନଚାଷ କରୁଥିଲେ ଓ ବର୍ଷର ଅନ୍ୟ ଋତୁଗୁଡ଼ିକରେ ବଣ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସହ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ଏମାନଙ୍କ ପାଖରେ ନା ଥିଲା ଅନ୍ୟ ଚାଷ କରିବାର ଉପାୟ, ନା ଥିଲା ଜଳସେଚନର ସୁବିଧା । କୃଷି ବିଭାଗର ସହାୟତାରେ ଚାଷୀମାନଙ୍କୁ ଉତ୍ତମ କିସମର ବିହନ ଯୋଗାଇ ଦିଆଯାଇଛି। ଏଥିସହ ଉନ୍ନତମାନର ତାଲିମ ପ୍ରଦାନ କରାଯିବା ପରେ ଅଞ୍ଚଳର ଆଦିବାସୀମାନେ ଏବେ ଖରାଦିନେ ବ୍ରୋକଲି,ଗ୍ରୀନ୍ କୋବି, କ୍ୟାପଶିକମ୍, ଟମାଟୋ, ବାଇଗଣ, ଲଙ୍କା ଆଦି ପରିବା ଚାଷ କରି ଲାଭବାନ ହେଉଛନ୍ତି। ଗୋବରଖତ, ଗୋମୁତ୍ର, ଜିଆଖତ ଓ ହାଣ୍ଡିଖତ ପ୍ରୟୋଗ କରି ଏହି ଚାଷ କରାଯାଉଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଛି I
ଶିଳ୍ପର ଅଭିବୃଦ୍ଧି ଯୋଗୁ କୃଷି କ୍ଷତିଗ୍ରସ୍ତ ହେବା ସହ ଗତ କିଛିବର୍ଷ ହେଲା ରାଜ୍ୟରେ ପରିବା ଉତ୍ପାଦନ ହ୍ରାସ ପାଇବାରେ ଲାଗିଥିଲା । ଫଳରେ ରାଜ୍ୟ ତଥା ଜିଲା ବାହାରୁ ପରିବା ଅଣାଯାଇ ଆବଶ୍ୟକତା ମେଣ୍ଟାଯାଉଥିଲା । ବେପାରୀମାନେ ପଶ୍ଚିମବଙ୍ଗରୁ ଟ୍ରିପ୍ ଟ୍ରିପ୍ ଟମାଟୋ, ବାଇଗଣ, ଫୁଲକୋବି, ବନ୍ଧାକୋବି ଆଦି ପରିବା ଆଣି ଏଠାରେ ବିକ୍ରି କରୁଥିଲେ । କିନ୍ତୁ ଏବେ ଏ ସବୁ ଆଉ କରିବାକୁ ପଡୁନାହିଁ କାରଣ ନିଜ ଅଂଚଳରେ ଚାଷୀ ଅନେକ ଉପାୟରେ ଚାଷ କାର୍ଯ୍ୟ କରି ସଫଳ ହୋଇ ପାରୁଛି l କିନ୍ତୁ ଜୈବିକ ପ୍ରଣାଳୀ ରେ ଚାଷ କଲେ ଘରର ବର୍ଜ୍ୟ ଜଳର ବ୍ୟବହାର ଏବଂ କୌଣସି ରାସାୟନିକ ସାରର ପ୍ରୟୋଗ ହେଉ ନ ଥିବାରୁ ଏହା ସ୍ଥାନୀୟ ଲୋକମାନଙ୍କୁ ଆବଶ୍ୟକ ପରିମାଣର ପୋଷକତତ୍ତ୍ୱ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି । ମହିଳାମାନେ ପୋଷଣ ବଗିଚା ମାଧ୍ୟମରେ ଚାଷ କରିବାରେ ସକ୍ରିୟ ଯୋଗଦାନ କରିଛନ୍ତି।
ତେବେ କଣ ଏହି ଜୈବିକ ଚାଷ ? କିପରି କରାଯାଉଛି ଏହି ଚାଷ ? କାହିଁକି ଏହି ଚାଷ କରିବା ଦ୍ୱାରା ଚାଷୀ ଲାଭ ହୋଇପାରୁଛି ? ଅଳ୍ପ ଖର୍ଚ୍ଚ ରେ କିପରି ଏହି ଚାଷ ସଫଳ ହୋଇ ପାରୁଛି ? ତେବେ ଆସନ୍ତୁ ଜାଣିବା ଜୈବିକ ଚାଷ ଉପରେ ଜୈବିକ କୃଷି ହେଉଛି ଏକ କୃଷି ଅଭ୍ୟାସ ଯାହା ଜୈବିକ କୀଟନାଶକ ଏବଂ ଉଦ୍ଭିଦ କିମ୍ବା ପଶୁ ବର୍ଜ୍ୟବସ୍ତୁରୁ ସାର ପ୍ରୟୋଗ କରିଥାଏ । ବାସ୍ତବରେ, ସିନ୍ଥେଟିକ୍ ସାର ଏବଂ ରାସାୟନିକ କୀଟନାଶକ ପରିବେଶରେ ହେଉଥିବା କ୍ଷତିର ପ୍ରତିକ୍ରିୟା ଭାବରେ ଚାଷର ଅଭ୍ୟାସ ଆରମ୍ଭ ହୋଇଥିଲା | କିମ୍ବା ଏହାକୁ ଅନ୍ୟ ଉପାୟରେ କହିବାକୁ ଗଲେ ଏଇ କୃଷି ହେଉଛି ଏକ ନୂତନ ପ୍ରକାରର କୃଷି ବା ଚାଷ ଯାହାକି ପରିବେଶ ସନ୍ତୁଳନର ଉନ୍ନତି, ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର କରିଥାଏ | ଶୁଦ୍ଧ ଜୈବିକ ଚାଷରେ ସମସ୍ତ ସିନ୍ଥେଟିକ୍ ରାସାୟନିକ ପଦାର୍ଥକୁ ଏଡାଇବା ଆବଶ୍ୟକ | ଏହି କୃଷି ପ୍ରଣାଳୀରେ ବ୍ୟବହୃତ ସମସ୍ତ ସାର ଏବଂ ହରବାଇସିଡ୍ ପ୍ରାକୃତିକ ଉତ୍ସରୁ ଉତ୍ପନ୍ନ ହୋଇଛି ଯେପରିକି ହାଡ ଭୋଜନ କିମ୍ବା ରକ୍ତ ଭୋଜନ | ପରିବେଶ ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଏକୀକୃତ ଚାଷରେ ଜୈବିକ କୀଟନାଶକ ନିୟନ୍ତ୍ରଣ ଏବଂ ପୁଷ୍ଟିକର ପରିଚାଳନା ଅନ୍ତର୍ଭୁକ୍ତ l
ପ୍ରକାଶ ଥାଉ ଯେ, ଜୈବିକ ଚାଷ ପାଇଁ ବ୍ୟବହୃତ ଏକର ପରିପ୍ରେକ୍ଷୀରେ ଭାରତ ସପ୍ତମ ସ୍ଥାନରେ ରହିଛି କିନ୍ତୁ ଜୈବିକ ଚାଷୀ (ORGANIC FARMERS) ଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରଥମ | ସିକ୍କିମ୍ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ଜୈବିକ ରାଜ୍ୟ ହେଲା ଏବଂ ତ୍ରିପୁରା ଏବଂ ଉତ୍ତରାଖଣ୍ଡ ଭଳି ଅନ୍ୟ ରାଜ୍ୟ ମଧ୍ୟ ସମାନ ଲକ୍ଷ୍ୟ ସ୍ଥିର କରିଛନ୍ତି । 2015 ରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କୃଷକମାନଙ୍କୁ ଜୈବିକ କୃଷି ଗ୍ରହଣ କରିବାରେ ଏବଂ ପ୍ରିମିୟମ ମୂଲ୍ୟ ହେତୁ କ୍ଷତିପୂରଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପରମ୍ପରାଗତ କୃଷ୍ଣ ବିକାଶ ଯୋଜନା (PKVY)ଅଧୀନରେ ପ୍ରାୟ 7,000 ଏକରରୁ ଅଧିକ 40,000 କ୍ଲଷ୍ଟର ସହାୟତା ଗ୍ରହଣ କରୁଛନ୍ତି। 160 FPO ଚାଷ ପ୍ରାୟ 80,000 ଏକର ଉତ୍ତର ପୂର୍ବାଞ୍ଚଳ ପାଇଁ ମିଶନ୍ ଜୈବିକ ମୂଲ୍ୟ ଶୃଙ୍ଖଳା ବିକାଶ (MOVCD) ରେ ଯୋଗ ଦେଇଛି ।
ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା: ଧର୍ମେନ୍ଦ୍ର ପ୍ରଧାନ
Share your comments