1. କୃଷି ବିଶ୍ବକୋଷ

ଚାଷ ଜମିରେ ମଦ ସ୍ପ୍ରେ କରୁଛନ୍ତି ଚାଷୀ, ଜାଣନ୍ତୁ ଏହାର ଫାଇଦା...

ଫସଲକୁ ମଦ୍ୟପାନ କରାଯାଉଥିବା ବିଷୟରେ ଜାଣିଛନ୍ତି କି? ଆଜ୍ଞା ହଁ ମଧ୍ୟପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସେଠାକାର କୃଷକମାନେ ବର୍ତ୍ତମାନ ସେମାନଙ୍କ ଫସଲରେ ମଦିରା ସିଞ୍ଚନ କରିବା ଆରମ୍ଭ କରିଛନ୍ତି। ଏଠାରେ ମଦ ସିଞ୍ଚନ କରିବାର ଅର୍ଥ ହେଉଛି ଯେ ନିଜ ଫସଲକୁ ମଦ୍ୟପାନ କରାଇବା । କୃଷକମାନେ ଏହା ପଛରେ ଦେଉଥିବା ତର୍କ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ ।

Priyambada Rana
Priyambada Rana
ଚାଷ ଜମିରେ ମଦ ଛିଞ୍ଚୁଛନ୍ତି କୃଷକ..pic credit: www.pexels.com

ଚାଷ ଜମିରେ ମଦ ଛିଞ୍ଚୁଛନ୍ତି କୃଷକ..pic credit: www.pexels.com

ଆପଣ ମଣିଷ କିମ୍ବା ପଶୁମାନେ ମଦ୍ୟପାନ କରୁଥିବା ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ଫସଲକୁ ମଦ୍ୟପାନ କରାଯାଉଥିବା ବିଷୟରେ ଜାଣିଛନ୍ତି କି? ଆଜ୍ଞା ହଁ ମଧ୍ୟପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସେଠାକାର କୃଷକମାନେ ବର୍ତ୍ତମାନ ସେମାନଙ୍କ ଫସଲରେ ମଦିରା ସିଞ୍ଚନ କରିବା ଆରମ୍ଭ କରିଛନ୍ତି। ଏଠାରେ ମଦ ସିଞ୍ଚନ କରିବାର ଅର୍ଥ ହେଉଛି ଯେ ନିଜ ଫସଲକୁ ମଦ୍ୟପାନ କରାଇବା । କୃଷକମାନେ ଏହା ପଛରେ ଦେଉଥିବା ତର୍କ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ମଧ୍ୟପ୍ରଦେଶର କୃଷକମାନେ କାହିଁକି ଏପରି କରୁଛନ୍ତି ।

କୃଷକମାନେ ଫସଲରେ କାହିଁକି ମଦିରା ସିଞ୍ଚନ କରିଥାନ୍ତି-

ଏହି ହେଉଛି ମଧ୍ୟପ୍ରଦେଶର ନର୍ମଦାପୁରମ, ସେଠାରେ ଥିବା ଚାଷୀମାନେ ସେମାନଙ୍କ ମୁଗ କ୍ଷେତରେ ଦେଶୀ ମଦ ସ୍ପ୍ରେ କରୁଛନ୍ତି। ଏ ନେଇ ସେଠାକାର କୃଷକମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏହା କରିବା ଦ୍ୱାରା ସେମାନଙ୍କର ଅମଳ ଦ୍ୱିଗୁଣିତ ହେବ ଏବଂ କୌଣସି ପୋକ ବା କୀଟନାଶକ ଫସଲ ଉପରେ ପ୍ରଭାବ ପକାଇବେ ନାହିଁ। କୃଷକମାନେ କହିଛନ୍ତି ଯେ ଫସଲରେ ମଦ ସ୍ପ୍ରେ କରିବା ଦ୍ୱାରା ସେମାନଙ୍କ ଫସଲ ଉପରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ ଓ ଉତ୍ପାଦିତ ଖାଦ୍ୟ ପଦାର୍ଥ ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇନଥାଏ । ସବୁଠାରୁ ବଡ କଥା ହେଉଛି କେବଳ ମଧ୍ୟପ୍ରଦେଶର ନର୍ମଦାପୁରମ ନୁହେଁ ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳ କୃଷକ ଏହି ଉପାୟ ଆପଣାଇ ଚାଷ କାର୍ଯ୍ୟ କରିଥାନ୍ତି ।

ଏହା କୀଟମାନଙ୍କୁ କିପରି ପ୍ରଭାବିତ କରେ?

କୃଷକମାନେ କହିଛନ୍ତି ଯେ ଫସଲରେ ଦେଶୀ ମଦର ଗନ୍ଧ ଅତିଶୟ ହୋଇଥାଏ ଏବଂ ଏହାକୁ ସ୍ପ୍ରେ କରିବା ଦ୍ୱାରା ଫସଲରେ ଥିବା କୀଟପତଙ୍ଗ ତୁରନ୍ତ ମରିଯାଆନ୍ତି। ବାସ୍ତବରେ, ଏହି ଦେଶୀ ମଦ ସିଧାସଳଖ ଫସଲ ଉପରେ ସିଞ୍ଚନ କରାଯାଏ ନାହିଁ, ପ୍ରଥମେ ଏଥିରେ ଯଥେଷ୍ଟ ପରିମାଣରେ ଜଳ ମିଶ୍ରଣ କରାଯାଏ ଏବଂ ପରେ ଏହା ଫସଲ ଉପରେ ସିଞ୍ଚନ କରାଯାଏ । କୃଷକମାନେ କହିଛନ୍ତି ଯେ ଯଦି ସେମାନେ ଫସଲ ଉପରେ ସିଧାସଳଖ ଦେଶୀ ମଦ ସ୍ପ୍ରେ କରନ୍ତି, ତେବେ ଏହା ଫସଲକୁ ପୋଡି ଦେବାର ସମ୍ଭାବନା ଥାଏ ।

କମ୍ ଅର୍ଥ ଖର୍ଚ୍ଚରେ ଫସଲକୁ ସୁରକ୍ଷିତ ରଖିଥାଏ-

ଏଠାକାର କୃଷକମାନେ କହିଛନ୍ତି ଯେ କୀଟନାଶକ ଏବଂ ରୋଗରୁ ରକ୍ଷା ପାଇବା ପାଇଁ ସେମାନେ ଦେଶୀ ମଦ ବ୍ୟବହାର କରିଥାନ୍ତି କାରଣ ଏହା ସେମାନଙ୍କୁ ଖୁବ୍ ଶସ୍ତାରେ ମିଳିଥାଏ ।ବାସ୍ତବରେ, କୃଷକମାନଙ୍କୁ ପ୍ରତିବର୍ଷ ରାସାୟନିକ ସାର ଏବଂ କୀଟନାଶକ ଔଷଧରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ, ଏଭଳି ପରିସ୍ଥିତିରେ ଦେଶୀ ମଦ ଏହାଠାରୁ ଅଧିକ ପ୍ରଭାବଶାଳୀ ଏବଂ ଶସ୍ତା ଅଟେ, ତେଣୁ କୃଷକମାନେ ସେମାନଙ୍କ ଫସଲ ସୁରକ୍ଷୀତ ରଖିବା ପାଇଁ ବ୍ୟବହାର କରିଥାନ୍ତି ।

ଏବେ ଘାସ ଚାଷରୁ ବି କରନ୍ତୁ ଲକ୍ଷ ଲକ୍ଷ ରୋଜଗାର……

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments