1. କୃଷି ବିଶ୍ବକୋଷ

ଏହି ଫସଲରୁ ହୋଇପାରିବେ ଲାଭବାନ

ପୁଦିନା ହେଉଛି ଏପରି ଏକ ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ପାଇଁ ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ ମଧ୍ୟ କରାଯାଇଥାଏ ଅନେକ କ୍ଷେତ୍ରରେ । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଏହା ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗ୍ରହଣ କଲେ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିନଥାଏ । ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପାଚନ ପ୍ରକ୍ରିୟାରେ ଏହା ସାହାଯ୍ୟ କରିଥାଏ । ଏମିତିକି ମାଛ , ଚିକେନ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ସାଲାଡ଼ରେ ଏହାକୁ ବ୍ୟବହାର କରାଯାଇପାରେ । ହାଇଡ୍ରୋପୋନିକ ସିଷ୍ଟମରେ ନୂତନ ଭାବେ ଚାଷ କାମ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ପୁଦିନା ଉକ୍ରୃଷ୍ଟ ।

KJ Staff
KJ Staff
how to harvest and different ways to grow mint leaves

how to harvest and different ways to grow mint leaves

ପୁଦିନା (mint leaves) ହେଉଛି ଏପରି ଏକ ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ପାଇଁ ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ (food)ମଧ୍ୟ କରାଯାଇଥାଏ ଅନେକ କ୍ଷେତ୍ରରେ  । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଏହା ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗ୍ରହଣ କଲେ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିନଥାଏ । ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପାଚନ ପ୍ରକ୍ରିୟାରେ (digestion )ଏହା ସାହାଯ୍ୟ କରିଥାଏ । ଏମିତିକି ମାଛ , ଚିକେନ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ସାଲାଡ଼ରେ ଏହାକୁ ବ୍ୟବହାର କରାଯାଇପାରେ । ହାଇଡ୍ରୋପୋନିକ ସିଷ୍ଟମରେ ନୂତନ ଭାବେ ଚାଷ କାମ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ପୁଦିନା ଉକ୍ରୃଷ୍ଟ ।

ଏହାକୁ ଆପଣ ଯେ କୌଣସି ହାଇଡ୍ରୋପୋନିକ ସିଷ୍ଟମକୁ (hydroponic system )ବ୍ୟବହାର କରିପାରିବେ । ତେବେ ପୁଦିନା ହେଉଛି ଏକ ହାଇଡ୍ରୋପୋନିକ୍ ଫସଲ ଅର୍ଥାତ୍ ଏହାକୁ ଚାଷ କରିବା ପାଣି ମାଟିର ମଧ୍ୟ ଆବଶ୍ୟକ ହୋଇନଥାଏ ପାଣିରେ ମଧ୍ୟ ଏହାକୁ ସହଜରେ ଚାଷ କରିହେବ । ଏହାକୁ ଚାଷ କରିବା ମଧ୍ୟ ସହଜ । ଖରାଦିନ ହେଉ କି ଶୀତଦିନ ସବୁବେଳେ ଏହାର ଚାହିଦା ରହିଛି । ଏହା ଏକ ଲୋକପ୍ରିୟ ଉଦ୍ଭିଦ, ବର୍ଷସାରା ଏହାର ଚାହିଦା ରହିଛି ଏବଂ ବଜାରରେ ଭଲ ଚାହିଦା ରହିଛି ।

ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ (soil and weather )ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ପୁଦିନା ଚାଷ ନିମନ୍ତେ ମାଟିର ପିଏଚ୍ ୬ ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଞ୍ଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳ ଧାରଣ କ୍ଷମତା ଅଧିକ ଥିବା ସହ ଡ଼୍ରେନେଜ ଠିକ ଭାବରେ ହେଉଥିବା ଦରକାର । ପୁଦିନା ସାଧାରଣତଃ କଟିଙ୍ଗ ଦ୍ୱାରା ବଂଶବିସ୍ତାର କରିଥାଏ । ୟୁରିଆ , ଫସ୍‌ଫରସ୍ ଓ ପଟାସ୍‌କୁ ୫୦କିଗ୍ରା , ୭୫କିଗ୍ରା ଓ ୫୦କିଗ୍ରା ହେକ୍ଟର ପିଛା ପ୍ରୟୋଗ କରିବା ଆବଶ୍ୟକ । ଜଳସେଚନ ସପ୍ତାହରେ ଦୁଇଥର କରିବା ଦରକାର ।

ପୁଦିନା ସାଧାରଣତଃ ମଞ୍ଜିରୁ(seeds) ବଢ଼ିବା କଷ୍ଟ । ତେଣୁ ଯେକୌଣସି ଏକ ସୁସ୍ଥ ପୁଦିନା ଗଛରୁ ୪ ଇଂଚ ବା ୧୦ସେମିର ଏକ କଟିଙ୍ଗ କରିବା ଆବଶ୍ୟକ ।  ଦ୍ୱିତୀୟତଃ ପୁଦିନା ଗଛର ମଂଜି ବା ଚାରା ଆମେ ଯେକୌଣସି ନର୍ସରୀରୁ ପାଇପାରିବା । ବିଭିନ୍ନ ପ୍ରକାର ପୁଦିନାର କିସମ ବଜାରରେ ଉପଲବ୍ଧ । ଏହାକୁ ବ୍ୟବହାର କରି ମଧ୍ୟ ଆମେ ପୁଦିନାକୁ ଚାଷ କରିପାରିବା । ସୁସ୍ଥ ଚେରକୁ ଆଣି ମାଟିରେ ଲଗାଇ ଏହାର ବଂଶବିସ୍ତାର କରିପାରିବା । କୁହୁଡ଼ି ପଡ଼ୁନଥିବା ସ୍ଥାନରେ ଏହାକୁ ଲଗାଇବା ଭଲ । ଯଦି ଆପଣ ପୁୁଦିନା ଚାଷ କରୁଛନ୍ତି , ତେବେ ଏହା କିପରି ଆବଶ୍ୟକୀୟ ସୂର୍ଯ୍ୟାଲୋକ ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ଯଦି ଉପଯୁକ୍ତ ସୂର୍ଯ୍ୟାଲୋକ ନପାଏ , ତାହେଲେ ପୁଦିନା ଗଛ ଶୁଖିଯିବାର ଚିନ୍ତା ଥାଏ ।

ଗଛର ଉପର ଭାଗକୁ କାଟିବା ଦ୍ୱାରା ପୁଦିନା ଉପଯୁକ୍ତ ଉଚ୍ଚତା ବଜାୟ ରଖିଥାଏ । ଏହା ଦ୍ୱାରା ପୁଦିନା ଗଛର ଫୁଲ ଭଲ ଭାବରେ ବଢ଼ିଥାଏ । ଏହା ମଧ୍ୟ ଅମଳ ଅଧିକ କରିଥାଏ । ପୁଦିନାର ଫୁଲକୁ (flower)କାଟିବା ଆବଶ୍ୟକ କାରଣ ପୁଦିନା ଗଛର ଫୁଲ ଜୁନରୁ ସେପ୍ଟେମ୍ବର(june to sptember ) ମଧ୍ୟରେ ବଢ଼ିଥାଏ । ତେଣୁ ଫୁଲ ଫୁଟିବା ପୂର୍ବରୁ ଏହାକୁ ଟ୍ରିମ କରିବା ଆବଶ୍ୟକ । ଯାହା ଫଳରେ ଏହା ଆମର ଅମଳ ସମୟକୁ ବଢ଼ାଇଥାଏ ।

ପୁଦିନା ଗଛ କିପରି ରୋଗ ପୋକ ଦାଉରୁ ରକ୍ଷା ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ସାଧାରଣତଃ ଏହା ଘାଉଁଳା ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ବିଭିନ୍ନ କୀଟ ଯଥା ଚେର କୃମି , ମାଇଟ୍ସ ପ୍ରମୁଖ ଅଧିକ ଆକ୍ରମଣ କରିଥାନ୍ତି । ତେଣୁ ପୁଦିନା ଗଛକୁ କିପରି ଏଥିରୁ ରକ୍ଷା କରିହେବ , ସେଥିନିମନ୍ତେ ଆମକୁ ସବୁବେଳେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ସ୍ୱାସ୍ଥ୍ୟ ପାଇଁ ହିତକର ପୁଦିନା ପତ୍ର

ଅପରାହ୍ନ ଭୋଜନ କରିବା ଆଗରୁ… 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ