1. କୃଷି ବିଶ୍ବକୋଷ

Say No to Chemical: ଗୋମୂତ୍ରରୁ ତିଆରି କରନ୍ତୁ ଜୈବିକ ସାର

ଫସଲରେ ଦେଖାଯାଉଥିବା ରୋଗ ପୋକ ଉପଦ୍ରବ୍ୟରୁ ରକ୍ଷା କରିବା ପାଇଁ ଚାଷୀ ବିଭିନ୍ନ ରାସାୟନିକ ଔଷଧ ବ୍ୟବହାର କରୁଛନ୍ତି।ଏହି ରାସାୟନିକ ଔଷଧ ଫସଲକୁ ବିଷାକ୍ତ କରିବା ସହିତ ପରୋକ୍ଷରେ ମଣିଷ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ପ୍ରତିକୂଳ ପ୍ରଭାବ ପକାଉଛି। ଗୋ- ମୂତ୍ରର ଅନେକ ଉପକାରିତା ରହିଛି । ଗୋ-ମୂତ୍ରକୁ ବ୍ୟବହାର କରି ଜୈବିକ ପଦ୍ଧତିରେ କୀଟନାଶକ ନିୟନ୍ତ୍ରଣ କରି ପାରିବା।ତେଣୁ ଚାଷୀ ରାସାୟନିକ ଔଷଧ ପରିବର୍ତ୍ତେ ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବା ଉଚିତ୍ । ଯାହା ସୁସ୍ଥ ଫସଲ ଫଳାଇବାରେ ସାହାଯ୍ୟ କରିବା ସହ ମୃତ୍ତିକାକୁ ମଧ୍ୟ ଉର୍ବର ରଖିବାରେ ସହାୟତା କରିଥାଏ ।

Priyambada Rana
Priyambada Rana
Make Organic fertilizer using cow Urine

Make Organic fertilizer using cow Urine

ଫସଲରେ ଦେଖାଯାଉଥିବା ରୋଗ ପୋକ ଉପଦ୍ରବ୍ୟରୁ ରକ୍ଷା କରିବା ପାଇଁ ଚାଷୀ ବିଭିନ୍ନ ରାସାୟନିକ ଔଷଧ(Chemical Fertilizer) ବ୍ୟବହାର କରୁଛନ୍ତି।ଏହି ରାସାୟନିକ ଔଷଧ ଫସଲକୁ ବିଷାକ୍ତ କରିବା ସହିତ ପରୋକ୍ଷରେ ମଣିଷ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ପ୍ରତିକୂଳ ପ୍ରଭାବ ପକାଉଛି। ଗୋ-ମୂତ୍ରର(Cow Urin) ଅନେକ ଉପକାରିତା ରହିଛି । ଗୋ-ମୂତ୍ରକୁ ବ୍ୟବହାର କରି ଜୈବିକ ପଦ୍ଧତିରେ କୀଟନାଶକ ନିୟନ୍ତ୍ରଣ କରି ପାରିବା।ତେଣୁ ଚାଷୀ ରାସାୟନିକ ଔଷଧ ପରିବର୍ତ୍ତେ ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବା ଉଚିତ୍ । ଯାହା ସୁସ୍ଥ ଫସଲ ଫଳାଇବାରେ ସାହାଯ୍ୟ କରିବା ସହ ମୃତ୍ତିକାକୁ ମଧ୍ୟ ଉର୍ବର ରଖିବାରେ ସହାୟତା କରିଥାଏ ।

ଗୋମୂତ୍ରକୁ ଆଧାର କରି କିପରି କରିବେ ଜୈବିକ କୀଟନାଶକ ପ୍ରସ୍ତୁତି?

କାମଧେନୁ ତରଳ କୀଟନାଶକ-

ଏହାକୁ ପ୍ରସ୍ତୁତ ପାଇଁ ଗୋମୂତ୍ର ୧୦ ଲିଟର, ନିମ୍ବପତ୍ର ୨.୫ କିଗ୍ରା, ଦୁଦୁରାପତ୍ର ୧ କିଗ୍ରା, ପୁରୁଣା ମରିଚର ଡେମ୍ପ ୧ କିଗ୍ରା, ରସୁଣ  ୧ କିଗ୍ରା ଦରକାର । ଯଦି ଆପଣ ପିମ୍ପୁଡି ବା ଉଇ, ଆଦିଙ୍କୁ ନଷ୍ଟ କରିବା ପାଇଁ ଚାହୁଁଥାନ୍ତି ସେଥିପାଇଁ ଧୂଆଁ ପତ୍ର ବା ମୋତିଆର ପତ୍ର ୧୦୦ ଗ୍ରାମ୍‌କୁ ଭଲ ଭାବରେ ପାଣିରେ ଭିଜାଇ ଚକଟି ସାରିବା ପରେ କିଛି ସମୟ ଫୁଟାଇ ଘୋଳ ପ୍ରସ୍ତୁତ କରି ସେଥିରେ ମିଶାନ୍ତୁ। ଏଥିପାଇଁ ଗାଈ ଅପେକ୍ଷା ବଳଦର ମୂତ୍ର ଅଧିକ ଉପାଦେୟ।

ଗୋଟିଏ ମାଟି ହାଣ୍ଡିରେ ଗୋମୂତ୍ର ରଖି ଉପରୋକ୍ତ ସମସ୍ତ ଦ୍ରବ୍ୟକୁ ସେଥିରେ ଭରି ୩୦ରୁ ୩୫ ଦିନ ଯାଏ ସଢିବାକୁ ଦିଅନ୍ତୁ ।ଏହି ଅବସ୍ଥାରେ ପାତ୍ରକୁ ପଲମ ଦେଇ ଢାଙ୍କି ରଖନ୍ତୁ । ତାପରେ ତାକୁ ଛାଣି କୀଟନାଶକ ଔଷଧକୁ ୧୦୦ ଲିଟର ପାଣିରେ ମିଶାଇ ଗଛ ଉପରେ ସିଞ୍ଚନ କଲେ କୀଟ ସବୁ ମରିଯାଆନ୍ତି । ୩୫ ଦିନ ପରେ ହାଣ୍ଡିରୁ ତରଳ କୀଟନାଶକ ପଦାର୍ଥ ବାହାର କରିନେଲା ପରେ ବାକି ଯେଉଁ ପଦାର୍ଥ ରହିବ ତାକୁ ଖରାରେ ଶୁଖାଇ ଚୂର୍ଣ୍ଣ କରି ଉଇ ପିମ୍ପୁଡି ମାରିବାରେ ବ୍ୟବହାର କରନ୍ତୁ ।

ସୁରଭି କୀଟ ନିୟନ୍ତ୍ରଣ ପ୍ରଣାଳୀ-

ଏଥିପାଇଁ ୧୦ ଲିଟର ଗୋମୂତ୍ରରେ ୨ କି.ଗ୍ରା ନିମ୍ବପତ୍ର ମାଟି ହାଣ୍ଡିରେ ୧୦ ଦିନ ହାଣ୍ଡି ମୁହଁ ବନ୍ଦ କରି ରଖିବେ । ପଚିଗଲା ପରେ ଏହାକୁ ଛାଣି ୧ କିଲୋରେ ୧୦ ଲିଟର ପାଣି ଅନୁପାତରେ ମିଶାଇ ପ୍ରତି ୧୫ ଦିନରେ ଯେ କୌଣସି ଫସଲରେ ସିଞ୍ଚନ କଲେ ରୋଗପୋକଠାରୁ ଏହା ଫସଲକୁ ରକ୍ଷା କରିବ ।

ଶୋଷକ କୀଟ ଫଳବିନ୍ଧା କୀଟ ନିୟନ୍ତ୍ରଣ

ଏହି କୀଟନାଶକ ପାଇଁ ୩ କିଗ୍ରା ନିମ୍ବ ପତ୍ର, ୧୦ ଲିଟର ଗୋମୂତ୍ର, ୨ କିଗ୍ରା ନେଉଟିଆ ପତ୍ର, ୨ କିଗ୍ରା ଅମୃତଭଣ୍ଡାପତ୍ର, ୨ କିଗ୍ରା ଡାଳିମ୍ବପତ୍ର ଏବଂ ୨ କିଗ୍ରା ପିଜୁଳିପତ୍ର ଆବଶ୍ୟକ । ପ୍ରଥମେ ସମସ୍ତ ପତ୍ରଗୁଡିକୁ ପାଣିରେ ମିଶାଇ ଛେଚି ଦିଅନ୍ତୁ । ତାପରେ ଉକ୍ତ ଛେଚାକୁ ୧୦ ଲିଟର ଗୋମୂତ୍ରରେ ମିଶାଇ ମୋଟ ପରିମାଣର ଅଧାଯାଏ ଶିଝାନ୍ତୁ । ଏଥିରୁ ୨ ରୁ ୨.୫ ଲିଟର ସହିତ ୧୦ ଲିଟର ପାଣି ମିଶାଇ ଏକ ଜମିରେ ସିଞ୍ଚନ କରନ୍ତୁ । ଶୋଷକ ପୋକ ଓ ଫଳବିନ୍ଧା ପୋକ ପରିଚାଳନା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ ।

ପତ୍ରପୋଡ଼ା କାଣ୍ଡବିନ୍ଧା କୀଟନାଶକ

୫୦୦ ଗ୍ରାମ୍ ରାଗ ଲଙ୍କା, ୫୦୦ ଗ୍ରାମ୍ ରସୁଣ, ୫ କି.ଗ୍ରା ନିମ୍ବ ପତ୍ର, ୧ କି.ଗ୍ରା ଅମରିପତ୍ର, ୧ ଲିଟର ଗୋମୂତ୍ର ସମସ୍ତ ଦ୍ରବ୍ୟକୁ ଛେଚି ଗୋମୂତ୍ରରେ ମିଶାଇ ଅଧା ହେବା ଯାଏ ଶିଝାନ୍ତୁ । ଏବଂ ଥଣ୍ଡା ହେବା ପରେ ଛାଣନ୍ତୁ । ଏଥିରେ ୨ ରୁ ୩ ଲିଟର ସହିତ ୧୦୦ ଲିଟର ପାଣି ମିଶାଇ ଏକ ଏକର ଜମିରେ ସିଞ୍ଚନ କଲେ ପତ୍ରମୋଡ଼ା ପୋକ, ଫଳବିନ୍ଧା ପୋକ ଓ କାଣ୍ଡବିନ୍ଧା ପୋକ ନିୟନ୍ତ୍ରିତ ହୋଇଥାନ୍ତି । ଏହାକୁ କାଚ ବା ପ୍ଲାଷ୍ଟିକ ବୋତଲରେ ସଂରକ୍ଷିତ କରି ରଖିପାରିବେ ।

ଗୋମୂତ୍ରରେ ନାଇଟ୍ରୋଜେନ୍, ପଟାସ୍, ୟୁରିକ୍ ଏସିଡ୍ ଆଦି ରହିଛି। ଜମିରେ ଏହି କୀଟନାଶକ ପ୍ରୟୋଗ ଦ୍ଵାରା ପୋକ କମ୍ ଲାଗିବା ସହ ଅମଳ ମଧ୍ୟ ବୃଦ୍ଧି ପାଇପାଇବ । ଏଥିପାଇଁ ଦେଶୀ ଗାଈପ୍ରଜାତିର ଗୋମୂତ୍ର ବ୍ୟବହାର କରନ୍ତୁ । ସମସ୍ତ ପ୍ରକାର ଗୋ-କୀଟନାଶକ ଅପରାହ୍ନ ୪ଟା ପରେ ଜମିରେ ପ୍ରୟୋଗ କରନ୍ତୁ ।

ଖରାଦିନେ ଏହି ଚାଷ ଦେବ ଲାଭ

 

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments