1. କୃଷି ବିଶ୍ବକୋଷ

ଶୀତ ଦିନିଆ ପାଳ ଛତୁ ଚାଷ, ଖର୍ଚ୍ଚ କମ୍ ଲାଭ ଅଧିକ

ଶୀତ ଋତୁରେ ଏହିପରି ଅନେକ ପନିପରିବା ଚାଷ କରିପାରିବେ, ଯାହାକୁ ଆପଣ ୬୦ ରୁ ୭୦ ଦିନ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ଅମଳ କରିପାରିବେ । ଆଜି ଆମେ ଶୀତ ଦିନିଆ ପାଳ ଛତୁ ଚାଷ ବିଷୟରେ ସୂଚନା ଦେବାକୁ ଯାଉଛୁ ଏହି ଚାଷ କଲେ କମ୍ ଖର୍ଚ୍ଚ ଲାଭ ଅଧିକ ମିଳିଥାଏ ।

Sudesna Nayak
Sudesna Nayak
How to start straw mushroom farming in winter season

How to start straw mushroom farming in winter season

ଏବେ ତ, ସବୁଜ ଏବଂ ସତେଜ ପନିପରିବାର ଉପଲବ୍ଧତା ଏକ ସଫଳତା ଠାରୁ କମ୍ ନୁହେଁ । ଶୀତ ଋତୁରେ ଏହିପରି ଅନେକ ପନିପରିବା ଚାଷ କରିପାରିବେ, ଯାହାକୁ ଆପଣ ୬୦ ରୁ ୭୦ ଦିନ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ଅମଳ କରିପାରିବେ । ଆଜି ଆମେ ଶୀତ ଦିନିଆ ପାଳ ଛତୁ ଚାଷ (straw mushroom farming)ବିଷୟରେ ସୂଚନା ଦେବାକୁ ଯାଉଛୁ ଏହି ଚାଷ କଲେ କମ୍ ଖର୍ଚ୍ଚ ଲାଭ ଅଧିକ ମିଳିଥାଏ । ଏହି ଛତୁ ଚାଷ (straw mushroom farming) କଲେ ଅଧିକ ଲାଭବାନ୍ ହୋଇପାରିବେ ।

ଛତୁଚାଷ ପାଇଁ ଭୂମିର ଆବଶ୍ୟକ ନ ଥାଏ । ତେଣୁ କ୍ଷୁଦ୍ର ଭୂମିହିନ ଓ ନାମ ମାତ୍ର ଚାଷ ବେକାର ଯୁବକ, ଯୁବତୀ ମାନେ ଘର ଅଗଣାରେ ବାଉଁଶ ବଣରେ, ଝାଉଁ ବଣରେ, ଖୋଲା ଗଛ ମୂଳେ ବାଉଁଶ ଥାକ କରି ଯେଉଁଠି ସିଧା ସଳଖ ସୂର୍ଯ୍ୟ କିରଣ ପଡୁନଥିବ କିମ୍ବା ସ୍ଵତନ୍ତ୍ର ଘର କରି ଛତୁଚାଷ (mushroom farming)କରି ସ୍ବାବଲମ୍ବୀ ହୋଇପାରିବେ ।

-ପାଳ ଛତୁ ଚାଷ (straw mushroom farming) ପାଇଁ ୧୦୦୯, ୧୦୧୯,୧୨୪୨, ୧୦୧୪ କିସମ ଉତ୍ତମ ଅଟେ । ଗୋଟିଏ ବେଉ ପ୍ରସ୍ତୁତ ପାଇଁ ୧୨-୧୫ କିଗ୍ରା ନଡା ଆବଶ୍ୟକ ପଡିଥାଏ ।

-ଛତୁ (mushroom farming) ପାଇଁ ଦରକାରୀ ଉପକରଣ – ନଡା, ଡାଲି ଗୁଣ୍ଡ, ମୁଗ, ବିରି, ହରଡ, କୋଳଥ, ଜୀରା, ମଟର, ବୁଟ, କାନ୍ଦୁଲ, ତିଆସି, ଗହମ ଚୋକଡ ଓ ଧାନ ଗୁଣ୍ଡ ଗାଁ ପରିବେଶରେ ହିଁ ମିଳିଥାଏ ।

-ଛତୁ ଚାଷ (mushroom farming) ଘର ଭିତରେ କରାଯାଉଥିବାରୁ ଓ ଏହାର ଚାଷ ପ୍ରଣାଳୀ ସହଜ ଓ ସରଳ ହୋଇଥିବାରୁ ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଭୂମିହିନ ମହିଳାମାନେ ଏହି ଚାଷ (farming)କୁ ଆପଣେଇ ଆର୍ଥିକ ସ୍ଵାବଲାମି ହୋଇପାରିବେ ।

-ଛତୁ (mushroom) ଅମଳ ହୋଇସାରିବା ପରେ ଏଥିରେ ବ୍ୟବହ୍ରୁତ ନଡାକୁ କମ୍ପୋଷ୍ଟ ଜିଆ ଖାତ ବା ଶୁଖାଇ ଗୋ ଖାଦ୍ୟ ରୂପେ ମଧ୍ଯ ବ୍ୟବହାର କରାଯାଇପାରିବ ।

-ପାଳ ଛତୁ (straw mushroom farming)ର ସ୍ଵତନ୍ତ୍ର ସ୍ଵାଦ ପାଇଁ ଏହାର ବଜାର ଚାହିଦା ସବୁ ସମୟରେ ରହିଆସିଛି । ପାଳ ଛତୁ ଚାଷ ପାଇଁ ସମୟ ଓ ଖର୍ଚ୍ଚ ମଧ୍ଯ କମ୍ । ଏନେଇ ଚାଷୀ ଉନ୍ନତ ପ୍ରଣାଳୀରେ ଏହି ଛତୁ ଚାଷ କଲେ ଅଧିକ ଲାଭବାନ୍ ହୋଇପାରିବେ ।

ଚାଷୀଙ୍କୁ ସ୍ୱାବଲମ୍ବୀ କରୁଛି ପାଳ ଛତୁ (straw mushroom farming)ଚାଷ । ପାଳ ଛତୁ ଚାଷ (Mushroom farming) କରି ଲାଭବାନ ହେଉଛନ୍ତି ବ୍ୟବସାୟୀ । ପାଳ ଛତୁ (straw mushroom)ଏକ ଖାଦ୍ୟ ଯୋଗ୍ୟ ଫଙ୍ଗସ । ଲମ୍ବା ଡେମ୍ଫ ଓ ଗୋଳିଆ ଆକୃତି ଥିବା ଏହି ଛତୁ ଟି ସୁପ ,ପକୋଡା ,ଛଡା ଅନ୍ୟାନ୍ୟ ଚାଇନିସ ଓ ଭାରତୀୟ ରୋଷେଇରେ ଖୁବ ଲୋକପ୍ରିୟତା ଲାଭ କରିଛି । ଓଡିଶାରେ ଏବେ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଏହି ଛତୁ ଚାଷ କରାଯାଉଛି ।

ଉନ୍ନତ ପ୍ରଣାଳୀରେ କପା ଚାଷ, କମ ଖର୍ଚ୍ଚରେ ଅଧିକ ଲାଭ

ଶଙ୍କର ପ୍ରଜାତିର ଆଳୁ : ଖର୍ଚ୍ଚ କମ୍ ଲାଭ ଅଧିକ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments