1. କୃଷି ବିଶ୍ବକୋଷ

ରୋଜଗାର ଯୋଗାଉଛି ମାଣ୍ଡିଆ, ବଢୁଛି ଆୟ

ଲୋକମାନେ ମାଣ୍ଡିଆରେ ପିଠା, ଅଟକାଳି, ଜାଉ ଇତ୍ୟାଦି କରି ଖାଇଥାଆନ୍ତି l ବର୍ତ୍ତମାନ ସହରର ଲୋକେ ଏହାର ଉପକାରୀତା ବିଷୟରେ ଅବଗତ ହେଲେଣି ଏବଂ ନିଜର ଖାଦ୍ୟରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିଲେଣି |

Rajashree
Rajashree
know about all benefits of ragi farming

know about all benefits of ragi farming

ଧୀରେ ଧୀରେ ଲୋକମାନଙ୍କର ମାଣ୍ଡିଆ(ragi )ପ୍ରତି ଚାହିଦା ବଢୁଥିବା ଦେଖିବାକୁ ମିଳୁଛି | ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ବିପଣନ ଏବଂ ଚାଷ ବୃଦ୍ଧି ନିମନ୍ତେ ସୁବ୍ୟବସ୍ଥା କରିଛନ୍ତି l ଓଡିଶାର ଅନେକ ସ୍ଥାନରେ ଏହି ଫସଲ ଚାଷ(ragi farming)କରାଯାଇଥାଏ | ଏହି ଫସଲ ପାଇଁ ବେଶି ପାଣି ଲୋଡା ହୁଏ ନାହିଁ ଓ ଏହା ଢିପ ଜମିରେ ଓ ପର୍ବତର ଢାଲୁ ଦେଶରେ ଭଲ ଉତ୍ପାଦିତ ହାଇଥାଏ |

ଅଧିକ ବର୍ଷା ଏହି ଫସଲ ପାଇଁ କ୍ଷତିକାରକ | ଲୋକମାନେ ମାଣ୍ଡିଆରେ ପିଠା, ଅଟକାଳି, ଜାଉ ଇତ୍ୟାଦି କରି ଖାଇଥାଆନ୍ତି l ବର୍ତ୍ତମାନ ସହରର ଲୋକେ ଏହାର ଉପକାରୀତା ବିଷୟରେ ଅବଗତ ହେଲେଣି ଏବଂ ନିଜର ଖାଦ୍ୟରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିଲେଣି l ଆସନ୍ତୁ ଆଜି ମାଣ୍ଡିଆ ଚାଷ ବିଷୟରେ କିଛି ଅଧିକ ତଥ୍ୟ |

ମାଣ୍ଡିଆ ଫସଲ ଚାଷ(ragi farming) କରିବା ପାଇଁ ପ୍ରଥମତଃ ଜମି ପ୍ରସ୍ତୁତି କରିବା ଆବଶ୍ୟକ । ତଳି ପ୍ରସ୍ତୁତି କରିବା ପାଇଁ ୫୦୦ ବର୍ଗ ମିଟରର ଏକ ସ୍ଥାନ ଚୟନ କରାଯାଇଥାଏ | ସ୍ଥାନକୁ ଏମିତି ଜାଗାରେ ଚୟନ କରିବା ଆବଶ୍ୟକ ଯେଉଁଠାରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହୋଇପାରୁଥିବ | ଏହା ପରେ ୩୭.୫ କିଗ୍ରା ସୁପର ଫସଫେଟକୁ ୫୦୦କିଗ୍ରା କମ୍ପୋଷ୍ଟ ସହ ମିଶାଇ ଏହି ତଳିରେ(ragi cultivation) ବୁଣାଯାଇଥାଏ | ବିହନ ବୁଣିବା ପୂର୍ବରୁ ପ୍ରଥମେ ବିହନ ବିଶୋଧନ କରାଯିବା ନିତ୍ୟାନ୍ତ ଆବଶ୍ୟକ | ତେବେ ବିହନ ବିଶୋଧନ କରିବା ନିମନ୍ତେ ଏକ କିଗ୍ରା ବିହନକୁ କାର୍ବେଣ୍ଡାଜିମ ଦ୍ରବଣ (ଏକ ଲିଟରରେ ୨ଗ୍ରାମ ଲେଖାଏଁ) ରେ ବୁଡ଼ାଇ ବିଶୋଧନ କରାଯାଏ |

ଏହା ପରେ ଏହାକୁ ପାଣିରେ ୧୦ଘଣ୍ଟା ବୁଡେ଼ଇ ରଖାଯାଏ | ପରେ ପାଣି ନିଗିଡ଼ିଲା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ଏହା ଯୋଗୁଁ ଚାରାକୁ ୨୦ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରେ । ଏତଦ୍ବ୍ୟତୀତ ଜୈବିକ ଉପାୟରେ ଆଜୋସ୍ପିରିଲମକୁ ହେକ୍ଟର ପିଛା ୬୦୦ଗ୍ରାମ ଦ୍ୱାରା ବିଶୋଧନ କରାଯାଇପାରେ |

ତଳି ପକାଇଥିବା ସ୍ଥାନରେ ଅଳ୍ପ ଗଭୀରରେ ଗାତ କରାଯାଇଥାଏ | ୫କିଗ୍ରା ବିହନକୁ ତଳିରେ ବୁଣାଯାଇଥାଏ। ବୁଣା ସରିବା ପରେ ଏହାକୁ କିଛି ମାଟି ଦ୍ୱାରା ଘୋଡ଼ାଇ ଦିଆଯାଇଥାଏ | ଏହା ଉପରେ ୫୦୦ କିଗ୍ରା କମ୍ପୋଷ୍ଟକୁ (ragi cultivation )ମଧ୍ୟ ବ୍ୟବହାର କରାଯାଇଥାଏ | ୧୭ ରୁ ୨୦ ଦିନ ପରେ ଏହା ରୋଇବା ଲାଗି ଉପଯୁକ୍ତ ହୋଇଯାଇଥାଏ | ଜମିକୁ ଭଲ ଭାବରେ ହଳ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ |

ଏହା ଦ୍ୱାରା ମାଟି ହାଲୁକା (farming soil)ହେବା ସହ ମୃତ୍ତିକାର ଜଳଧାରଣ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ | ଏହା ପରେ ହେକ୍ଟର ପିଛା ୧୨.୫ ଟନ କମ୍ପୋଷ୍ଟକୁ ଜମିରେ ମିଶାଯାଇ ପୁଣି ହଳ କରାଯାଇଥାଏ | ଯେମିତିକି କମ୍ପୋଷ୍ଟ ମାଟିରେ ଭଲ ଭାବରେ ମିଶିପାରିବ | ଏହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ |

ଆମ ରାଜ୍ୟର କଳାହାଣ୍ଡି , କନ୍ଧମାଳ, ନୂଆପଡା , ସୋନପୁର , ରାୟଗଡା ଆଦି ଜିଲ୍ଲା ମାନଙ୍କରେ ମାଣ୍ଡିଆ ଚାଷ ଭଲ ହୋଇଥାଏ |

ମାଣ୍ଡିଆ ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ, ଆରମ୍ଭ ହେଲା ସଚେତନତା ପ୍ରଚାର ପ୍ରସାର ରଥ

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments