1. କୃଷି ବିଶ୍ବକୋଷ

ପିଜୁଳି ଚାଷ ପାଇଁ କ୍ଷତିକାରକ ଝାଉଁଳା ରୋଗ

Rajashree
Rajashree
Know how to do guava farming

Know how to do guava farming

ଓଡିଶାରେ ବେଶ ପରିଚିତ ପିଜୁଳି | ଓଡିଶାର ଘରେ ଘରେ ପିଜୁଳି ସମସ୍ତଙ୍କର ପ୍ରିୟ ହୋଇଥାଏ | ଓଡିଶାର ବିଭିନ୍ନ ଜାଗାରେ ମୁଖ୍ୟତଃ ପିଜୁଳି ଚାଷ (Guava farming) କରାଯାଇଥାଏ | ପିଜୁଳି ଚାଷ (Guava farming) ପାଇଁ ବେଶ ଉପଯୋଗୀ ଓଡିଶା ମାଟି |

ଓଡିଶାର ବିଭିନ୍ନ ପ୍ରାନ୍ତରେ ପିଜୁଳି ଚାଷ (Guava farming) କରାଯାଉଥିଲେ ମଧ୍ୟ ନିଗିଡା ଦୋରସା ମୃତ୍ତିକା ଓ ନଦୀ ପଠା ଅଞ୍ଚଳରେ ଭଲ ଭାବେ ବଢିପାରେ । ମାଟିର ଅମ୍ଳତା ୪.୫ ରୁ ୭.୫ ଭିତରେ ପିଜୁଳି ଚାଷ ଭଲ ହୁଏ |

କିସମ:

ପିଜୁଳି ଚାଷ (Guava farming)ପାଇଁ ବିଭିନ୍ନ ପ୍ରକାର କିସମ ବଜାରରେ ଉପଲବ୍ଧ ହୋଇଥାଏ | ସେଥି ମଧ୍ୟରୁ 2କିସମର ପିଜୁଳି (Guava)ବଜାରରେ ଅଧିକ ବିକ୍ରି ହୋଇଥାଏ | 1-ଯଥା ଧଳାଶସ ଓ 1- ଗୋଲାପି ଶସ | ପିଜୁଳିର ଧଳା ଶସ ଭିତରେ ଲକ୍ଷ୍ମୌ -୪୯, ଆଲାହାବାଦ ସଫେଦା, ଚିତିଦାର, କରେଲା,ଆର୍କା ମିଦୃଳା, ସ୍ମୁଥଗ୍ରୀନ, ବାଙ୍ଗାଲୋରା, ସଫେଦ ଜାମ, ନାଗପୁର ସିଡଲେସ, ସାହାରନ ପୁର ସିଡଲେସ, ଭୁବନଗିରି ଇତ୍ୟାଦି ଗୋଲାପି ଶସ ଭିତରେ ଆଲାହାବାଦ ସୁରଖା, ହାଫସି , ନାଲି ମାଂସଳ,ଇତ୍ୟାଦି |

ଜମି ପ୍ରସ୍ତୁତି ଓ ଚାରା ରୋପଣ:-

ପିଜୁଳି ପାଇଁ ଚାଷ (Guava farming)ଜମି ପ୍ରସ୍ତୁତି ପୂର୍ବରୁ ଚାଷ ଜମିକୁ ୩/୪ ଓଡ ହଳ କରିବା ନିହାତି ଆବଶ୍ୟକ ହୋଇଥାଏ | ୫ ରୁ ୭ ମିଟର ବ୍ୟବଧାନରେ ୧ମିଟର ଗାତ କରି ପିଜୁଳି ଚାଷ ପାଇଁ ଚାରା ରୋପଣ କରିବା ଆବଶ୍ୟକ ହୋଇଥାଏ | ପ୍ରତି ଗାତରେ ୨ ଟୋକେଇ କମ୍ପୋଷ୍ଟ ସହ ୨କେଜି ଜୈବିକ ସାର ଓ ୧୦୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବା ଆବଶ୍ୟକ ହୋଇଥାଏ | ଜୁନ-ଜୁଲାଇ ମାସ ବା ବର୍ଷାକାଳ ଆରମ୍ଭରେ ପିଜୁଳି ଚାଷ ପାଇଁ ଚାରା ରୋପଣ କରାଯାଇଥାଏ |

ଖତ ଓ ସାର

ପିଜୁଳି ଗଛରେ (Guava Tree)ଫୁଲ ଆସିବା ପୂର୍ବରୁ ଖତ ଓ ସାର ପ୍ରୟୋଗ କରାଯାଏ | ଗୋଟିଏ ପୂର୍ଣ୍ଣାଙ୍ଗ ବୟସ୍କ ଗଛ ପ୍ରତି ୫୦ କେଜି ଖତ, ୨ କେଜି ସୋନା ସାର, ୨କେଜି ସୁପର ସାର ଓ ୧କେଜି ମ୍ୟୁରେଟ ଅଫ ସାର ପ୍ରୟୋଗ କରାଯାଏ | ଜଳ ନିଷ୍କାସିତ ହୋଇପାରୁ ନଥିବା ସ୍ଥଳରେ ବେଳେ ବେଳେ ଗଛରେ ଜିଙ୍କ ଧାତୁର ଅଭାବ ଦେଖାଯାଏ | ଏଥିପାଇଁ ୫୦୦ ଗ୍ରାମ ଜିଙ୍କ ସଲଫେଟ ଓ ୩୫୦ ଗ୍ରାମ କଲିଚୁନ ୮୦ ଲିଟର ପାଣିରେ ଦ୍ରବଣ କରି ସିଞ୍ଚନ କରିବା ଉଚିତ |

ରୋଗ,ପୋକ ଓ ଦମନ :

1 - ଝାଉଁଳା ରୋଗ:-

ପିଜୁଳି ଚାଷ(Guava farming)ପାଇଁ ଝାଉଁଳା ରୋଗ ମାରାତ୍ମକ ସଦୃଶ୍ୟ । ଏହି ରୋଗରେ ପତ୍ର ଆଗଆଡୁ ହଳଦିଆ ପଡିଯାଏ, ପତ୍ର ମୋଚି ହୋଇଯାଏ ଓ ଶୁଖିଯାଏ, ଆକ୍ରାନ୍ତ ଡାଳ ଝାଉଁଳି ମରିଯାଏ । ଗଛର ଛେଲି ଅତ୍ୟଧିକ ଭାବରେ ଫାଟିଯାଏ ଓ ଗଛ ମରିଯାଏ । ସାଧାରଣତଃ ଫଳକଷି ଓ ଫଳ ଆସିବା ସମୟରେ ଏ ରୋଗ ହୋଇଥାଏ ।

ପ୍ରତିକାର:-

ଏହି ରୋଗ(Guava desease) ଜଳ ନିଷ୍କାସିତ ହେଉ ନଥିବା ଓ ବାଲିଆ ମାଟିରେ ଅଧିକ ଦେଖାଯାଇଥାଏ | ଏହି ରୋଗ (Guava desease) ପ୍ରତିକାର ପାଇଁ ମରି ଯାଉଥିବା ଡାଳଗୁଡିକୁ ବାହାର କରି ନଷ୍ଟ କରି ଦିଅନ୍ତୁ । ଅତ୍ୟଧିକ ଆକ୍ରାନ୍ତ ଗଛକୁ ଉପାଡି ପୋତିଦେବା ଉଚିତ | ମାଟିରେ ଚୂନ ଓ ଜିପସମ ଗଛ ପ୍ରତି ୨ କେଜି ହିସାବରେ ପ୍ରୟୋଗ କରିବା ଦ୍ଵାରା ଝାଉଁଳା ରୋଗ ଅନ୍ୟ ଗଛକୁ ବ୍ୟାପୀ ନ ଥାଏ | ଗଛମୂଳରେ ବାଭିଷ୍ଟିନ ଏକ ଲିଟର ପାଣିରେ ଏକ ଗ୍ରାମ ହିସାବରେ ୧୦ ଲିଟର ଦ୍ରବଣ ଦିଅନ୍ତୁ |

Eucalyptus Farming: ଚାଷକୁ ଦେବ ନୂଆ ପରିଚୟ

ଗଜା ହେଇଯାଉଛି କି ଆଳୁ ପିଆଜ ?ଏହି ଉପାୟରେ କରନ୍ତୁ ସଂରକ୍ଷଣ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments

#Top on Krishi Jagran