
Nabard will support organic farming
ଭାରତର ଅର୍ଥନୀତି ମୁଖ୍ୟତ କୃଷି ଉପରେ ଆଧାରିତ | ଗ୍ରାମାଞ୍ଚଳର ଅଧିକାଂଶ ପରିବାର ପାଇଁ, କୃଷି ସେମାନଙ୍କର ମୁଖ୍ୟ ରୋଜଗାରର ଉତ୍ସ | ଭାରତର ରପ୍ତାନୀର ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣ ହେଉଛି କୃଷିଜାତ ଦ୍ରବ୍ୟ, ଯାହା ଏହାର ଅର୍ଥନୀତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ | ଭାରତରେ କୃଷିର ଗୁରୁତ୍ୱ ଥିବା ସତ୍ୱେ ବୈଷୟିକ ବିକାଶ କ୍ଷେତ୍ରରେ ଶିଳ୍ପଗୁଡ଼ିକ ଅନ୍ୟ ଦେଶଠାରୁ ପଛରେ |
ଏହି ପରିସ୍ଥିତିର ମୁଖ୍ୟ କାରଣ ହେଉଛି ଅନୁକୂଳ ପାଗ ଏବଂ ଅପରିପକ୍ୱ କୀଟ ସମସ୍ୟା ହେତୁ ଫସଲ ନଷ୍ଟ ହୋଇଥାଏ | ତଥାପି, ଭାରତୀୟ କୃଷକମାନେ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି ଏବଂ ଚାଷର ଅନ୍ୟାନ୍ୟ ଦିଗ ପାଇଁ ପାରମ୍ପାରିକ କୌଶଳ ପ୍ରୟୋଗ କରନ୍ତି | ତେଣୁ, କୃଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ କୃଷି ଉତ୍ପାଦନର ଗୁଣ ଏବଂ ପରିମାଣ ବେଳେବେଳେ ପ୍ରଭାବିତ ହୁଏ | ଆଉ ଯେଉଁଥିପାଇଁ ସରକାର ତଥା ବେସରକାରୀ ସଂସ୍ଥା ମାନେ ସବୁବେଳେ ଚେଷ୍ଟିତ l ଆଉ ଏହି ଚେଷ୍ଟା ରେ ସବୁବେଳେ ନିଜକୁ ସାମିଲ କରିଛି ନାବାର୍ଡ l
କୃଷି ବିଭାଗ ପକ୍ଷରୁ କାର୍ଯ୍ୟରତ କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟ କୃଷି କ୍ଷେତ୍ରରେ ଉନ୍ନତି ଆସିବା ସହିତ ଚାଷୀଭାଇ ମାନଙ୍କ ଆର୍ଥିକସ୍ତର ସୁଦୃଢ଼ ହେଉଛି । ଚାଷ କାର୍ଯ୍ୟରେ ନୂତନ ପଦ୍ଧତି ଅବଲମ୍ବନ ମଧ୍ୟ କରାଯାଉଛି । ସମସ୍ତ କୃଷକ ଏବଂ କୃଷକ ସମ୍ପର୍କିତ କାର୍ଯ୍ୟକୁ ଗୋଟିଏ ଛତା ତଳେ କୃଷକ ଓଡ଼ିଶା ଦ୍ବାରା ଏକାଠି ରଖାଯାଇ ପାରିଛି । ସେ ଜାତୀୟ ହେଉ କି ଆନ୍ତର୍ଜାତୀୟ ପ୍ରତ୍ୟେକ ସ୍ତରରେ ଓଡ଼ିଶା ଅଗ୍ରଗତିର ଉଲ୍ଲେଖନୀୟ ସଫଳତାକୁ ଏକ ମାର୍ଗଦର୍ଶିକା ରୂପେ ପ୍ରମାଣ କରି ଦେଖାଇଛନ୍ତି ରାଜ୍ୟ ସରକାର । ଚାଷରେ ସାହାଯ୍ୟ କରିବା ସହିତ ନାବାର୍ଡ ( NABARD ) SHG ମହିଳାମାନଙ୍କ ମଧ୍ୟରେ ଭିତ୍ତିଭୂମି ବିକାଶ, ଆଦିବାସୀ ବିକାଶ, ଜଳାଶୟ ବିକାଶ ଓ ମାଇକ୍ରୋ ଉଦ୍ୟୋଗୀ ବିକାଶ ପାଇଁ ସେମାନଙ୍କର ସମର୍ଥନ ବୃଦ୍ଧି ପାଇଁ ମଧ୍ୟ କାର୍ଯ୍ୟ କରୁଛି ।
ଚାଷ କ୍ଷେତ୍ର ରେ ଏବେ ଅନେକ ପ୍ରକାର ଚାଷ ପ୍ରଣାଳୀ ଆପଣ ଯାଉଛି l ଯେଉଁଥିରେ ଚାଷୀ ଅଳ୍ପ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ପାଉଛନ୍ତି l ପ୍ରାକୃତିକ କୃଷି ପାଇଁ ଏବେ ନାବାର୍ଡ କରିବ ସହାୟତା l ତେବେ ଏହା ଅତ୍ୟନ୍ତ ଉତ୍ସାହଜନକ ପଦକ୍ଷେପ l ତେବେ ଏହା ସଫଳ ହେବା ପରେ ନାବାର୍ଡ ଦେଶର ୧୧ଟି ରାଜ୍ୟରେ ପ୍ରାକୃତିକ କୃଷିକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । ଓଡ଼ିଶା ସମେତ ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପ୍ରାକୃତିକ କୃଷି ପାଇଁ ନାବାର୍ଡ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ନିଷ୍ପତି ନେଇଛି ।
ଉପରୋକ୍ତ ରାଜ୍ୟମାନଙ୍କର ଦୁଇଟି ଲେଖାଏଁ ଜିଲ୍ଲାରେ ପ୍ରାକୃତିକ କୃଷି ଆରମ୍ଭ କରାଯିବ ଯେଉଁଠି ପାଇଁ ନାବାର୍ଡ ଅର୍ଥ ପ୍ରଦାନ କରିବ । ଏମାନଙ୍କ ନାଁ’ ଖୁବ୍ ଶୀଘ୍ର ଘୋଷଣା କରାଯିବା ନେଇ ସୂଚନା ରହିଛି । ନାବାର୍ଡ ଦ୍ବାରା ଗତ ବର୍ଷ ଛତିଶଗଡ଼ର କୋର୍ବା ଓ କାଙ୍କେରରେ ପ୍ରାକୃତିକ କୃଷି ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା । ତେବେ ଏହା ଅତ୍ୟନ୍ତ ଉତ୍ସାହଜନକ ଓ ସଫଳ ହେବା ପରେ ନାବାର୍ଡ ଦେଶର ୧୧ଟି ରାଜ୍ୟରେ ପ୍ରାକୃତିକ କୃଷିକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ଦ୍ୱାରା ୧୧ଟି ରାଜ୍ୟରେ ମୋଟ ୨୫ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ପ୍ରତି ପ୍ରକଳ୍ପ ଅଧୀନରେ ୨୦୦ ହେକ୍ଟର ଜମିରେ ପ୍ରାକୃତିକ କୃଷି କରାଯିବ ଯାହା ଚାଷୀଙ୍କୁ ଲାଭ ଦେବ। ପ୍ରାକୃତିକ କୃଷି ଦ୍ବାରା କିଭଳି ଉତ୍ପାଦନ ବୃଦ୍ଧି ହେବ ସେ ସମ୍ପର୍କରେ ଚାଷୀମାନଙ୍କୁ ନାବାର୍ଡ ପ୍ରଶିକ୍ଷଣ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିବ ।
ମିଲେଟ ଚାଷୀମାନଙ୍କ ପାଇଁ ଖୁସିଖବର କେନ୍ଦ୍ର ସରକାର ଯୋଗାଇବେ ପ୍ରୋତ୍ସାହନ
Share your comments