1. କୃଷି ବିଶ୍ବକୋଷ

ସବୁ ମାଟି ପାଇଁ ଚାଷ ଉପଯୋଗୀ ପଣସ

ଭାରତୀୟ ପଣସର ଚାହିଦା ବହୁତ ଅଧିକ | ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ | କଞ୍ଚା ହେଉ ଅବା ପାଚିଲା ପଣସ ସମସ୍ତଙ୍କର ପ୍ରିୟ ହୋଇଥାଏ |

Rajashree
Rajashree
odisha jackfruit farming

odisha jackfruit farming

ଗଛରେ ଫଳୁଥିବା ଫଳ ଭିତରେ ପଣସକୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ | ଭାରତୀୟ ପଣସର ଚାହିଦା ବହୁତ ଅଧିକ | ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ | କଞ୍ଚା ହେଉ ଅବା ପାଚିଲା ପଣସ ସମସ୍ତଙ୍କର ପ୍ରିୟ ହୋଇଥାଏ |ପଣସ ଚାଷ ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ |

ପଣସ ଚାଷ ପାଇଁ ଉପଯୁକ୍ତ ଜଳବାୟୁ

ପଣସ ଚାଷ (Jackruit farming) ପାଇଁ ଗରମ ଜଳବାୟୁ ବହୁତ ଭଲ ହାଇଥାଏ | ଯେଉଁଠି ବେଶୀ ବର୍ଷା ହେଉ ନଥାଏ ଓ ଜଳବାୟୁ ଗରମ ହୋଇଥାଏ ସେମିତି ଜଳବାୟୁରେ ପଣସ ଚାଷ ଭଲ ହୋଇଥାଏ | ସାଧାରଣତଃ ପାହାଡିଆ ଜାଗାରେ ଏହା ବହୁତ ଭଲ ହୋଇଥାଏ |

ପଣସ ଚାଷ ପାଇଁ ଉପଯୁକ୍ତ ମାଟି

ପଣସ ଚାଷ (Jackruit farming) ସବୁ ପ୍ରକାର ମାଟିରେ କରାଯାଇ ପାରିବ, କିନ୍ତୁ ଦୋରସା ମାଟିରେ ଏହି ଚାଷ ଉନ୍ନତ ଧରଣର ହୋଇଥାଏ | କାରଣ ଏହାର ଚେର ମାଟିରେ ବହୁତ ଗଭୀରକୁ ଯାଇଥାଏ | ପଣସ ଚାଷ ପାଇଁ ଭୂମିର ପିଏଚ-୭୭.୫ ମଧ୍ୟରେ ହବା ଦରକାର |

ପଣସର ପ୍ରକାର

ପଣସ ୨ ପ୍ରକାରର ହୋଇଥାଏ | ଗୋଟିଏ ବହୁତ ଟାଣ ଓ ଆଉ ଗୋଟିଏ ନରମ ପ୍ରଜାତିର ହୋଇଥାଏ | ନରମ ପ୍ରଜାତିର ପଣସର (Jackruit) ଆକାର ଛୋଟ ଓ ଏହାର ମଞ୍ଜି ବଡ ହୋଇଥାଏ | ଟାଣ ପଣସର ଆକାର ବଡ଼ ଓ ମଞ୍ଜି ଛୋଟ ଓ କମ ହୋଇଥାଏ |

ପଣସ ଚାଷ ପାଇଁ ଉପଯୁକ୍ତ ଖତ

ଏହି ଚାଷରେ (Jackruit farming)ଗୋବର ଖତ, ପୋଟାସ,ନାଇଟ୍ରୋଜେନ-୩୦୦ ପ୍ରତି ବର୍ଷ ଜୁଲାଇ ମାସ ପରେ ପରେ ଦେଇଦେବା ଦରକାର | ଏହାକୁ ଥଣ୍ଡା ଦିନରେ ୧୫ ଦିନ ବ୍ୟବଧାନରେ ଓ ଗରମ ସମୟରେ ୭ରୁ ୧୦ ଦିନ ବ୍ୟବଧାନରେ ଦେବା ଉଚିତ |

ବର୍ତ୍ତମାନ ପଣସକୁ ଭିତିକରି ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି | ଏହାକୁ ଦୃଷ୍ଟିରେ ରଖି ପଣସ ଚାଷକୁ (Jackruit farming)ଆଗକୁ ବଢାଇବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରିଛନ୍ତି l ପଣସ ଚାଷ କରି ଚାଷୀମାନେ କିପରି ଭାବରେ ଲାଭବାନ ହୋଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି |

ବ୍ୟବସାୟିକ ଭିତିରେ ପଣସ ଚାଷ, ଆପଣ ଜାଣନ୍ତୁ !!

ପଣସ ଚାଷ ବିଷୟରେ ଆପଣ ଜାଣନ୍ତି କି...

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ