1. କୃଷି ବିଶ୍ବକୋଷ

ମହିଳା ମାନଙ୍କର ଶ୍ରମ ଲାଘବ ପାଇଁ ମାଠିଆ ଜଳସେଚନର ବ୍ୟବହାର

ପାରମ୍ପରିକ ପଦ୍ଧତିରେ ଜଳସେଚନରେ ମହିଳା ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ତଥା ଅତ୍ୟନ୍ତ ଶ୍ରମଦାୟକ ଅଟେ |

Sudesna Nayak
Sudesna Nayak
Pitcher Irrigation Technology for Crop Cultivation

Pitcher Irrigation Technology for Crop Cultivation

ପାରମ୍ପରିକ ପଦ୍ଧତିରେ ଜଳସେଚନରେ ମହିଳା ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ତଥା ଅତ୍ୟନ୍ତ ଶ୍ରମଦାୟକ ଅଟେ | ଗ୍ରାମୀଣ ମହିଳାମାନେ ସାଧାରଣତଃ ମାଠିଆରେ ପାଣି ନେଇ ଗଛ ମୂଳରେ ଦେଇଥାନ୍ତି, ତାହା ପୁଣି ଦୈନଦିନ ଭାବରେ | ସେମାଙ୍କର ଶ୍ରମ ଲାଘବ ତଥା ସମୟର ସଦୁପୟୋଗ କରିବା ପାଇଁ ମାଠିଆ ଜଳସେଚନ ଏକ ଅନ୍ୟତମ ବିକଳ୍ପ ଅଟେ | ମାଠିଆ ଜଳସେଚନ ପଦ୍ଧତି ଏକ ପୁରାତନ କିନ୍ତୁ ବହୁ ପ୍ରଚଳିତ କ୍ଷୁଦ୍ର ଜଳସେଚନ ପଦ୍ଧତି ଯାହା ଭାରତର ବହୁତ ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ କରାଯାଏ |

ପାରମ୍ପରିକ ଜଳସେଚନ ପଦ୍ଧତି ମାନଙ୍କ ମଧ୍ୟରୁ ମାଠିଆ ଜଳସେଚନ ପଦ୍ଧତି କ୍ଷୁଦ୍ର ଚାଷୀ ମାନଙ୍କ ଦ୍ୱାରା ବହୁ ମାତ୍ରାରେ ବ୍ୟବହୃତ ହୋଇଥାଏ | ଜଳ ସଙ୍କଟ ର ସୁପରିଚାଳନା ଓ ଅଣ ଜଳସେଚିତ ଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କରିବା ରେ ମାଠିଆ ଜଳସେଚନ ର ଭୂମିକା ଗୁରୁତ୍ୱପୂର୍ଣ ଅଟେ | ଏହା ବୁନ୍ଦା ଜଳସେଚନର ଦକ୍ଷତା ସହ ସମାନ କିନ୍ତୁ ଏହାକୁ ଜମି ରେ ସ୍ଥାପନ କରିବାରେ ବହୁତ କମ ଖର୍ଚ୍ଚ ହୋଇଥାଏ | ଏଥିରେ ସାଧାରଣତଃ ଛୋଟ ମାଠିଆ ବ୍ୟବହାର ହୋଇଥାଏ, କାରଣ ବଡ ମାଠିଆରେ ଅଧିକ ଖର୍ଚ୍ଚ ହୋଇଥାଏ | ଏହା ମାଟି ତଳ ଚେର ମାନଙ୍କର ବିକାଶ ପାଇଁ ବହୁତ ଭଲ ଜଳସେଚନ ପ୍ରଣାଳୀ ଅଟେ |

ମାଠିଆ ଜଳସେଚନ ପାଇଁ ଏକ ମାଠିଆକୁ ଗଛର ଚେର ମୂଳରେ ଏହାର ବେକ ଯାଏ ପୋତାଯାଏ | ଏହି ମାଠିଆରେ ପାଣି ଭର୍ତ୍ତି କରି ଏହାର ମୁହଁକୁ ଘୋଡେଇ ଦିଆଯାଏ | ମାଠିଆର ଛିଦ୍ର ଦେଇ ପାଣି ଗଛର ଚେରରେ ପହଁଞ୍ଚି ଥାଏ | ମାଠିଆ କୁ ଆବଶ୍ୟକତା ଅନୁସାରେ ପାଣି ଭରାଯାଏ | ଏହା ଗଛର ମୂଳ ମାଟିକୁ ସବୁବେଳେ ଓଦା ରଖିଥାଏ |

ମାଠିଆ ଜଳସେଚନର ବ୍ୟବହାରର କାରଣ :

ମାଠିଆ ଜଳସେଚନର ବ୍ୟବହାର ଅଳ୍ପ ଜମି ରେ କରାଯାଏ, ଯେଉଁଠି ପାଣି ଅତ୍ୟନ୍ତ ଦୁର୍ଲଭ କିମ୍ବା ବ୍ୟୟ ସାପେକ୍ଷ ଅଟେ |
ଯେଉଁ ଜମି ଗୁଡିକ ଅସମାନ ଏବଂ ସମତୁଲ କରିବାରେ ଅଧିକ ପଇସା ଖର୍ଚ୍ଚ ହୋଇଥାଏ |
ଖାରା ଜଳସେଚିତ ପାଣି, ଯାହା ଗଛ ମୂଳରେ ସିଧା ସଳଖ ଦିଆ ଯାଇ ହେବ ନାହିଁ |
ଜଳସେଚନ ପାଣି କମ ନଷ୍ଟ ହୋଇଥାଏ |
ମାଠିଆ ଜଳସେଚନରେ ପାଣି ସିଧା ଗଛ ମୂଳକୁ ଯିବା ଯୋଗୁଁ ଏହା ଅନ୍ୟ ପ୍ରଣାଳୀ ଠାରୁ ଅଧିକ ଉପଯୋଗୀ ହୋଇଥାଏ |
ଏହି ଜଳସେଚନରେ ମୃତିକା କ୍ଷୟ ହୋଇନଥାଏ ଏବଂ ଯେତିକି ପାଣି ମାଠିଆରେ ଧରେ ସେତିକି ବ୍ୟବହାର ହୁଏ |
ଏହା ଫଳ ଓ ପନିପରିବା ଚାଷ ରେ ବହୁଳ ବ୍ୟବହାର ହୋଇଥାଏ |

ମାଠିଆ ଜଳସେଚନ ପଦ୍ଧତିର ଜ୍ଞାନ କୌଶଳ:

ଜଳସେଚନର ବିଭିନ୍ନ ପଦ୍ଧତ୍ତି ମାନଙ୍କ ମଧ୍ୟରୁ ମାଠିଆ ଜଳସେଚନ ଏକ ସଫଳ ପଦ୍ଧତ୍ତି ଅଟେ | ଅନ୍ୟାନ୍ୟ ଜଳସେଚନ ପଦ୍ଧତ୍ତି ତୁଳନାରେ ଏଥିରେ କମ ଖର୍ଚ୍ଚ ହୋଇଥାଏ, ଏଥିପାଇଁ ଏହା ଗ୍ରାମୀଣ ଅଞ୍ଚଳରେ ଅଧିକ ବ୍ୟବହୃତ ହୋଇଥାଏ | ସହଜରେ ଲଗାଯାଇପାରୁଥିବାରୁ ଏହା କୃଷକ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବହୁଳ ଆଦୃତ ହୋଇଥାଏ | ବୃକ୍ଷ ରୋପଣ ପରେ ପ୍ରାରମ୍ଭିକ ଅବସ୍ଥା ରେ ଗଛର ରକ୍ଷଣା ବେକ୍ଷଣ ସହିତ ଜଳସେଚନ କରାଯାଇଥାଏ |

ଏହି ଜଳସେଚନ ମାଠିଆ ବ୍ୟବହାର କରାଯାଉଥିବାରୁ ଏହାକୁ ମାଠିଆ ଜଳସେଚନ କୁହାଯାଇଥାଏ | ଏହି ପଦ୍ଧତିରେ ଗଛର ଚାରା ଓ ମାଟି ର ଯତ୍ନ ଯେମିତିକି ଗଛ ମୂଳରେ ମାଟି ଦେବା, ଘାସ ବାଛିବା ଇତ୍ୟାଦି ନିୟମିତ ଭାବରେ କରିବା ଦରକାର | ବର୍ଷା ସାରିବା ପରେ ମାଠିଆ କୁ ଗଛର ଚେର ଠାରୁ ୩୦ ସେ. ମି. ଦୂରରେ ପୋତିବା ଦରକାର | ମାଟିଆ ର ତଳେ ଏକ ଛୋଟ ରନ୍ଦ୍ର କରିବା ଦରକାର | ଜଳସେଚନ ର ପ୍ରବାହ ନିୟନ୍ତ୍ରଣ କରିବା ପାଇଁ ଏହି ରନ୍ଦ୍ରରେ ତୁଳା କିମ୍ବା କପଡା ଦିଆଯାଇଥାଏ | ଏହା ଦ୍ୱାରା ଜଳ ପ୍ରବାହ ବୁନ୍ଦା ବୁନ୍ଦା ହୋଇ ମାଟି କୁ ଯାଇଥାଏ ଏବଂ ଗଛ ତାର ଆବଶ୍ୟକତା ଅନୁସାରେ ପାଣି ର ଉପଯୋଗ କରିଥାଏ |

ମାଠିଆ ଜଳସେଚନର ଲାଭଦାୟକତା :

ଭାରତରେ ଏବେବି ବହୁତ ଶୁଷ୍କ ଅଞ୍ଚଳରେ ମାଟିଆ ଜଳସେଚନର ସୀମିତ ବ୍ୟବହାର କରାଯାଉଛି | ଯାହାର ବହୁଳ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି କରା ଯାଇପାରିବ |
ଏହି ପଦ୍ଧତି ବହୁତ ପନିପରିବା, ଫଳ ସହିତ ବାର୍ଷିକ ଓ ବାରମାସୀ ଫସଲରେ ବ୍ୟବହାର ପାଇଁ ଉପଯୋଗୀ ଅଟେ |
ଏହା ଉଚ୍ଚ ଲବଣତା, ଅତ୍ୟଧିକ ଅମ୍ଳତା, ସୀମିତ ଜଳର ଉପଲବ୍ଧି ଓ ସୀମିତ ଅର୍ଥ ପରି କଠିନ ପରିସ୍ଥିତିରେ ବିଶେଷ ଉପଯୋଗୀ ଅଟେ |
ଜଳସେଚନ ପ୍ରଣାଳୀର ଜଳ ଉପଯୋଗ ଦକ୍ଷତା, ମାଟି ଓ ଫସଲର ବିଭିନ୍ନତା, ଜଳବାୟୁ ଉପରେ ନିର୍ଭର କରିଥାଏ | ଅନୁସନ୍ଧାନରୁ ଜଣାପଡିଛି, ଏହିସବୁ ପରିସ୍ଥିତି ପାଇଁ ମାଠିଆ ଜଳସେଚନ ଅନୁକୂଳ ଅଟେ |
ମାଠିଆ ଜଳସେଚନରେ ପାରମ୍ପରିକ ଜଳସେଚନ ରେ ବ୍ୟବହୃତ ପାଣିର ମାତ୍ର ୧୦ % ବ୍ୟବହୃତ ହୋଇଥାଏ |
ନିୟନ୍ତ୍ରିତ ଜଳସେଚନରେ ଜଳ ଜମି ରହିବା ଓ ଶୀଘ୍ର ଜଳ ଶୁଖିଯିବା ଆଦି ସମସ୍ୟା ଦୂରୀକରଣ ହୋଇଥାଏ | ମାଠିଆ ଜଳସେଚନ ରେ ଗଛ ଶୀଘ୍ର ବୃଦ୍ଧି ହୋଇଥାଏ |
ଢାଲୁ ଜମି, ଯେଉଁଠି ପାଣି ଶୀଘ୍ର ବୋହିଯାଏ ସେଠି ମାଠିଆ ଜଳସେଚନ ଉପଯୋଗୀ ହୋଇଥାଏ | ସେଠାରେ ପାରମ୍ପାରିକ ଜଳସେଚନ ପ୍ରଣାଳୀ ପ୍ରଭାବଶାଳୀ ହୋଇ ନ ଥାଏ |
ଏହି ପଦ୍ଧତ୍ତିରେ ପାଣିର ସଂରକ୍ଷଣ କରାଯାଇଥାଏ ଓ ଗଛର ଚେର ମୂଳର ମାଟି ବହୁତ ଦିନ ଯାଏ ନରମ ରହିଥାଏ |
ଏଥିରେ ପରିଶ୍ରମ କାମ ହୋଇଥିବାରୁ କାମ ଖର୍ଚ୍ଚ ମଧ୍ୟ ହୋଇଥାଏ, ଯାହାକି ଗରିବ କୃଷକ ମାନଙ୍କୁ ସହାୟକ ତଥା ଲାଭଦାୟକ ହୋଇଥାଏ |

ମାଠିଆ ଜଳସେଚନ ପ୍ରୟୋଗର ସମ୍ଭାବନା :

ମାଠିଆ ଜଳସେଚନ ପଦ୍ଧତ୍ତି ଜଳସେଚନ ପାଇଁ କୁଶଳ ପାରମ୍ପାରିକ ପଦ୍ଧତି ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ | ଏହା ସଫଳଭାବରେ ୨୦୦୦ ବର୍ଷ ରୁ ଅଧିକ ସମୟ କୃଷକ ମାନଙ୍କ ଦ୍ୱାରା ଆଦୃତ ହୋଇ ଆସୁଛି ଏବଂ ଏହାକୁ ମଧ୍ୟ ଅଧିକ ବ୍ୟାପକ ଭାବରେ ବ୍ୟବହୃତ କରାଯାଇ ପାରିବ |

ଏହା ଉଚ୍ଚ ଲବଣତା, ଅତ୍ୟଧିକ ଅମ୍ଳତା, ସୀମିତ ଜଳର ଉପଲବ୍ଧି ଓ ସୀମିତ ଅର୍ଥ ପରି କଠିନ ପରିସ୍ଥିତିରେ ବିଶେଷ ଉପଯୋଗୀ ଅଟେ | ଏହାକୁ ବୁନ୍ଦା ତଥା ସିଂଚା ଜଳସେଚନ ପରି ଆଧୁନିକ ତଥା ବ୍ୟୟ ବହୁଳ ଜଳସେଚନ ର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ | ଏଥିରେ ବିଭିନ୍ନ ଉତ୍ସ ମାନଙ୍କର ସଂଚୟ କରାଯାଇଥାଏ, ଯାହାକି କୃଷକମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସହାୟତା ହୋଇଥାଏ |

ଯନ୍ତ୍ରଦ୍ୱାରା ବୁଣା ଧାନ ଚାଷ

ଗିନି ଘାସ ଚାଷ ବେଶ ଲାଭଜନକ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments