1. କୃଷି ବିଶ୍ବକୋଷ

Kiwi Farming : ଏହି ଚାଷରେ ମିଳିବ ପ୍ରବଳ ରୋଜଗାର

ଏହା ଏକ ମୂଲ୍ୟବାନ ଫଳ....

Tanushree Mahapatra
Tanushree Mahapatra
profitable farming of kiwi, image source - pixeles

profitable farming of kiwi, image source - pixeles

ଭାରତରେ ଅନେକ ପ୍ରକାର ଫଳ ଚାଷ ହୁଏ l ଅନ୍ୟାନ୍ୟ ପ୍ରକାର ଜଳବାୟୁ ଦେଖାଯାଉଥିବାରୁ ସେହି ଅନୁଯାୟୀ ଫଳ ଚାଷ ହୋଇଥାଏ l ଧୀରେ ଧୀରେ ବିଦେଶରେ ଚାଷ ହେଉଥିବା ଫଳ ମଧ୍ୟ ଆମ ଦେଶ ଭାରତରେ ଚାଷ କରାଯାଉଛି l ଏହା ମଧ୍ୟରେ ରହିଛି କିୱି ଫଳ l ଯାହା ଦେଖିବାକୁ ସୂକ୍ଷ୍ମ କଣ୍ଟା ଯୁକ୍ତ l

ଖୁବ ସୁନ୍ଦର ଦେଖିବାକୁ ଫଳଟି ସ୍ୱାଦରେ ମଧ୍ୟ ବେଶ ସ୍ୱାଦିଷ୍ଟ l ଏହା ଏକ ମୂଲ୍ୟବାନ ଫଳ l ଯାହାକୁ ଚାଷ କରି ଚାଷୀ ଅନେକ ଟଙ୍କା ଲାଭ କମାଉଛନ୍ତି l ଆପଣ ମଧ୍ୟ ଏହି ଚାଷ କରି ରୋଜଗାର କରିପାରିବେ ଅଧିକ ରୁ ଅଧିକ ଟଙ୍କା l

ଭାରତରେ ବଢ଼ୁଥିବା ବିଦେଶୀ ଫଳ ମଧ୍ୟରେ କିୱି ଏକ ଗୁରୁତ୍ୱପୂର୍ଣ୍ଣ ଫଳ l ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ l ଏଥିରେ ରହିଛି ଅନେକ ପ୍ରକାର ପୋଷକ ତତ୍ତ୍ୱ l ଏହା ପାଇଁ ଆବଶ୍ୟକ ଉପଯୁକ୍ତ ପାଣିପାଗ l ଯାହା ଏମ୍ସ ଦେଶର କିଛି କିଛି ରାଜ୍ୟରେ ଦେଖିବାକୁ ମିଳେ l

ଅରୁଣାଚଳ ପ୍ରଦେଶ ଭାରତରେ ସର୍ବାଧିକ କିୱି ଉତ୍ପାଦନ କରେ l ଏହାର ଅର୍ଥ ହେଉଛି କିୱି ଉତ୍ପାଦନ କ୍ଷେତ୍ରରେ ଏହି ରାଜ୍ୟ ଆଗରେ ରହିଛି । ଏଠାରେ ଥିବା କୃଷକମାନେ ପ୍ରତିବର୍ଷ ବମ୍ପର କିୱି ଚାଷ କରନ୍ତି l ଦେଶର ମୋଟ କିୱି ଉତ୍ପାଦନରେ ଅରୁଣାଚଳ ପ୍ରଦେଶର ୪୪.୭୧ ପ୍ରତିଶତ ଅଂଶ ରହିଛି ।

କିୱି ଏକ ଲୋକପ୍ରିୟ ଫଳ ନୁହେଁ, କିନ୍ତୁ ଏହାର ଲାଭ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ l ଅରୁଣାଚଳ ପ୍ରଦେଶ ପରେ ମଣିପୁରରେ କିୱି ବହୁ ପରିମାଣରେ ଉତ୍ପାଦିତ ହୁଏ l ଏଠାରେ କୃଷକମାନେ ୧୮.୧୧  ପ୍ରତିଶତ କିୱି ଉତ୍ପାଦନ କରନ୍ତି l

ଡେଙ୍ଗୁ ଚିକିତ୍ସା ପାଇଁ କିୱି ଫଳ ସଠିକ ଉପକାର ପ୍ରଦାନକାରୀ ଭାବେ ବିବେଚନା କରାଯାଏ l ଏହାର ଫଳରେ ଉପସ୍ଥିତ ଗୁଣ ଯୋଗୁଁ, ଦେଶ ତଥା ବିଶ୍ୱରେ ଏହାର ଚାହିଦା ଅଧିକ l ଉତ୍ପାଦନ ଦୃଷ୍ଟିରୁ ଭାରତର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ସିକ୍କିମ୍ ତୃତୀୟ ସ୍ଥାନରେ ରହିଛି । କିୱିର ୧୩ ପ୍ରତିଶତ ଏଠାରେ ଉତ୍ପାଦିତ ହୁଏ l

ବାଦାମୀ ଚୋପା ସହିତ କିୱି ଭିତରରୁ ନରମ ଏବଂ ସବୁଜ ଦେଖିବାକୁ l ଏହା ଭିତରେ ଛୋଟ କଳା ରଙ୍ଗର ବିହନ ରହିଥାଏ l ଯାହା ଯଥେଷ୍ଟ ଲାଭଦାୟକ ଅଟେ l ଉତ୍ପାଦନ ଦୃଷ୍ଟିରୁ ନାଗାଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି l ପ୍ରତିବର୍ଷ ଏଠାରେ କୃଷକମାନେ ୧୦.୮୩ ପ୍ରତିଶତ କିୱି ଉତ୍ପାଦନ କରନ୍ତି l

କିୱି ଫଳରେ ଭିଟାମିନ୍ ସି, ଭିଟାମିନ୍ ଇ, ଫାଇବର, ପୋଟାସିୟମ୍, ଆଇରନ, ସୋଡିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ l ଉତ୍ପାଦନ ଦୃଷ୍ଟିରୁ ହିମାଚଳ ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି । ପ୍ରତିବର୍ଷ ଏଠାରେ କୃଷକମାନେ ୬.୯୮ ପ୍ରତିଶତ କିୱି ଉତ୍ପାଦନ କରନ୍ତି l

ଜାତୀୟ ଉଦ୍ୟାନ କୃଷି ବୋର୍ଡ ତଥ୍ୟ (୨୦୨୨-୨୩) ଅନୁଯାୟୀ, କିୱି ଉତ୍ପାଦନରେ ମିଜୋରାମ ଷଷ୍ଠ ସ୍ଥାନରେ ରହିଛି l ପ୍ରତିବର୍ଷ ଏଠାରେ କୃଷକମାନେ ୬.୨୦ ପ୍ରତିଶତ କିୱି ଉତ୍ପାଦନ କରନ୍ତି l ଏହି ଚାରୋଟି ରାଜ୍ୟ ମିଳିତ ଭାବେ ୯୮% କିୱି ଉତ୍ପାଦନ କରନ୍ତି l

ଅଧିକ ପଢ଼ନ୍ତୁ

PM Kisan New List 2024: ଚେକ୍‌ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

ONION EXPORT: ପିଆଜ ରପ୍ତାନି ନିମନ୍ତେ କେନ୍ଦ୍ରର ଅନୁମତି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments