ବାସ୍ତବରେ ସରକାରଙ୍କ ଦ୍ୱାରା ବ୍ୟାପକ ପରିମାଣରେ ବିହନ ବ୍ୟାଙ୍କ ଯୋଜନା ଆରମ୍ଭ ହେବ। ଏହି ଯୋଜନା ଅଧୀନରେ ସାରା ଦେଶରେ ଜିଲ୍ଲା ବିହନ ବ୍ୟାଙ୍କ ଗଠନ କରାଯିବ ଏବଂ ଏହା ସହିତ ଚାଷୀଙ୍କୁ ବିହନ ବ୍ୟାଙ୍କ ପାଇଁ ଲାଇସେନ୍ସ ମଧ୍ୟ ଦିଆଯିବ । ଏହି ଉପାୟରେ କୃଷକମାନେ ବିହନ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବେ l ଯଦି ଦଶମ ପାସ୍ ର ଯୁବକମାନେ ମଧ୍ୟ ଏକ ସାର ଦୋକାନ ପାଇଁ ଲାଇସେନ୍ସ ପାଇବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସହଜରେ ପାଇପାରିବେ |
ତେବେ ଏଥିପାଇଁ ସେମାନଙ୍କୁ କୃଷି ବିଭାଗରେ 15 ଦିନ ( 5000 seeds bank in odisha ) ତାଲିମ ନେବାକୁ ପଡିବ । ଏହା ପରେ ସେମାନଙ୍କୁ କମ୍ପୋଷ୍ଟ ମଞ୍ଜି ବିକ୍ରୟ କରିବାର ପ୍ରମାଣପତ୍ର ପ୍ରଦାନ କରାଯିବ l ମୁଁ ଆପଣଙ୍କୁ କହିବି ଯେ ନିୟମରେ ସଂଶୋଧନ ସହିତ ସରକାର ତାଲିମ ପାଇଁ ଏକ ପୃଥକ ପାଠ୍ୟକ୍ରମ ମଧ୍ୟ ସ୍ଥିର କରିଛନ୍ତି । ଯେଉଁଥିରେ ସାର ବିକ୍ରୟ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ l
ଏହାରି ଭିତରେ ଓଡିଶା ରାଜ୍ୟ ସରକାର ରାଜ୍ୟରେ ୫ ହଜାର ବିହନ ବ୍ୟାଙ୍କ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି l ଯାହା ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର l ଏଥିପାଇଁ ରାଜ୍ୟ ସରକାର ୧୦ ବର୍ଷରେ ଖର୍ଚ୍ଚ କରିବେ ୧୫୦ କୋଟି ଟଙ୍କା । ଏଣିକି ପାରମ୍ପରିକ ପଦ୍ଧତିକୁ ଛାଡ଼ି ଉନ୍ନତ କିସମର ବିହନ ବ୍ୟବହାର କରାଯିବ । ୨୦୩୦ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏବେ ଚାଷୀଙ୍କୁ ଆହୁରି ସୁବିଧା ହବ ଚାଷ ପାଇଁ ବିହନ କିଣିବାରେ l କାରଣ ଏଠାରେ ସହଜରେ ଉପଲବ୍ଧ ହେବ ବିହନ l ଭିନ୍ନ ଭିନ୍ନ ବିହନ ଉପଲବ୍ଧ ହୋଇପାରିଲେ ଚାଷୀଙ୍କୁ ନୂତନ ଚାଷ ପ୍ରଣାଳୀ ମଧ୍ୟ ଆପଣେଇବା ପାଇଁ ସହଜ ହେବ l
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କୃଷି ପଦ୍ଧତି ଓ ବ୍ୟବସ୍ଥାରେ ରାଜ୍ୟ ସରକାର ବଡ଼ଧରଣର ପରିବର୍ତ୍ତନ ଆଣିବେ । ନୂଆ ପଦ୍ଧତିର ପ୍ରୟୋଗ, ସଚେତନତତା ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ୧୦ ବର୍ଷରେ ପାଞ୍ଚ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ । ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ଅନୁଯାୟୀ ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ବାବଦରେ ସଚେତନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଉନ୍ନତ କିସମର ଫସଲ ଚାଷୀମାନେ ଚାଷ କରିବେ । ୨ ଲକ୍ଷ ହେକ୍ଟର ଚାଷ ଜମିରେ ଏଭଳି ଜଳବାୟୁ ସହନଶୀଳ ବିହନ ଚାଷ କରାଯିବ ।
ରାଜ୍ୟରେ କେବେ ମରୁଡ଼ି ତ ଆଉ କେବେ ବନ୍ୟା, ବାତ୍ୟା, ଅନାବୃଷ୍ଟି, ଅଦିନିଆ ବର୍ଷା ପରି ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି । ଯାହା ଦ୍ୱାରା ଚାଷୀ ଙ୍କ ଫସଲ ଉଜୁଡି ଯାଇଥାଏ l ବେଳେ ବେଳେ ନୂତନ କିସମ ବିହନ ଚାଷ କରିଥାନ୍ତି ଯାହାକି ଏ ଭଳି ପରିସ୍ଥିତରେ ତାଙ୍କ ଫସଲ ନଷ୍ଟ ହୁଏ l ଯେଉଁଥିପାଇଁ ନୂତନ ବିହନ ସାଇତି ରଖିବାରେ ବିଫଳ ହୁଅନ୍ତି l ଏହା ଦ୍ୱାରା ଚାଷୀଙ୍କର ଫସଲ ନଷ୍ଟ ହେବା ସହ ସେମାନେ ଅସହ୍ୟ ଯନ୍ତ୍ରଣା ମଧ୍ୟ ଭୋଗ କରୁଛନ୍ତି । ଯାହାକି ସହଜ କରିବ ଏବେ ଏହି ବିହନ ବ୍ୟାଙ୍କ l ସେଥିପାଇଁ ରାଜ୍ୟ ସରକାର ଏ ଦିଗରେ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।
କ'ଣ ଏହି ମୁକ୍ତା ଯୋଜନା ? ଆସନ୍ତୁ ଜାଣିବା ସଂକ୍ଷେପରେ .........
କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....
Share your comments