1. କୃଷି ବିଶ୍ବକୋଷ

ଗାଁରେ ଖୋଲିବ ବିହନ ବ୍ୟାଙ୍କ, ବଦଳିଯିବ ଚାଷୀଙ୍କ ଭବିଷ୍ୟତ

ବାସ୍ତବରେ ସରକାରଙ୍କ ଦ୍ୱାରା ବ୍ୟାପକ ପରିମାଣରେ ବିହନ ବ୍ୟାଙ୍କ ଯୋଜନା ଆରମ୍ଭ ହେବ। ଏହି ଯୋଜନା ଅଧୀନରେ ସାରା ଦେଶରେ ଜିଲ୍ଲା ବିହନ ବ୍ୟାଙ୍କ ଗଠନ କରାଯିବ ଏବଂ ଏହା ସହିତ ଚାଷୀଙ୍କୁ ବିହନ ବ୍ୟାଙ୍କ ପାଇଁ ଲାଇସେନ୍ସ ମଧ୍ୟ ଦିଆଯିବ । ଏହି ଉପାୟରେ କୃଷକମାନେ ବିହନ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବେ l

Tanushree Mahapatra
Tanushree Mahapatra
Seeds bank in odisha

Seeds bank in odisha

ବାସ୍ତବରେ ସରକାରଙ୍କ ଦ୍ୱାରା ବ୍ୟାପକ ପରିମାଣରେ ବିହନ ବ୍ୟାଙ୍କ ଯୋଜନା ଆରମ୍ଭ ହେବ। ଏହି ଯୋଜନା ଅଧୀନରେ ସାରା ଦେଶରେ ଜିଲ୍ଲା ବିହନ ବ୍ୟାଙ୍କ ଗଠନ କରାଯିବ ଏବଂ ଏହା ସହିତ ଚାଷୀଙ୍କୁ ବିହନ ବ୍ୟାଙ୍କ ପାଇଁ ଲାଇସେନ୍ସ ମଧ୍ୟ ଦିଆଯିବ । ଏହି ଉପାୟରେ କୃଷକମାନେ ବିହନ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବେ l ଯଦି ଦଶମ ପାସ୍ ର ଯୁବକମାନେ ମଧ୍ୟ ଏକ ସାର ଦୋକାନ ପାଇଁ ଲାଇସେନ୍ସ ପାଇବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସହଜରେ ପାଇପାରିବେ |

ତେବେ ଏଥିପାଇଁ ସେମାନଙ୍କୁ କୃଷି ବିଭାଗରେ 15 ଦିନ  ( 5000 seeds bank in odisha )  ତାଲିମ ନେବାକୁ ପଡିବ ।  ଏହା ପରେ ସେମାନଙ୍କୁ କମ୍ପୋଷ୍ଟ ମଞ୍ଜି ବିକ୍ରୟ କରିବାର ପ୍ରମାଣପତ୍ର ପ୍ରଦାନ କରାଯିବ l ମୁଁ ଆପଣଙ୍କୁ କହିବି ଯେ ନିୟମରେ ସଂଶୋଧନ ସହିତ ସରକାର ତାଲିମ ପାଇଁ ଏକ ପୃଥକ ପାଠ୍ୟକ୍ରମ ମଧ୍ୟ ସ୍ଥିର କରିଛନ୍ତି । ଯେଉଁଥିରେ ସାର ବିକ୍ରୟ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ l

ଏହାରି ଭିତରେ ଓଡିଶା ରାଜ୍ୟ ସରକାର ରାଜ୍ୟରେ ୫ ହଜାର ବିହନ ବ୍ୟାଙ୍କ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି l ଯାହା ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର l ଏଥିପାଇଁ ରାଜ୍ୟ ସରକାର ୧୦ ବର୍ଷରେ ଖର୍ଚ୍ଚ କରିବେ ୧୫୦ କୋଟି ଟଙ୍କା । ଏଣିକି ପାରମ୍ପରିକ ପଦ୍ଧତିକୁ ଛାଡ଼ି ଉନ୍ନତ କିସମର ବିହନ ବ୍ୟବହାର କରାଯିବ । ୨୦୩୦ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏବେ ଚାଷୀଙ୍କୁ ଆହୁରି ସୁବିଧା ହବ ଚାଷ ପାଇଁ ବିହନ କିଣିବାରେ l କାରଣ ଏଠାରେ ସହଜରେ ଉପଲବ୍ଧ ହେବ ବିହନ l ଭିନ୍ନ ଭିନ୍ନ ବିହନ ଉପଲବ୍ଧ ହୋଇପାରିଲେ ଚାଷୀଙ୍କୁ ନୂତନ ଚାଷ ପ୍ରଣାଳୀ ମଧ୍ୟ ଆପଣେଇବା ପାଇଁ ସହଜ ହେବ l

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କୃଷି ପଦ୍ଧତି ଓ ବ୍ୟବସ୍ଥାରେ ରାଜ୍ୟ ସରକାର ବଡ଼ଧରଣର ପରିବର୍ତ୍ତନ ଆଣିବେ । ନୂଆ ପଦ୍ଧତିର ପ୍ରୟୋଗ, ସଚେତନତତା ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ୧୦ ବର୍ଷରେ ପାଞ୍ଚ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ । ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ଅନୁଯାୟୀ ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ବାବଦରେ ସଚେତନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଉନ୍ନତ କିସମର ଫସଲ ଚାଷୀମାନେ ଚାଷ କରିବେ । ୨ ଲକ୍ଷ ହେକ୍ଟର ଚାଷ ଜମିରେ ଏଭଳି ଜଳବାୟୁ ସହନଶୀଳ ବିହନ ଚାଷ କରାଯିବ ।

ରାଜ୍ୟରେ କେବେ ମରୁଡ଼ି ତ ଆଉ କେବେ ବନ୍ୟା, ବାତ୍ୟା, ଅନାବୃଷ୍ଟି, ଅଦିନିଆ ବର୍ଷା ପରି ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି । ଯାହା ଦ୍ୱାରା ଚାଷୀ ଙ୍କ ଫସଲ ଉଜୁଡି ଯାଇଥାଏ  l ବେଳେ ବେଳେ ନୂତନ କିସମ ବିହନ ଚାଷ କରିଥାନ୍ତି ଯାହାକି ଏ ଭଳି ପରିସ୍ଥିତରେ ତାଙ୍କ ଫସଲ ନଷ୍ଟ ହୁଏ l ଯେଉଁଥିପାଇଁ ନୂତନ ବିହନ ସାଇତି ରଖିବାରେ ବିଫଳ ହୁଅନ୍ତି  l  ଏହା ଦ୍ୱାରା ଚାଷୀଙ୍କର ଫସଲ ନଷ୍ଟ ହେବା ସହ ସେମାନେ ଅସହ୍ୟ ଯନ୍ତ୍ରଣା ମଧ୍ୟ ଭୋଗ କରୁଛନ୍ତି । ଯାହାକି ସହଜ କରିବ ଏବେ ଏହି ବିହନ ବ୍ୟାଙ୍କ l ସେଥିପାଇଁ ରାଜ୍ୟ ସରକାର ଏ ଦିଗରେ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

କ'ଣ ଏହି ମୁକ୍ତା ଯୋଜନା ? ଆସନ୍ତୁ ଜାଣିବା ସଂକ୍ଷେପରେ .........

କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments