1. କୃଷି ବିଶ୍ବକୋଷ

ବୈଜ୍ଞାନିକ ପଦ୍ଧତିରେ କରନ୍ତୁ କାଙ୍କଡ଼ ଚାଷ

କାଙ୍କଡ଼ ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ କାଙ୍କଡ଼ ଚାଷ କରାଯାଏ | ଏହି ଚାଷ ପାଇଁ ମଧ୍ୟମ ଅମ୍ଳ ମାଟି ପିଏଚ୍ ୬-୮ ଏବଂ ୨୫-୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଉତ୍ତାପ ଦରକାର ହୁଏ |

Rajashree
Rajashree
spiny gourd cultivation in odisha

spiny gourd cultivation in odisha

ଅର୍ଥକାରୀ ଫସଲ ସହିତ ଶରୀର ପାଇଁ ହିତକର ହୋଇଥାଏ କାଙ୍କଡ଼ (spiny gourd) | ଏହା ଏକ ଲତାଜାତୀୟ ପରିବା | ଏଥିରେ ଅଧିକ ପରିମାଣର ଶ୍ଵେତସାର, ଭିଟାମିନ୍-ଏ, ଭିଟାମିନ-ବି, ଭିଟାମିନ- ସି ଓ ପୁଷ୍ଟିସାର ଥାଏ |

 

ମୂର୍ତ୍ତିକା : -

କାଙ୍କଡ଼ ଚାଷ (spiny gourd Farming)ପାଇଁ ଆଦ୍ର ଜଳବାୟୁ, ଉର୍ବର ଶୁଷ୍କ ମୃତ୍ତିକା ଏବଂ ସମତଳ ଗଡ଼ାଣିଆ ଭୂମି ଆବଶ୍ୟକ ହୋଇଥାଏ | କାଙ୍କଡ଼ ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ କାଙ୍କଡ଼ ଚାଷ କରାଯାଏ | ଏହି ଚାଷ ପାଇଁ ମଧ୍ୟମ ଅମ୍ଳ ମାଟି ପିଏଚ୍ ୬-୮ ଏବଂ ୨୫-୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଉତ୍ତାପ ଦରକାର ହୁଏ |

କିସମ :-

ଅର୍କ ନୀଳାଚଳ, ଗୌରବ କିସମ କାଙ୍କଡ଼ ଓଡ଼ିଶାରେ ବ୍ୟବସାୟିକ ଚାଷ ପାଇଁ (Farming)ଅଧିକ ମାତ୍ରାରେ କ୍ରୟ କରାଯାଏ |

ଖାଦ୍ୟସାର ପରିଚାଳନା :-

ଅଧିକ କାଙ୍କଡ଼ ଅମଳ (Spiny gourd Cultivation) ପାଇଁ ୪୦-୫୦ କିଲୋଗ୍ରାମ ଯବକ୍ଷାରଜାନ ଏବଂ ୪୦ କିଲୋଗ୍ରାମ ଲେଖାଏଁ ଫସଫରସ ଓ ପଟାସ ବ୍ୟବହାର କରିବା ଦରକାର ହୋଇଥାଏ | ଗଛ ଲଗାଇବା ସମୟରେ ଅଧାଭାଗ ଯବକ୍ଷାରଜାନ ଏବଂ ପୂରାଭାଗ ଫସଫରସ ଓ ପଟାସ ଦିଆଯାଏ | ପ୍ରଥମ ଥର ସାର ପ୍ରୟୋଗ (presticide use)ପରେ ଦ୍ଵିତୀୟ ଥର ପାଇଁ ସାର ପ୍ରୟୋଗ ତିନି ସପ୍ତାହ ପରେ କରିବା ଆବଶ୍ୟକ । କାଙ୍କଡ଼ରେ ଫୁଲ ବାହାରିବାର ସପ୍ତାହକ ପରେ ପ୍ରତ୍ୟେକ ଗଛ ମୂଳରେ ୧୦ ଗ୍ରାମ ଆମୋନିୟମ ନାଇଟ୍ରେଟ ଦେବା ଭଲ |


ରୋପଣ :-

ମୋଡ ପତ୍ର ଲଙ୍ଗଳ ବା ଟ୍ରାକ୍ଟର ସାହାଯ୍ୟରେ ଜମିକୁ ଭଲ ଭାବେ ହଳ କରି (Farming trick) ସମତଳ କରନ୍ତୁ | ଶେଷ ଓଡ ଚାଷ ବେଳେ ୧୦ ରୁ ୨୦ ଟାଣ ର ସଢା ଗୋବର ଖତ ଭଲ ଭାବେ ମିଶାନ୍ତୁ ଏବଂ କିଆରୀ ପ୍ରସ୍ତୁତ କରନ୍ତୁ | କାଙ୍କଡ଼ କନ୍ଦା ଗୁଡ଼ିକୁ ଲଗାଇବା ସମୟରେ ମାଟିକୁ ୩୦ ସେ.ମି. ଗଭୀର ଯାଏ କର୍ଷଣ କରି ଭଲ ଭାବେ ସମତୁଲ କରି ଲଗାଯାଇଥାଏ | କନ୍ଦା ଚାରା (spiny gourd plant) ଏବଂ ଉକ୍ତ ଚାରାଗୁଡ଼ିକୁ ୬୦ସେ.ମି.ରେ ଗାତ ଖୋଳି ଲଗାନ୍ତୁ | ଗାତଗୁଡ଼ିକ ମଧ୍ୟରେ ଦୂରତ୍ଵ ୧.8 x ୧.୫ ମିଟର ରଖନ୍ତୁ ଏବଂ ଏହି ଗାତ ଗୁଡିକୁ ୨୫ କିଲୋ ଗୋବର ଖତ ମିଶାଇ ଭରନ୍ତୁ | ନେମାଟୋଡ଼ ଆକ୍ରମଣରୁ ରକ୍ଷା ଲାଗି ୨୫୦ ଗ୍ରାମ ନିମ୍ବ ପିଡ଼ିଆ ମଧ୍ୟ ଏଥିରେ ବ୍ୟବହାର କରିପାରିବେ |

ଜଳ ପରିଚାଳନା:-

କାଙ୍କଡ଼ ଗଛ(spiny gourd plant) ଗୁଡିକରେ ଅଧିକ ବର୍ଷା ସମୟରେ ଗଛରେ ପାଣି ଦିଅନ୍ତୁ ନାହିଁ | ଗଛ ମୂଳରେ ପାଣି ଜମି ରହିଲେ ଗଛ ମୂଳ ପଚିଯିବ ବା ଗଛ ମରିଯିବ | ଗଛ ବଢ଼ିଗଲା ପରେ ଧୀରେ ଧୀରେ ଜଳସେଚନ କମାଇ ଦିଅନ୍ତୁ | ଗଛ ବଡ ହୋଇଗଲା ପରେ ଗଛରେ ପାଣି କମ ଦିଅନ୍ତୁ, କାରଣ ବଡ଼ ଗଛରେ ଅଧିକ ବ୍ୟାପିତ ଚେର ହୋଇଥିବାରୁ ଗଛ କମ ପାଣିରେ ମଧ୍ୟ ବଞ୍ଚି ରହିପାରେ |

ଅମଳ :-

କାଙ୍କଡ଼ ଅମଳ (SpinygourdCultivation)ସମୟ ଆସିଗଲେ ଗୋଟିଏ ସୁସ୍ଥ ଗଛ ୧୦ ରୁ ୧୨ କିଲୋ ଫଳ ଦେଇଥାଏ | ଫଳ ବାହାରିବାର ୧୨ ରୁ ୧୫ ଦିନ ପରେ ଫଳ ତୋଳିଦେବା ଆବଶ୍ୟକ |ଗଛ ଲଗାଇବାର ୬୦ ଦିନ ପରେ ଫଳ ବାହାରିଥାଏ |

କେମିତି କରିବେ କାଙ୍କଡ଼ ଚାଷ

କାଙ୍କଡ଼ ବିଷୟରେ କିଛି ଜାଣନ୍ତୁ

 

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments