ତୁଲସୀ ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି । କେବଳ ସେତିକି ନୁହେଁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଲସୀର ବ୍ୟବହାର ଏକ ଅତ୍ୟକ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି ।
ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଔଷଧୀୟ ବ୍ୟବହାର ପାଇଁ ତୁଳସୀ ମୁଖ୍ୟତଃ କାମରେ ଲାଗିଥାଏ ।
ବହୁ ପ୍ରାଚୀନ କାଳରୁ ତୁଲସୀର ବହୁ ଉପାଦେୟ ଔଷଧୀୟ ମହତ୍ତ୍ଵ ସମ୍ବନ୍ଧରେ ଆମ ଦେଶର ସାଧାରଣ ଜନତା ବହୁତ ପରିଚିତ । ସମ୍ପ୍ରତି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗ , ସୁଗନ୍ଧତତୈଳ ଉଦ୍ୟୋଗ ଏବଂ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଲସୀ ବହୁଳ ମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏହା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ କରାଇପାରିବ ।
ତୁଳସୀର ଉପକାରୀ ଗୁଣ- Uses Of Tulsi
-
ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ ଥଣ୍ଡା, କାଶ, ମୁଣ୍ଡ ବଥା,ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ ।
-
ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ
-
ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ । ଗଳା ପରିସ୍କାର ହୁଏ ।
-
ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ ।
-
ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ।
-
ତୁଳସୀ ପାଖରେ ବସି ପ୍ରାଣାୟାମ କଲେ ବଳ,ବୁଦ୍ଧି,ଶକ୍ତି ଓ ଉତ୍ସାହ ବୃଦ୍ଧି ପାଏ । ମନୁଷ୍ୟକୁ ଦୀର୍ଘାୟୁ କରିବାରେ ତୁଳସୀ ଗଛର ଦୃଢ କ୍ଷମତା ରହିଛି ।
-
ତୁଳସୀ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖେ ।
-
ତୁଳସୀ ପତ୍ରକୁ ନିମ୍ବ ଏବଂ ମନ୍ଦାର ପତ୍ର ସହିତ ବାଟି ମୁଣ୍ଡରେ ଲଗାଇଲେ ଏହା କେଶକୁ କୋମଳ କରିଥାଏ ।
ତୁଳସୀର ଉପକାରିତା- Benefits Of Tulsi
ରକ୍ତକୁ ସଫା ରଖେ ତୁଳସୀ । ପ୍ରତିଦିନ ତୁଳସୀ ସେବନ କରିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ତୁଳସୀରେ ଭିଟାମିନ୍- ଏ, ସି, କ୍ୟାଲସିୟମ୍, ଆଇରନ୍, କ୍ଲୋରୋଫିଲ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ତୁଳସୀ ପତ୍ରକୁ ପାଣିରେ ପକାଇ ବାମ୍ଫ ନେବା ଦ୍ୱାରା ଫୁସଫୁସ ନିରୋଗ ରହେ ।
ସଂକ୍ରମଣ ଦୂର କରେ ତୁଳସୀ ।
ଶରୀରର କ୍ଷତ, ଦାଗ ଚିହ୍ନ ଦୂର କରେ ତୁଳସୀ ।
ଯଦି କୌଣସି କାରଣରୁ ବାୟୁ ପ୍ରଦୂଷିତ ହୋଇଯାଇଥାଏ, ଏହି ବୃକ୍ଷ ବାୟୁକୁ ଶୁଦ୍ଧିକରଣ କରେ ।
ଅଧିକ ପଢନ୍ତୁ...
Share your comments