1. କୃଷି ବିଶ୍ବକୋଷ

ଅର୍ଥକାରୀ ଫସଲ ସଜନା,କମ ବ୍ୟୟରେ ଦେଇଥାଏ ଅଧିକ ଲାଭ

ସଜନା ଛୁଇଁ ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଥାଏ | ସଜନା ଚାଷରେ ଅନ୍ୟ ଚାଷ ପରି ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନଥାଏ ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ପଡେନାହିଁ |

Rajashree
Rajashree
Unbelievable benefits of drumsticks farming

Unbelievable benefits of drumsticks farming

କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ଚାହୁଁଥିଲେ ସଜନା ଛୁଇଁ ଚାଷ(benefits of drumstic farming)ହେଉଛି ଏଥିପାଇଁ ଏକ ଉତ୍ତମ ବିକଳ୍ପ | ସଜନା ଛୁଇଁ ଚାଷ (drumstick farmig)କରୁଥିବା ଚାଷୀମାନେ ପ୍ରତି ମାସରେ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଥାଏ | ସଜନା ଚାଷରେ ଅନ୍ୟ ଚାଷ ପରି ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନଥାଏ ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ପଡେନାହିଁ | ଏହି ଚାଷରେ ଥରେ ଗଛ ଲଗାଇଲେ ଚାରି ବର୍ଷ ପର୍ଯ୍ୟନ୍ତ ଚାଷୀକୁ ଉତ୍ତମ ରୋଜଗାର ଯୋଗାଇବ |

ମୃତ୍ତିକା:

ନିଗିଡା , ଦୋରସା ମାଟି ଯାହାର ଅମ୍ଳତା ୬.୦ ରୁ ୭.୫ ହୋଇଥବ ସେ ମାଟି ସଜନା ଚାଷ (drumstick farmig) ପାଇଁ ଉପଯୁକ୍ତ | ଏହା ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ହୋଇଥବାରୁ ଆମ ରାଜ୍ୟରେ ଏହାର ଚାଷ ଭଲ ଭାବରେ ହୋଇଥାଏ |

ବିହନ

ବୁଦା କିସମଗୁଡିକୁ ମଞ୍ଜିରୁ(drumstick seed)ପଲିଥିନରେ ଚାରା କରି ୪୦-୪୫ ଦିନରେ ଚାରା ଲଗାଯାଏ | ଚାରା ଲଗାଇବା ପୂର୍ବରୁ ମଞ୍ଜି ଗୁଡିକୁ କାର୍ବେଣ୍ଡାଜିମ (ବାଭିଷ୍ଠିନ)ରେ ବିଶୋଧନ କରିବା ନିହାତି ଦରକାର ହୋଇଥାଏ | ଏକର ପ୍ରତି ୨୫୦ ଗ୍ରାମ ମଞ୍ଜି ଓ ହେକ୍ଟର ପ୍ରତି ୬୨୫ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ହୋଇଥାଏ | କୃଷି ବିଶେଷଜ୍ଞଙ୍କ ମତରେ ଭଲ ସଜନା ଗଛ ମଞ୍ଜିରୁ(drumstick seed) ଅଧିକ ଅମଳ ହୋଇଥାଏ | ମଞ୍ଜି ଲଗାଇବା ଦ୍ୱାରା ଭଲ ଫସଲ ହୋଇଥାଏ । ଏହା ବ୍ୟତୀତ ଯେଉଁଠାରେ ଗଛ ବଢିଥାଏ ସେଠାରେ ଭଲ ମାଟି ରହିବା ନିହାତି ଆବଶ୍ୟକ ।

ଗଛ ଲଗାଇବା ସମୟ :

ଆମ ରାଜ୍ୟରେ ଜୁନ-ଜୁଲାଇ (ବର୍ଷା ଦିନେ) ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ସଜନା ଚାରା ରୋପଣ (drumstick plant )କରାଯାଇଥାଏ | ଜମିକୁ ୨-୩ ଥର ଚାଷକରି ୮ ଫୁଟ ବ୍ୟବଧାନରେ ବର୍ଗାକାରରେ ଦେଢଫୁଟ ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ ଖୋଳନ୍ତୁ, ପ୍ରତି ଗାତରେ ୧୫ କି.ଗ୍ରା. ଖତ ଓ ୧୦୦ ଗ୍ରାମ ନିମ୍ନପିଡିଆ ଦେଇ ମଞ୍ଜି ପୋତନ୍ତୁ | ଚାରା ଗଛ ଲଗାଉଥଲେ, ୧୦x୫ ସେ.ମି. ପଲିଥିନରେ ଚାରା ତିଆରି କରି ୪୦ ଦିନିଆ ଚାରାଗଛଗୁଡିକୁ ୨.୫ମି x ୨.୫ମି ଦୂରତାରେ (୪୫x୪୫x୪୫) ସେ.ମି. ଆକାରର ସେଥିରେ ଲଗାନ୍ତୁ | ଅତ୍ୟଧିକ ପାଣି ଦିଅନ୍ତୁ ନାହିଁ କି ଅଧିକ ବର୍ଷା ସମୟରେ ଲଗାନ୍ତୁ ନାହିଁ | ପାଣି ଜମି ରହିଲେ ଚାରାଗଛଗୁଡିକ(drumstick plant ) ପଚିବା ସଙ୍ଗେ ସଙ୍ଗେ ଗଛ ଆସ୍ତେ ଆସ୍ତେ ହଳଦିଆ ରଙ୍ଗ ହୋଇ ମରିଯାଏ |

ଅମଳ :

ସଜନା ଗଛ (drumstick plant) ଲଗାଇବାର ୬ ମାସ ପରେ ଛୁଇଁ ଧରିବା ଆରମ୍ଭ ହୁଏ | ମଞ୍ଜି ଟାଣ ହେବା ପୂର୍ବରୁ ଏହାକୁ ଗଛରୁ ତୋଳନ୍ତୁ | ବର୍ଷକୁ ଗଛ ପ୍ରତି କିସମ ଅନୁସାରେ ୨୦୦-୫୦୦ ଫଳ, ଫଳିଥାଏ | ୨ ଓ ୩ ବର୍ଷରେ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ , ଗଛ ପ୍ରତି ୩୦-୩୫ କି.ଗ୍ରା. ଏବଂ ଏକର ପ୍ରତି ୨୦୦ କୁଇଣ୍ଟାଲ ଯାଏ ଫଳ ଅମଳ ହୋଇଥାଏ |

ଏହି ଫସଲ ଦେବ ପ୍ରବଳ ଲାଭ !

ସଜନା :ମଡ଼େର୍ଣ ଯୁଗ ର ଡାକ୍ତର

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments