
Black hen kadaknath now in odisha
ଓଡ଼ିଶା ଚାଷୀଙ୍କ ନିକଟରେ ଏବେ କଳା କୁକୁଡ଼ା ‘କଡ଼କନାଥ’ ଚାହିଦା ( kadaknath farming ) ବଢ଼ିବାରେ ଲାଗିଛି । ଭାରତରେ ଚାଷ ହେଉଥିବା ଏହି ଦେଶୀ ପ୍ରଜାତିର କୁକୁଡ଼ାକୁ ଓଡ଼ିଶା ଜଳବାୟୁରେ ଚାଷ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଏବେ ଅନେକ ଚାଷୀ ଏହି କୁକୁଡ଼ା ଚାଷ କରି ବେଶ ଲାଭ ମଧ୍ୟ ଉଠିପାରୁଛନ୍ତି l ପ୍ରାରମ୍ଭିକ ଗବେଷଣା ପରେ ଜଣାପଡ଼ିଛି ଯେ ଏହି ପ୍ରଜାତିର କୁକୁଡ଼ା ଓଡ଼ିଶାର ଜଳବାୟୁ ସହ ଭଲ ଭାବେ ତିଷ୍ଠି ରହି ପାରୁଛନ୍ତି ।
ବାର୍ଷିକ ହାରାହାରି ୧୩୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଉଥିବା ବେଳେ ମାଂସ ଉତ୍ପାଦନ ବି ଅଧିକ ରହୁଛି ଏହି କୁକୁଡ଼ାଙ୍କ ର । ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପଯୋଗୀ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ରେ ‘କଡ଼କନାଥ’ ପ୍ରଜାତିର କୁକୁଡ଼ା ଚାଷୀଙ୍କ ପାଖରେ ବେଶ ଆଦୃତ ହୋଇଛି । କଡ଼କନାଥ ପ୍ରଜାତି କୁକୁଡ଼ାର ଗୋଡ଼ଠାରୁ ମୁଣ୍ଡ ସମ୍ପୂର୍ଣ୍ଣ କଳା। ରକ୍ତ, ମାଂସ, ଅଣ୍ଡା ବି କଳା ରଙ୍ଗର। ଅଣ୍ଡା ଗୋଟିଏର ମୂଲ୍ୟ ଓଡ଼ିଶା ବଜାରରେ ୫୦ ଟଙ୍କା ଲେଖାଏଁ ରହୁଛି। କୁକୁଡ଼ା ମାଂସ କିଲୋ ପିଛା ମୂଲ୍ୟ ୬୦୦ରୁ ଏକ ହଜାର ଟଙ୍କା ମଧ୍ୟରେ ରହୁଛି। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍ ଉପଯୋଗୀ। ମେଲାଲିନ୍ ପରିମାଣ ଅଧିକ ରହୁଛି। ବନରାଜ ଓ ଅନ୍ୟ କୁକୁଡ଼ା ତୁଳନାରେ ଏହାର କୋଲେଷ୍ଟରଲ୍ ସ୍ତର କମ୍ ରହୁଛି। ଏହି କୁକୁଡ଼ାରୁ ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ କରିହେବ। ଏହି ପ୍ରଜାତିର କୁକୁଡ଼ା ବାର୍ଷିକ ୧୨୦ରୁ ୧୩୦ଟି ଅଣ୍ଡା ଦେଉଛନ୍ତି । ଅନ୍ୟ ଦେଶୀ କୁକୁଡ଼ା ବାର୍ଷିକ ୪୦ରୁ ୫୦ଟି ଅଣ୍ଡା ଦେଇଥାନ୍ତି ।
ଏହାର ଉପକାରିତା :
୧) ଏମାନଙ୍କର ଖାଦ୍ୟ ପରିଚାଳନ ଖୁବ ଭଲ ଓ ଏମାନେ ଖୁବ ଶୀଘ୍ର ବଢି଼ଥାନ୍ତି |
୨)ମାତ୍ରା ୧୦୦-୧୨୫ ଦିନ ମଧ୍ୟରେ ଏମଙ୍କ ଓଜନ ୧.୨୪ କି.ଗ୍ରା ଯାଏ ବୃଦ୍ଧି ପାଇଥାଏ |
୩)ଏହା ଖୁବ ଅହିତକାରୀ ଓ ଅସୁବିଧାଜନକ ପରିସ୍ଥିତି ରେ ମଧ୍ୟ ବେଶ ଭଲ ଭାବରେ ବଢ଼ିପାରିବେ |
୪)ଏହାକୁ କମ ଜାଗା ଦରକାର ହୋଇଥେ ତେଣୁ ଘର ଅଗଣା ରେ ମଧ୍ୟ ରହିପାରିବେ |
୫)ଏହାର ମାଂସ ସ୍ନାୟୁ ଜନିତ ରୋଗ ଓ ହୋମିଓପାଥି ଔଷଧ ତିଆରି ରେ କାର୍ଯ୍ୟକାରୀ ହୁଏ |
୬)ଏହା ଛଡା ଏମଙ୍କ ମାଂସ ରେ ବହୁ ମାତ୍ରା ରେ ଭିଟାମିନ, ଆମିନୋ ଏସିଡ ଓ ପ୍ରୋଟିନ ଥାଏ |
୭)ଏହାର ମାଂସ ମହିଳା ଓ ବୃଦ୍ଧ ମାନକ ନିମନ୍ତେ ଖୁବ ହିତକାରୀ |
୮)ଅନ୍ୟ କୁକୁଡ଼ା ତୁଳନାରେ ଏହାର ମାଂସ ରେ ଅଧିକ ପ୍ରୋଟିନ ତଥା ଅଳ୍ପ ଚର୍ବି ଓ କଲେଷ୍ଟ୍ରୋଲ ଥିବାରୁ ଏହା ବେଶ ଲୋକପ୍ରିୟତା ଅର୍ଜନ କରିପାରିଛି |
୯)ମାର୍କେଟ ରେ ଏହାର ମାଂସ ର ୫୦୦-୮୦୦ ଟଙ୍କା ପ୍ରତି କି.ଗ୍ରା ହୋଇଥିଲା ବେଳେ ୪୦୫୦ ଟଙ୍କା ପ୍ରତି ଅଣ୍ଡା ,ଦର ରେ ବିକ୍ରି ହୁଏ |
୧୦)ଏହାର ପାଳନ ଅତ୍ୟନ୍ତ ଲାଭଦାୟକ |
କଡକନାଥ କୁକୁଡ଼ା ବିଷୟରେ କେତୋଟି ଜାଣିବା କଥା :
ଚିଆଁ ର ଦର :୨୦-୨୫ ଟଙ୍କା
ବଞ୍ଚିବା ସମ୍ଭାବନା :୯୫ %
ପ୍ରଥମ ଅଣ୍ଡା ଦେବା ବୟସ:୨୩-୨୪ସପ୍ତାହ
ଅଣ୍ଡା ପ୍ରତି ମାସ :୧୧-୧୨
ପ୍ରତିଅଣ୍ଡା ର ଓଜନ -୪୦-୪୫ ଗ୍ରାମ
କଡକନାଥ କୁକୁଡା ସାଧାରଣ କୁକୁଡାଠାରୁ ଟିକେ ଭିନ୍ନ। ଏହାର ମାଂସ ଓ ହାଡ କଳା। ଏଥିରେ ଭରପୂର କ୍ୟାଲିସିୟମ ରହିଥିବା ବେଳେ ଅନ୍ୟ କୁକୁଡାଠାରୁ କୋଲେଷ୍ଟେରଲ କମ। ଓଡ଼ିଶାର କେନ୍ଦ୍ରାପଡ଼ା ସମେତ କୋରାପୁଟ, ରାୟଗଡ଼ା, ମାଲକାନଗିରି, କେଉଁଝର ଓ ଅନ୍ୟ ଜିଲାର ପ୍ରାୟ ଏହାକୁ ଚାଷ କରୁଛନ୍ତି ଚାଷୀ l ଏହି କୁକୁଡା ମାଂସ ଖାଇଲେ ମଧୁମେହ ବା (ଡାଇବେଟିସ୍) ଓ ଶ୍ୱାସରୋଗୀଙ୍କ ପାଇଁ ଅତି ଉପକାରୀ । ଡାକ୍ତର ମଧ୍ୟ ଏହି ରୋଗୀଙ୍କୁ କଡକନାଥ କୁକୁଡା ମାଂସ ଖାଇବାକୁ କହୁଛନ୍ତି ।
Share your comments