1. ମତ୍ସ୍ୟ ଓ ପଶୁ ପାଳନ

ମାଛ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ପଢ଼ନ୍ତୁ ପୂରା ଖବର...

ଏବେ ଦେଶରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରବାହ । ନଦୀ ପୋଖରୀରେ ଜଳସ୍ତର ଧିରେ ଧିରେ କମିବା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥଳରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକା ରହିଥିବା ବେଳେ ମତ୍ସ୍ୟ ଚାଷୀଙ୍କର ଚିନ୍ତା ବଢ଼ିବାରେ ଲାଗିଛି । ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଥାଏ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରି ହୋଇଥାଏ। ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ।

Priyambada Rana
Priyambada Rana
Summer season tips for Fish Farmers

Summer season tips for Fish Farmers

ଏବେ ଦେଶରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରବାହ । ନଦୀ ପୋଖରୀରେ ଜଳସ୍ତର ଧିରେ ଧିରେ କମିବା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥଳରେ ମାଛମାନଙ୍କ(Fish) ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକା ରହିଥିବା ବେଳେ ମତ୍ସ୍ୟ ଚାଷୀଙ୍କର ଚିନ୍ତା ବଢ଼ିବାରେ ଲାଗିଛି । ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଥାଏ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରି ହୋଇଥାଏ। ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ।

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଦରକାର। ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିପାରିବେ। ଯେଉଁ ଚାଷା ଭାଇଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଦରକାର । ପର୍ଯ୍ୟାୟକ୍ରମେ ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ ହାନିରୁ ମୁକ୍ତି ପାଇଯିବେ ।

ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ । ପରିବେଶର ଉତ୍ତାପ ବୁଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ବଢ଼ିଥାଏ । ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ । ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର।ଏଥିସହିତ ପାଖରେ  ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର। ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଓ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଏହାବ୍ୟତୀତ, ଅମ୍ଳଜାନ ପାଉଡ଼ର, ଟାବଲେଟ୍ ବା କ୍ୟାଲସିୟମ୍ ପେରଅକ୍ସାଇଡ ନିକଟସ୍ଥ ଆକ୍ଵାସପ୍ ଠାରୁ ଆଣି ପାଖରେ ରଖନ୍ତୁ ।

ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ହେଲା, ମାଛମାନେ ପୋଖରୀର ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରନ୍ତି। ଏହା ବ୍ୟତୀତ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଦେଖାଯାଏ । ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରି, ନହେଲେ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ । ଏହି ସମୟରେ ଜଳର କେତେକ ରାସାୟନିକ କାରକ ତଥା ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ,  ଏମୋନିଆ, ନାଇଟ୍ରାଇଟ୍ ଜଳର ପ୍ଲବକ ପରୀକ୍ଷା କରିବା ଜରୁରୀ।

ପାଣି ପୋଖରୀ ଅତ୍ୟଧିକ, ନୀଳ ହୋଇଯାଇଥିଲେ  ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ। ଏହା ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ। ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଏମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ ।

ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦-୩୦ କିଗ୍ରା ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର 'ପି.ଏଚ୍ ଆଣାଯାଇ ଏକର ପିଛା ୮୦ କି.ଗ୍ରା ଚୂନ ପ୍ରୟୋଗ କରିବା ଜରୁରି ।

ମାଛ ଚାଷ କରନ୍ତୁ, କମ୍ ସମୟରେ ଅଧିକ ରୋଜଗାର !!

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments