1. କୃଷି ଉପକରଣ

ଚାଷୀଙ୍କୁ ରିହାତିରେ ମିଳିବ ସବଜି କୁଲର

ଏବେ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦% ରିହାତିରେ ମିଳିବ ସବଜି କୁଲର । ଆଉ ଏହି ୭୦% ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁ ସବଜି କୁଲରରେ ଚାଷୀ ମାନେ ତାଙ୍କ ଅମଳ ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖିପାରିବେ ଏବଂ ତାଙ୍କ ପାରିବ ନଷ୍ଟ ହେବାରୁ ବଞ୍ଚି ପାରିବ । ଏନେଇ ନୋଟିସ ବାହାରି ସାରିଥିବା ବେଳେ ଚାଷୀ ମାନେ ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ସୁବିଧାର ଲାଭ ପାଇପାରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Tanushree Mahapatra
Tanushree Mahapatra
Vegetables coolers for farmer

Vegetables coolers for farmer

ଏବେ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦% ରିହାତିରେ ମିଳିବ ସବଜି କୁଲର । ଆଉ ଏହି ୭୦% ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁ ସବଜି କୁଲରରେ ଚାଷୀ ମାନେ ତାଙ୍କ ଅମଳ ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖିପାରିବେ ଏବଂ ତାଙ୍କ ପାରିବ ନଷ୍ଟ ହେବାରୁ ବଞ୍ଚି ପାରିବ ।

ଏନେଇ ନୋଟିସ ବାହାରି ସାରିଥିବା ବେଳେ ଚାଷୀ ମାନେ ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ସୁବିଧାର ଲାଭ ପାଇପାରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।  ପନିପରିବା ସଂରକ୍ଷଣ ପାଇଁ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦିଆଯିବ । ଏନେଇ ସରକାରୀ ନୋଟିସ ବାହାରି ସାରିଛି । ଏପ୍ରିଲ ପହିଲାରୁ ଚାଷୀମାନେ ଏହି ସୁବିଧା ପାଇପାରିବେ ବୋଲି କୃଷିମନ୍ତ୍ରୀ ବିଧାନସଭାରେ ସୂଚନା ଦେଇ କହିଛନ୍ତି ।

ତେବେ ଏବେ କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ( Vegetables coolers )  ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି । ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାଡ଼ିରେ ଏହି କୁଲର ନିର୍ମାଣ କରି ପନିପରିବା ସାଇତି ରଖୁଛନ୍ତି ବା ରଖିପାରିବେ । ଫଳରେ ଏବେ କ୍ଷେତରୁ ପରିବା ତୋଳିବା ପରେ ହେଉ କି ବଜାରରେ ବିକ୍ରି ନହୋଇ ବଳି ଯାଇଥିବା ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କୁ ସୁବିଧା ହୋଇଛି । ବେଳେବେଳେ ଚାଷୀର ପରିବା ଉଚିତ ଯତ୍ନ ନ ପାଇବାରୁ ବଞ୍ଚିତ ହୋଇ ନଷ୍ଟ ହୋଇଥାଏ ଯାହା ଏହା ମାଧ୍ୟମରେ ଆଉ ନଷ୍ଟ ହେବ ନାହିଁ l

ଚାଷୀମାନଙ୍କ ଜୀବନକୁ ନୂଆ ମୋଡ଼ ଦେଇଛି ଏହି ସବଜି କୁଲର । ନିଜ ବାଡ଼ିରେ ଏହି ସବଜି କୁଲର ନିର୍ମାଣ କରି ଚାଷୀ ପନିପରିବା ସାଇତି ରଖିବା ସମ୍ଭବ ହୋଇଛି । ଫଳରେ ଚାଷୀର ଫସଲ ଆଉ ନଷ୍ଟ ହେଉନାହିଁ ନା ଚାଷୀର କଷ୍ଟ ବ୍ୟର୍ଥ ଯାଉଛି  । ଏଥିରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ କିପରି ଯୋଡ଼ି ହେବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରୟାସ କରାଯାଉଛି’’ । ସବୁଠାରୁ ବଡ କଥା ହେଲା ବିନା ବିଜୁଳି ଓ ସୌର ଶକ୍ତିରେ ସବଜି କୁଲର ଚାଲି ପାରୁଛି । ଆଉ ଏଥିରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାର କ୍ଷମତା ମଧ୍ୟ ରହିଛି । ପ୍ରାୟ ୭ ଦିନ ଯାଏଁ ପନିପରିବା ଏଥିରେ ସତେଜ ରହି ପାରୁଛି ।

ତେବେ ଜାଣିଛନ୍ତି କି , ଏହି ‘ସବଜି କୁଲର’ ନିର୍ମାଣ ପାଇଁ ମୁମ୍ବାଇର ରୁକାଟ ଟେକ୍ନୋଲୋଜି ବୈଷୟିକ ସହାୟତା ଯୋଗାଇ ଦେଉଛି ।  ସବଜି କୁଲର ହେଉଛି ଏକ ଧାତବ କକ୍ଷ ବା ଚାମ୍ବର ପରି । ଯାହାକୁ ରୁକାଟ ପକ୍ଷରୁ ବିକଶିତ କରାଯାଇଛି । ଏହି ଚାମ୍ବର ସହିତ ୧୬୦୦ଟି ପ୍ଲାଷ୍ଟିକ ବଲ୍ ଯୋଡ଼ା ଯାଇଛି । ଏହି ଚାମ୍ବରକୁ ସ୍ଥାପନ କରିବା ପାଇଁ ଚାଷୀ ଇଟା ସିମେଣ୍ଟ ଦେଇ ଛୋଟିଆ କକ୍ଷଟିଏ ନିର୍ମାଣ କରିଥାଏ ପ୍ରଥମେ । ତେଣୁ ସବଜି କୁଲର ପାଇଁ ସମସ୍ତ ଯନ୍ତ୍ରାଂଶ ସହ ପରିବା ରଖିବା ପାଇଁ ପ୍ଲାଷ୍ଟିକ ଝୁଡ଼ି ମଧ୍ୟ ରୁକାଟ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି କ୍ଷୁଦ୍ର କକ୍ଷଟି ଏକ ଶୀତଳଭଣ୍ଡାର ଭଳି କାମ କରୁଥିବାରୁ ଚାଷୀ ପାଇଁ ଏବେ ଏହା ବରଦାନ ହୋଇଛି । ସବଜି କୁଲର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହ ଏହାର ଆବଶ୍ୟକ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହାସହ ଗତକାଲି ଗୃହରେ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ଏବେ  ୩୬ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ଅଧିକ ବ୍ୟୟ ବହୁଳ ହୋଇପାରେ  । ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ ୧୦୦୦ଟି ଶୀତଳିକରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଯାହା କି ସୌର ଚାଳିତ ଯନ୍ତ୍ରାଂଶ ଦ୍ୱାରା ପରିଚାଳିତ ହେବ । ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଓଡିଶା କୃଷି ମନ୍ତ୍ରୀ l

ଚିନିର ମୂଲ୍ୟବୃଦ୍ଧି ଖାଦ୍ୟ ସୁରକ୍ଷା ପାଇଁ ନୂଆ ବିପଦ

ମହଙ୍ଗା ଭତ୍ତାରେ ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments