1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ଷୀର ଚା’ ସହିତ ଖାଉଛନ୍ତି କି ବିସ୍କୁଟ ?

ପ୍ରାୟତଃ ସମସ୍ତେ ଚା’କୁ ଏକ ଏନର୍ଜି ଡ୍ରିଙ୍କ ଭାବେ ପିଇଥାନ୍ତି । କିଛି ଲୋକ ଏହାକୁ ନିଜ ନିଦ ଭାଙ୍ଗିବାର ଉପାୟ ଭାବିଥାନ୍ତି l ସେହିପରି ଆଉ କିହିଁ ଲୋକ ଏହାକୁ ପେଟ ସଫା କରିବାର ଏକ ଉପାୟ ବୋଲି ଭାବିଥାନ୍ତି l

Tanushree Mahapatra
Tanushree Mahapatra
Avoid eating biscuit with tea, image source - pexels.com

Avoid eating biscuit with tea, image source - pexels.com

ପ୍ରାୟତଃ ସମସ୍ତେ ଚା’କୁ ଏକ ଏନର୍ଜି ଡ୍ରିଙ୍କ ଭାବେ ପିଇଥାନ୍ତି । କିଛି ଲୋକ ଏହାକୁ ନିଜ ନିଦ ଭାଙ୍ଗିବାର ଉପାୟ ଭାବିଥାନ୍ତି l ସେହିପରି ଆଉ କିହିଁ ଲୋକ ଏହାକୁ ପେଟ ସଫା କରିବାର ଏକ ଉପାୟ ବୋଲି ଭାବିଥାନ୍ତି l ସନ୍ଧ୍ୟା ବେଳର ହାଲୁକା ଖାଦ୍ୟ ଭାବେ ଆଉ କିଛି କିଛି ଲୋକ ଚା' ସହିତ ପକୁଡି ବା ବିସ୍କୁଟ ଖାଇବାକୁ ଭଲ ପାଇଥାନ୍ତି l

କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଚା’ ସହିତ ଖାଇଲେ ଆପଣଙ୍କ କ୍ଷତି ହୋଇଥାଏ । ଯେପରିକି ବିସ୍କୁଟ୍ ଆପଣ ଆଦୌ ଖାଆନ୍ତୁ ନାହିଁ ଚା' ସହିତ । ଡାଏଟିସିଆନଙ୍କ କହିବା ଅନୁଯାୟୀ ଚା’ ସହିତ ବିସ୍କୁଟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହା ଆପଣଙ୍କ ଡିଏନଏକୁ ମଧ୍ୟ ନଷ୍ଟ କରିଦେଇପାରେ ଯାହା ଆପଣଙ୍କ ଭବିଷ୍ୟତ ଉପରେ ଏକ କୁ ପ୍ରଭାବ ସଦୃଶ । 

ଚା’ ପ୍ରସ୍ତୁତି କରିବା ସମୟରେ ଆମେ ସେଥିରେରିଫାଇନଡ ସୁଗାରର ବ୍ୟବହାର କରିଥାଉ । ଯାହା ଆମ ଶରୀରର  ଇନସୁଲିନ୍ ଅବଶୋଷଣରେ ବାଧକ ସାଜିଥାଏ । ଏହି ଇନସୁଲିନ୍ ଆମ ଶରୀରର ହରମୋନକୁ ଅସନ୍ତୁଳିତ କରିବା ଦ୍ୱାରା ଡାଇବେଟିସର ଆଶଙ୍କା ବୃଦ୍ଧି ହୁଏ । ଏହା ବ୍ୟତିତ ଚା ଓ ବିସ୍କୁଟ ପ୍ରତିଦିନ ଖାଇବା ଦ୍ୱାରା ଏହା ଆମ ପାଚନ ତନ୍ତ୍ରକୁ ମଧ୍ୟ ଖରାପ କରି ଦେଇଥାଏ । ଫଳରେ କୋଷ୍ଟକାଠିନ୍ୟ ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ଏବେ ସମାଜରେ ଅଧିକାଂଶ ଯୁବବର୍ଗଙ୍କ କ୍ଷେତ୍ରରେ ହୃଦଘାତର ମାମଲା ଦେଖିବାକୁ ମିଳୁଛି । ଏହି ଆଶଙ୍କା ଚା’ ସହିତ ବିସ୍କୁଟ ଖାଇବା ଦ୍ୱାରା ଅଧିକ ବଢ଼ିଯାଇଥାଏ । ବିସ୍କୁଟରେ ସୋଡିୟମ ପରିମାଣ ଅଧିକ ରହିଥାଏ ଯାହା ରକ୍ତଚାପ ବୃଦ୍ଧି କରିଥାଏ ଆମ ଶରୀରରେ । ଯାହାକି ଜଣେ ସୁସ୍ଥ ମନୁଷ୍ୟ ଶରୀରରେ ହୃଦଘାତ ଓ ହୃଦରୋଗର ବଡ କାରଣ ହୋଇଥାଏ ।

ତେବେ ସହିତ ଏପରି କିଛି ଖାଦ୍ୟ ଅଛି ଯାହା ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ l ଚା’ ସହିତ ଭଜା ବୁଟ ଭଲ ହୋଇଥାଏ ଖାଇବା l ଭଜା ବୁଟ ମନୁଷ୍ୟ ଶରୀରରେ ଇନସୁଲିନ୍ ନିୟନ୍ତ୍ରଣ କରିବା ସହିତ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏଥିରେ ଶରୀରରେ ଇମ୍ୟୁନିଟି ବୃଦ୍ଧି କରୁଥିବା ବି-କମ୍ପେ୍ଲକ୍ସ ଅଛି । ହଜମ ଶକ୍ତି ବୃଦ୍ଧି କରୁଥିବା ଭଳି ଫାଇବର ମଧ୍ୟ ରହିଛି । ଅସ୍ଥି ମଜଭୁତ କରୁଥିବା ଭଳି କ୍ୟାଲସିୟମ, ମ୍ୟାଗନେସିୟମ ମଧ୍ୟ ରହିଥାଏ ଏହି ଭଜା ବୁଟରେ । ଶରୀରରେ ଘୋଳା ବିନ୍ଧା କମ୍ କରୁଥିବା ଭଳି କୋଲିନ୍ ମଧ୍ୟ ରହିଥାଏ ।

ଯଦି ଆପଣ ପ୍ରତିଦିନ ସକାଳ ସମୟରେ ଚା’ ପିଉଛନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ । ତେବେ ସକାଳ ସମୟରେ ଚା' ପିଉଥିଲେ ତା’ ସହିତ ଆଇରନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ  ଚା’ରେ ଟେନିନ୍‌ ଭଳି ପଦାର୍ଥ ରହିଥାଏ, ଯାହାକି ଆଇରନ୍‌ ସଂସ୍ପର୍ଶରେ ଆସିବା ଠିକ ନୁହେଁ । ଯାହାଦ୍ୱାରା କି ଆମ ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହୋଇ ଯାଇଥାଏ । ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଖୁବ ଭଲ। କିନ୍ତୁ କେବେ ହେଲେ ଆପଣ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ । ଏପରି କଲେ ରକ୍ତହୀନତା ପରି ଅନେକ ସମସ୍ୟା ଦେଖା ଦେଇପାରେ ଏକ ସୁସ୍ଥ ମନୁଷ୍ୟ ଶରୀରରେ ।

ଏହି ଭଳି ପିଅନ୍ତୁ ଚା, କମିଯିବ ଓଜନ

cold drinks ରେ କ୍ୟାନ୍ସର ଉପାଦାନ : WHOର ଚେତାବନୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments