1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଫ୍ରିଜରେ ରଖନ୍ତୁ ନାହିଁ ଏହି ୧୦ଟି ଖାଦ୍ୟ ପଦାର୍ଥ, ହୋଇପାରେ ବିଶାକ୍ତ...

ଗ୍ରୀଷ୍ମ ଋତୁରେ ଖାଜ୍ୟ ସାମଗ୍ରୀ ଶୀଘ୍ର ନଷ୍ଟ ହୋଇଯାଇଥାଏ, ତେଣୁ ସେଗୁଡ଼ିକୁ ସତେଜ ରଖିବା ପାଇଁ ଆମେ ଫ୍ରିଜର ବ୍ୟବହାର କରିଥାଉ ।କିନ୍ତୁ ଆପଣ ଜାଣନ୍ତୁ କି ଏପରି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଆଦୌ ଉଚିତ୍ ନୁହେଁ । ଆଜି ଆମେ ଆପଣଙ୍କୁ ଉକ୍ତ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଜଣାଇବୁ ।

Priyambada Rana
Priyambada Rana
Avoid these food items from fridge...pic credit: www.pexels.com

Avoid these food items from fridge...pic credit: www.pexels.com

ଗ୍ରୀଷ୍ମ ଋତୁରେ ଖାଜ୍ୟ ସାମଗ୍ରୀ ଶୀଘ୍ର ନଷ୍ଟ ହୋଇଯାଇଥାଏ, ତେଣୁ ସେଗୁଡ଼ିକୁ ସତେଜ ରଖିବା ପାଇଁ ଆମେ ଫ୍ରିଜର ବ୍ୟବହାର କରିଥାଉ ।କିନ୍ତୁ ଆପଣ ଜାଣନ୍ତୁ କି ଏପରି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଆଦୌ ଉଚିତ୍ ନୁହେଁ । ଆଜି ଆମେ ଆପଣଙ୍କୁ ଉକ୍ତ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଜଣାଇବୁ ।

ରୁଟି-

ଯଦି ଆପଣ ରୁଟିରେ ଫ୍ରିଜରେ ରଖୁଥାନ୍ତି, ତେବେ ସେପରି କରନ୍ତୁ ନାହିଁ । କାରଣ ଫ୍ରିଜରେ ବଳକା ରୁଟି ରଖିବା ଦ୍ୱରା ତାହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଖୁବ୍ ଟାଣ ମଧ୍ୟ ହୋଇଯାଏ ଯାହାକୁ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ ।

ଟମାଟୋ-

ଟମାଟୋ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥରେ ବ୍ୟବହୃତ ହୋଇଥାଏ, କିନ୍ତୁ ଏହାକୁ ଫ୍ରିଜରେ ରଖିବା ଦ୍ୱରା ଖାଦ୍ୟର  ସ୍ୱାଦ ନଷ୍ଟହୋଇଯାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଅସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ ।

ମହୁ-

ମହୁ ବ୍ୟବହାର କରିବା ପରେ ଏହାକୁ କେବେବି ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ, କାରଣ ଏହା ଅର୍ଦ୍ଧ-କଠିନ ହୋଇଯାଏ ଏବଂ ଏଥିରେ ସ୍ଫଟିକ୍ ସୃଷ୍ଟି ହୁଏ ।

ତରଭୁଜ-

ସମସ୍ତେ ଥଣ୍ଡା ତରଭୁଜ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ତରଭୁଜକୁ କେବେବି ଫ୍ରିଜରେ ରଖିବା ଉଚିତ ନୁହେଁ, କାରଣ ଏହାକୁ ଫ୍ରିଜରେ ରଖିବା ଏହାର ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ କରିଥାଏ । କେବଳ ଏତିକି ନୁହେଁ, ଏହାର ରଙ୍ଗ ଏବଂ ସ୍ୱାଦ ମଧ୍ୟ ବଦଳିଯାଏ ।

ଆଳୁ-

ଭୁଲରେ ମଧ୍ୟ ଆମେ ଆଳୁକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ, କାରଣ ଆଳୁରେ ଷ୍ଟାର୍ ଥାଏ ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ସେଥିରେ ସୁଗାରର ପରିମାଣ ବୃଦ୍ଧି ପାଇଥାଏ ।

ପିଆଜ-

ଫ୍ରିଜରେ ପିଆଜ ରଖିବା ଦ୍ୱରା ଏହା ଆର୍ଦ୍ରତାକୁ ଅତି ଶୀଘ୍ର ଶୋଷିନେଇଥାଏ ଏବଂ ଖାଦ୍ୟର ଗୁଣବତ୍ତା ନଷ୍ଟ କରିଥାଏ ।

ରସୁଣ-

ରସୁଣକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହେବା ସହ ଏହାର ସ୍ୱାଦ ମଧ୍ୟ ନଷ୍ଟ ହୋଇଯାଏ, ଏହି କ୍ଷେତ୍ରରେ ରସୁଣକୁ କେବେବି ଫ୍ରିଜରେ ରଖିବା ଉଚିତ୍ ନୁହେଁ ।

କଦଳୀ-

ଆପଣ କଦାପି କଦଳୀକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ, କାରଣ ଏହା ଦ୍ୱାରା କଦଳୀର ରଙ୍ଗ, ଗଠନ ଏବଂ ସ୍ୱାଦକୁ ନଷ୍ଟ ହୋଇଯାଇଥାଏ ଏବଂ କଦଳୀ ବାହାରୁ କଳା ହେବାକୁ ଲାଗିଲା ।

କଫି-

ହଁ, କଫି ମଧ୍ୟ ଫ୍ରିଜରେ କେବେବି ରଖିବା ଉଚିତ୍ ନୁହେଁ, କାରଣ ଏହା ଫ୍ରିଜ୍ର ଆର୍ଦ୍ରତାକୁ ଶୋଷିନେଇଥାଏ ଏବଂ କଠିନ ହୋଇଯାଏ । କେବଳ ଏତିକି ନୁହେଁ, ଅନ୍ୟ ଜିନିଷର ସଂସ୍ପର୍ଶରେ ଆସିବା ହେତୁ କଫିର ସ୍ୱାଦ ମଧ୍ୟ ଖରାପ ହୋଇଯାଏ ।

ମସ୍ତିଷ୍କ ଓ ଆଖିକୁ ସୁସ୍ଥ, ହାଡ଼କୁ ମଜବୁତ୍ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments