1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବିୟର ଦ୍ୱାରା ତ୍ୱଚା ଦିଶିବ ଉଜ୍ଜ୍ୱଳ

ଅନେକ ଲୋକ ଭାବିଥାନ୍ତି ଯେ ବିୟର ପିଇବା ଦ୍ୱାରା ଶରୀର ର ସ୍ୱାସ୍ଥ୍ୟ ଖରାପ ହୋଇଥାଏ l କିନ୍ତୁ ଏହା କୁ ସଠିକ ଭାବେ ସେବନ କଲେ ଏହା ମଧ୍ୟ ଶରୀର କୁ ଅନେକ ଉପକାର ଦେଇ ଥାଏ l ଆମେ ସମସ୍ତେ ଜାଣିଛେ ଯେ, ମଦ ପିଇବା ଆମ ଶରୀର ପାଇଁ ହାନିକାରକ. ଏହାକୁ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ l

Tanushree Mahapatra
Tanushree Mahapatra
Benefits of bear

Benefits of bear

ଅନେକ ଲୋକ ଭାବିଥାନ୍ତି ଯେ ବିୟର ( bear for skin ) ପିଇବା ଦ୍ୱାରା ଶରୀର ର ସ୍ୱାସ୍ଥ୍ୟ ଖରାପ ହୋଇଥାଏ l କିନ୍ତୁ ଏହା କୁ ସଠିକ ଭାବେ ସେବନ କଲେ ଏହା ମଧ୍ୟ ଶରୀର କୁ ଅନେକ ଉପକାର ଦେଇ ଥାଏ l ଆମେ ସମସ୍ତେ ଜାଣିଛେ ଯେ, ମଦ ପିଇବା ଆମ ଶରୀର ପାଇଁ ହାନିକାରକ. ଏହାକୁ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ  l  କହିବାକୁ ଗଲେ ଏଥିରେ ପ୍ରକୃତରେ ୪ ପ୍ରତିଶତ ଆଲକୋହଲ ରହିଥାଏ ଏବଂ ଆମେ ଖାଉଥିବା ପଖାଳ ଭାତରେ ମଧ୍ୟ ୨ ପ୍ରତିଶତ ଆଲକୋହଲ ରହିଥାଏ l 

ସେଥିପାଇଁ ବିୟର ପିଇବା ଆମ ଶରୀର ପାଇଁ ଏତେ କ୍ଷତିକାରକ ନୁହେଁ  l  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିୟର ପିଇବା ଆମ ତ୍ୱଚା ପାଇଁ କେତେ ଉପକାରୀ l   ବିୟର ପିଇଲେ ବେଳେବେଳେ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ ସତ, ମାତ୍ର ତ୍ୱଚା ପାଇଁ ଏହା ଏକ ଔଷଧ ସ୍ୱରୂପ କାମ କରିଥାଏ l   ତେବେ ଆସନ୍ତୁ ଜାଣିବା ବିୟର ପିଇଲେ କଣ ଲାଭ ମିଳିଥାଏ ଏବଂ ବିୟର ଶରୀର ସହିତ ତ୍ୱଚା କୁ କେମିତି ସୁସ୍ଥ ରଖିବାରେ ସାହଶଯ୍ୟ କରେ l 

ସିଲିକନ୍ ନାମକ ଏକ ଉପାଦାନରେ ବିୟର ଭରପୂର ଅଟେ । ଏହା ସେହି ଉପାଦାନ, ଯାହା ହାଡ଼କୁ ବିକାଶରେ ସାହାଯ୍ୟ କରେ । କିନ୍ତୁ, ମାସାଚୁସେଟ୍ସ ୟୁନିଭର୍ସିଟିରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଆପଣ ଦିନକୁ ଗୋଟିଏରୁ ଦୁଇ ଗ୍ଲାସ୍ ବିୟର ପିଅନ୍ତି, ତେବେ ଆପଣଙ୍କର ହାଡ ଭାଙ୍ଗିବାର ସମ୍ଭାବନା କମ୍ ଥାଏ । ଯଦି ଆପଣ ଏହାଠାରୁ ଅଧିକ ବିୟର ପିଅନ୍ତି, ତେବେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପରେ ଆପଣଙ୍କ ଶରୀରକୁ  ।

ଯଦି ମୁହଁରେ କଳା ଦାଗ ଥାଏ ତାହାଲେ କିଛି ତୁଳସୀ ପତ୍ର ବାଟି ସେଥିରେ କିଛି ବୁନ୍ଦା ବିୟର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପରେ ସେହି ପେଷ୍ଟକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ.  ଦେଖିବେ ଏହି ସମସ୍ୟା ଆଉ ରହିବ ନାହିଁ  l   ଆଉ ଯଦି ତ୍ୱଚା ତେଲିଆ ରହୁଛି, ତାହେଲେ ୨ ଚାମଚ ଅଲିଭ ଅଏଲ ନେଇ ସେଥିରେ ୨ ଚାମଚ ମହୁ ଏବଂ ୧ ଚାମଚ ଲେମ୍ବୁ ରସ ନେଇ ସେଥିରେ କିଛି ବୁନ୍ଦା ବିୟର ମିଶାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ଧୋଇଦିଅନ୍ତୁ. ଏହିପରି ଏକ ସପ୍ତାହ କଲେ ମୁହଁ ଆଉ ତେଲିଆ ରହିବ ନାହିଁ. ତେବେ ପ୍ରତିଦିନ ବିୟର ପିଇବା ଦ୍ୱାରା କୋଲେଷ୍ଟଲ ସ୍ତର କମ୍ ହୋଇଥାଏ ଏବଂ ଶରୀରରେ ଭଲ କୋଲେଷ୍ଟଲ ୪ ପ୍ରତିଶତ ବଢିଥାଏ l   ଯାହାଫଳରେ ରକ୍ତଚାପ ହେବାର ମାତ୍ରା କମ ରହିଥାଏ l   ବିୟରରେ ଭିଟାମିନ୍-ବି ଭରପୂର ମାତ୍ରାରେ ଥାଏ. ବିଶେଷ କରି  ଏଥିରେ ଥିବା ଫଲିକ୍ ଏସିଡ ହାର୍ଟଆଟାକ୍ ହେବାରୁ ରକ୍ଷା କରିଥାଏ l  

ଏହାସହ ଏଥିରେ ଭିଟାମିନ୍-ସି ଏବଂ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ତ୍ୱଚାକୁ ଚିକ୍କଣ କରିବା ସହ ତ୍ୱଚାରେ ଚମକ ଆଣିଥାଏ   l ଏହାଛଡା ମୋଟା ହେବା ପାଇଁ ଚାହୁଁଥିବା ବ୍ୟକ୍ତି ବିୟର ପିଇଲେ ସେମାନଙ୍କର ଓଜନ ବଢିଥାଏ  l  ଏହାଛଡା ବିୟର, କିଡନୀ ଷ୍ଟୋନ ଆଶଙ୍କାକୁ ମଧ୍ୟ ଦୂର କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି. ଏହାଛଡା ବିୟରରେ ଥିବା ସିଲିକନ ହାଡକୁ ମଜଭୁତ ରଖିବାରେ ସାହାଯ୍ୟ କରେ. ଚିନ୍ତାଗ୍ରସ୍ତ ଥିବା ବ୍ୟକ୍ତି ବିୟର ପିଇଲେ ମାନସିକ ଅବସାଦରୁ ରକ୍ଷା ପାଇଥାନ୍ତି  l 

ଶାରୀରିକ ପରିଶ୍ରମ ପରେ ମାଂସପେଶୀ ଯନ୍ତ୍ରଣାରେ ଆଲକୋହଲ୍ ମସାଜ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଯନ୍ତ୍ରଣାଦାୟକ ସ୍ଥାନରେ ମାଲିସ୍ କରନ୍ତୁ ଏବଂ ଏହାକୁ ଏକ ଘଣ୍ଟା ଛାଡି ଦିଅନ୍ତୁ, ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆରାମ ଲାଗିବ । ଚର୍ମ ଓ ନଖରେ ବଢ଼ୁଥିବା ଯେକୌଣସି ପ୍ରକାରର ଫଙ୍ଗସ୍ ଉପରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ଏହାକୁ ତୁଳାରେ ବୁଡାଇ ସେହି ସ୍ଥାନରେ ଲଗାନ୍ତୁ ଏବଂ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ହାଲୁକା ସ୍କ୍ରାଚ୍ କିମ୍ବା କ୍ଷତ ସ୍ଥାନରେ ମଦ ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହୋଇଥାଏ । ଏହା ସଂପୃକ୍ତ ଅଞ୍ଚଳରେ ଆଣ୍ଟିବାୟୋଟିକ୍ ପରି କାର୍ଯ୍ୟ କରିଥାଏ ଏବଂ ଶୀଘ୍ର ପୁନଃରୁଦ୍ଧାରରେ ସାହାଯ୍ୟ କରିଥାଏ । ଆଲକୋହଲ୍ ମସାଜ୍ ମଧ୍ୟ ଉଷ୍ମତା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମାଲିସ୍ କରିବା ପରେ ଆପଣ ନିଜେ ଚର୍ମରେ ଉଷ୍ମତା ଅନୁଭବ କରିବେ । କେବଳ ଚର୍ମ ପାଇଁ ନୁହେଁ, କେଶରେ ବି ଏହାକୁ ମାଲିସ୍ କରିବାର ଦ୍ୱାରା ଆପଣ ଲାଭ ପାଇପାରିବେ । କେଶକୁ କୋମଳ ଏବଂ ଚକଚକ୍ କରିବା ପାଇଁ ବିୟର ବ୍ୟବହୃତ ହୁଏ ।

ସୁନାମୁଖୀ ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ

କଳା ହଳଦୀ ର ଔଷଧୀୟ ଗୁଣ .....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ