1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଜାମୁକୋଳି ,ଜାଣନ୍ତୁ...

ଔଷଧୀୟଗୁଣରେ ଭରପୁର ଜାମୁକୋଳି । ଜାମୁକୋଳିର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ବିଶେଷ କରି ଏହା ଦ୍ଵାରା ମଧୁମେହ ବା ଡାଇବେଟିସ ଜନିତ ରୋଗରୁ ଅତି ସହଜରେ ଓ ସରଳ ଉପାୟରେ ମୁକ୍ତି ମିଳିଥାଏ ।

Sudesna Nayak
Sudesna Nayak
benefits of Jamun its good for health

benefits of Jamun its good for health

ଔଷଧୀୟଗୁଣରେ ଭରପୁର ଜାମୁକୋଳି (Jamun)। ଜାମୁକୋଳିର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ବିଶେଷ କରି ଏହା ଦ୍ଵାରା ମଧୁମେହ ବା ଡାଇବେଟିସ ଜନିତ ରୋଗରୁ ଅତି ସହଜରେ ଓ ସରଳ ଉପାୟରେ ମୁକ୍ତି ମିଳିଥାଏ ।

-ଜାମୁକୋଳି (Jamun) ମଧୁମେହ, କାନର ଦରଜ, ମୁଖ ଜନିତ ସମସ୍ୟା ସହିତ ପେଟ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିଥାଏ ।

-ଜାମୁ (Jamun) କୋଳି ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୁର । ଏହି କାରଣରୁ ଜାମୁକୋଳି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

-ଜାମୁ (Jamun) କୋଳିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ଯାହା ଶରୀରକୁ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ଯୋଗାଇଥାଏ ।

-ଜାମୁ (Jamun)କୋଳିର ମଞ୍ଜିକୁ ଆମେ ମଧୁମେହ ରୋଗୀ ମାନଙ୍କ ପାଇଁ ବ୍ୟବହାର କରିଥାଉ । ଜାମୁକୋଳିକୁ ଶୁଖାଇ ଗୁଣ୍ଡକରୀ ଖାଇବା ଦ୍ୱାରା ମଧୁମେହରୁ ଆରାମ ମିଳିଥାଏ ।

-ଜାମୁ (Jamun)କୋଳି ଖାଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ଉପସମ ମିଳିଥାଏ ଓ ଖାଦ୍ୟ ହଜମରେ ଉନ୍ନତି ମଧ୍ୟ ହୋଇଥାଏ ।

-ଶରୀରରେ ଲିଭର୍ ସମସ୍ୟା ଥିଲେ ଜାମୁ (Jamun) କୋଳି ରସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

-ଜାମୁ କୋଳି (Jamun) ଏକ କମ୍ କ୍ୟାଲୋରୀଯୁକ୍ତ ଫଳ ଯାହା ଫାଇବରରେ ଭରପୂର ଅଟେ । ଶରାରୀର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଜାମୁକୋଳି ।

-ଜାମୁକୋଳି (Jamun) ଖାଇବା ଦ୍ୱାରା କିଡନି ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରତିଦିନ ଜାମୁକୋଳି ମଞ୍ଜିର ଗୁଣ୍ଡକୁ ଦହିରେ ମିଶାଇ ଖାଇବା ଦ୍ୱାରା ଶରୀରେ କିଡନୀ ସମସାରୁ ମୁକ୍ତି ମିଳିଥାଏ ।

-ଜାମୁକୋଳି (Jamun)ସେବନ କରିବା ଦ୍ୱାରା ଗଳା ରୋଗରୁ ଆରମ୍ ମିଳିଥାଏ । ପାଟି ଓ ଗଳାରେ ଯଦି କୌଣସି ସଂକ୍ରମଣ ହୋଇ ଘା ହୋଇଥାଏ ତେବେ ପ୍ରତିଦିନ ଜାମୁକୋଳି ପତ୍ରକୁ ପାଣିରେ ଫୁଟାଇ କୁଳି କରିବା ଦ୍ୱାରା ଏହାର ଉପସମ ହୋଇଥାଏ ।

-ଜାମୁକୋଳି (Jamun)ର ମଞ୍ଜିକୁ ଗୁଣ୍ଡ କରି ତେଲରେ ଉଷୁମ କରି କାନରେ ପକାଇବା ଦ୍ୱାରା କାନ ସମସ୍ୟା ଦୂର ହୋଇଥାଏ । କାନରେ ଘା କିମ୍ବା ପୂଜ ହୋଇଯାଇଥିଲେ ଏହି ତେଲ ପକାଇବା ଦ୍ୱାରା ଏହା ଶୀଘ୍ର ଭଲ ହୋଇ ଯାଇଥାଏ ।

-ଯଦି କୌଣସି ବ୍ୟକ୍ତିଙ୍କ ମୁଁହରେ ବା ଗଳାରେ ଛେଲା ହୋଇଥାଏ ଅଥବା ଦାନ୍ତ ସମ୍ବନ୍ଧୀୟ ଯଦି କୌଣସି ରୋଗ ହୋଇଥାଏ ତେବେ ଏହି ଜାମୁଗଛ ପତ୍ରର ରସରେ କୁଳି କଲେ ସେ ଉପଶମ ପାଇପାରିବେ । ମାତ୍ର ୨ ରୁ ୩ ଦିନ ଏପରି କରିବା ଦ୍ବାରା ଛେଲା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଇ ଥାଏ ।

-ଯଦି ଆପଣଙ୍କ ଦାନ୍ତ ବା ମାଢ଼ିରୁ ରକ୍ତ ବାହାରୁଥାଏ ତେବେ ଆପଣ ଏହି ଜମୁଗଛର ପତ୍ର କୁ ଶୁଖାଇ ଚୂର୍ଣ୍ଣ କରି ସେଥିରେ ଦାନ୍ତ ଘଷିଲେ ଏପରି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଜାମୁକୋଳି (Jamun) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ହିଁ ପରାମର୍ଶ ନିଅନ୍ତୁ ।

ଭୁଲରେ ବି ଖାଆନ୍ତୁ ନାହିଁ କମଳା, ନଚେତ ନେଇପାରେ ଜୀବନ

ରସୁଣ ଖାଉଛନ୍ତି କି ଜାଣନ୍ତୁ ଏ କଥା, ନଚେତ…

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments