1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେଶର ସହ ପାଣି ମିଶାଇ ପିଇଲେ ଦୂର ହେବ ଏହି ରୋଗ ......

କେଶର ର ନା ଆପଣ ମାନେ ଶୁଣିଥିବେ l ଏହା ଅଧିକ ଦାମିକା ଫୁଲ l କେଶର ଏପରି ଏକ ଫୁଲ ଯାହାକୁ ସେବନ କରିବା ଦ୍ୱାରା ଏହା ଆମ ଶରୀରରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । ତେବେ ବଜାରରେ ମଧ୍ୟ ଏହାର ମୂଲ୍ୟ ଖୁବ୍ ଅଧିକ ଥାଏ ତେଣୁ ମଧ୍ୟବିତ୍ତ ପରିବାର ଲୋକେ ଏହାକୁ କୌଣସି ଆବଶ୍ୟକ ପଡିଲେ କିଣିଥାନ୍ତି ।

Tanushree Mahapatra
Tanushree Mahapatra
Benefits of kesar water

Benefits of kesar water

କେଶର ର ନା ଆପଣ ମାନେ ଶୁଣିଥିବେ l ଏହା ଅଧିକ ଦାମିକା ଫୁଲ l  କେଶର ଏପରି ଏକ ଫୁଲ ଯାହାକୁ ସେବନ କରିବା ଦ୍ୱାରା ଏହା ଆମ ଶରୀରରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । ତେବେ ବଜାରରେ ମଧ୍ୟ ଏହାର ମୂଲ୍ୟ ଖୁବ୍ ଅଧିକ ଥାଏ ତେଣୁ ମଧ୍ୟବିତ୍ତ ପରିବାର ଲୋକେ ଏହାକୁ କୌଣସି ଆବଶ୍ୟକ ପଡିଲେ କିଣିଥାନ୍ତି । କାରଣ ଏହି କେଶରରେ ଅନେକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହାକି ଆମ ଶରୀରରକୁ ବିଭିନ୍ନ ପ୍ରକାର ସମସ୍ୟାରୁ ରକ୍ଷା କରିଥାଏ ।

କେଶର ମିଠା ( kesar ) ତଥା କୌଣସିଖାଦ୍ୟ ପଦାର୍ଥ ରେ ବ୍ୟବହାର କରାଯିବା ଫଳରେ ତାହା ର ସ୍ୱାଦ ସଂପୂର୍ଣ୍ଣ ବଦଳି ଯାଇଥାଏ l ତେବେ କେଶରରେ ଫାଇବର, ପୋଟାସିୟମ୍, ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ସି, ମାଙ୍ଗାନିଜ୍, ଆଇରନ୍ ଏବଂ ପ୍ରୋଟିନ୍ ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ତେବେ କେଶରକୁ ସାଧାରଣଃ କ୍ଷୀର, ହାଲୱା, ମିଠା ପରି ଜିନିଷରେ ମିଶା ଯାଇଥାଏ । କେଶରକୁ ପାଣି ସହ ମଧ୍ୟ ମିଶ୍ରଣ କରି ସେବନ କରାଯାଏ । ଯାହା ଦ୍ୱାରା ଏହା ଅନେକ ପ୍ରକାର ଫାଇଦା ଦେଇଥାଏ ଜଣେ ମଣିଷ ଶରୀର କୁ  । ଖାସ୍ କରି ଏହା ପିରିୟଡସ୍ ପରି ସମସ୍ୟାକୁ ଦୂର କରିଥାଏ ମହିଳା ମାନଙ୍କ ର  । ତେବେ ଏବେ ଆସନ୍ତୁ ଜାଣିବା କେଶର ପାଣି ସେବନ କରିବା ଦ୍ୱାରା ଏହା କଣ ଫାଇଦା ଦେଇଥାଏ ମଣିଷ ସ୍ୱାସ୍ଥ୍ୟକୁ ।

ମହିଳାମାନେ କେସର ପାଣି ପିଇପାରିବେ । କେସର ପାଣି ମହିଳାଙ୍କ ପାଇଁ ବରଦାନ ସଦୃଶ । ପିରିଅଡ୍ସରେ ହେଉଥିବା ଯନ୍ତ୍ରଣା ହେଉ ଅବା କେଶ ଝଡିବା ସମସ୍ୟା ହେଉ କେସର ପାଣି ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ତେବେ କେସର ପାଣିକୁ କେମିତି ପ୍ରସ୍ତୁତ କରିବେ ଆଉ ମହିଳାଙ୍କୁ କ’ଣ କ’ଣ ଫାଇଦା ମିଳିଥାଏ । ତେବେ ଆପଣମାନେ ନିଶ୍ଚିତ ଜାଣିଥିବେ, ହାଲଓ୍ଵାକୁ ସଜାଇବା ପାଇଁ ହେଉ ଅବା କ୍ଷୀରରେ କେସର ପକାଇ ପିଇବା ହେଉ ଭାରତୀୟ ରୋଷେଇ ଘରେ ନିଶ୍ଚିତ କେସର ରହିଥାଏ । କେସରରେ ପ୍ରୋଟିନ, କ୍ୟାଲସିଅମ, ଫାଇବର, ମାଙ୍ଗାନିଜ, ପୋଟାସିଅମ, ଭିଟାମିନ ଏ, ଭିଟାମିନ ସି ଇତ୍ୟାଦି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ରୋଗ ସହିତ ଲଢିବାର ଶକ୍ତି ଓ କ୍ଷମତା ପ୍ରଦାନ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କେଶରକୁ ପାଣିରେ ମିଶାଇ ପିଇବା ଦ୍ୱାରା ଚର୍ମ ସମସ୍ୟା ଭଲ ହୋଇଯାଏ । ଏହା ଶରୀରକୁ ଡିଟକ୍ସ କରିବା ପାଇଁ କାମ କରେ । ଫଳରେ କେଶର ପାଣି ସ୍କିନକୁ କୋମଳ କରିଥାଏ ଏବଂ ଏହାକୁ ଚମକାଇଥାଏ । ଏତତ୍ ବ୍ୟତୀତ ଏହା ଆଣ୍ଟି ଏଜିଙ୍ଗ ପାଇଁ ମଧ୍ୟ କାମ କରେ । ତେବେ କେଶର ପାଣି ପିଇବା ଦ୍ୱାରା ପିମ୍ପଲ୍ ଏବଂ କୁଞ୍ଚନ ସମସ୍ୟା ଦୂର ହୋଇଥାଏ । କେଶର ତ୍ୱଚା ପାଇଁ ଅତ୍ୟଧିକ ଲାଭ ପ୍ରଦାନ କରିଥାଏ l

ଓଜନ ହ୍ରାସ କରିବାରେ କେଶର ଜଳ ଲାଭଦାୟକ ହୋଇଥାଏ । ଏହା ଫାଇବରରେ ଭରପୂର ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମେଟାବୋଲିଜିମ୍ ବୃଦ୍ଧି ପାଇଁ କେଶର ଅଧିକ କାମ କରେ । ତେଣୁ କେଶର ପାଣି ପିଇବା ଦ୍ୱାରା ଏହା କ୍ଷୁଧାକୁ ନିୟନ୍ତ୍ରଣରେ ରଖେ ଏବଂ ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । କେଶର ପାଣି ପିଇବା ଦ୍ୱାରା ଏହା ପିରିୟଡସ୍ ବା ଋତୁସ୍ରାବ ପାଇଁ ଲାଭଦାୟକ ହୋଇଥାଏ । ଏହା ହରମୋନ୍ ସନ୍ତୁଳନ କରିବା ପାଇଁ କାମ କରେ । ତେବେ ଋତୁସ୍ରାବ ସମୟରେ କେଶର ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ହୁଏ ନାହିଁ । ଏହା ପେଟ ଯନ୍ତ୍ରଣାରେ ଆରାମ ଦେଇଥାଏ । କେଶର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ହୋଇଥାଏ ।

ଏହା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ କାମ କରେ । ପାଣି ସହିତ କେଶର ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଏଥିସହିତ ମୋତିଆବିନ୍ଦୁ ହଟାଇବାରେ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ତେବେ କେଶରପାଣି ପିଇବା ଲାଭଦାୟକ ହୋଇଥାଏ । କେଶରପାଣି ପିଇବା ଦ୍ୱାରା ଚାପ ଦୂର ହୋଇଥାଏ ଏବଂ ଭଲ ନିଦ ହୋଇଥାଏ ।

କେଶର ପାଣି ପିଇଲେ କେତେ ପ୍ରକାର ଗମ୍ଭୀର ରୋଗ ଦୂରେଇ ଯାଏ । କେଶରରେ ଏମିତି ଏକ ରାସାୟନିକ ପଦାର୍ଥ ଅଛି ଯାହା କି ମନ ବଦଳାଇ ଥାଏ, କ୍ୟାନ୍ସର କୋସିକାକୁ ମଧ୍ୟ ମାରିଥାଏ ଏବଂ ଆଣ୍ଟିଆକ୍ସିଡେଂଟ ଭଳି କାମ କରେ । କେଶରର ଅତ୍ୟଧିକ ସେବନ ଶରୀରରେ ଦୁଷ୍ପ୍ରଭାବ ପକାଇ ଥାଏ, ସେଥିପାଇଁ ଏହାକୁ ଧ୍ୟାନ ସହ ଉପଯୋଗ କରାଯିବା ଉଚିତ । କେଶରର ଅଧିକ ସେବନ ରକ୍ତ ଝାଡା, ମୁଣ୍ଡ ବୁଲେଇବା, ବାନ୍ତି, ଶ୍ରେଳସ୍ମା ଝିଲି, ଚେହେରା ଏବଂ ଆଖି ହଳଦିଅ ହବା ଆଦି ହୋଇପାରେ । କେଶର ୧୨ ରୁ ୨୦ ଗ୍ରାମ ଅଧିକ ଖାଇଲେ ମଣିଷ ର ମୃତ୍ୟୁ ମଧ୍ୟ ହୋଇପରେ । ତେଣୁ କେଶର କୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରାଯିବା ଉଚିତ l

ମୋଟାପଣ ଦୂର କରିବ ମାଣ୍ଡିଆ...

ପାଇଲ୍ସ ଭଲ କରିଦେବ ଗଙ୍ଗଶିଉଳି...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments